ରୁଷିଆ ସହ ମଜଭୁତ ସମ୍ପର୍କକୁ ବ୍ୟବହାର କରି ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିପାରିବ ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୭: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ରୁଷିଆ ସହିତ ଐତିହାସିକ ସମ୍ପର୍କ ବ୍ୟବହାର କରିବାକୁ ଭାରତକୁ ନିବେଦନ କରିଛି ଏବଂ ୟୁକ୍ରେନ ବିରୋଧରେ ଯୁଦ୍ଧ ବନ୍ଦ କରିବାକୁ ରାଷ୍ଟ୍ରପତି ପୁଟିନଙ୍କୁ କହିଛି। ଆମେରିକାର ସ୍ବରାଷ୍ଟ୍ର ବିଭାଗର ମୁଖପାତ୍ର ମାଥ୍ୟୁ ମିଲର ଏହି ଆବେଦନ କରିଛନ୍ତି। ମାଥ୍ୟୁ ମିଲର କହିଛନ୍ତି ଯେ ‘ରୁଷିଆ ସହିତ ଭାରତର ପୁରୁଣା ଏବଂ ଦୃଢ ସମ୍ପର୍କ ରହିଛି ଏବଂ ସମସ୍ତେ ଏହା ଜାଣନ୍ତି। ୟୁକ୍ରେନ ବିରୁଦ୍ଧରେ ଚାଲିଥିବା ବେଆଇନ ଯୁଦ୍ଧକୁ ବନ୍ଦ କରିବା ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ରାଷ୍ଟ୍ରପତି ପୁଟିନଙ୍କୁ ନିବେଦନ କରିବାକୁ ଆମେ ରୁଷିଆ ସହିତ ଭାରତର ସମ୍ପର୍କକୁ ବ୍ୟବହାର କରିବାକୁ ଚାହୁଁଛୁ।

ମିଲର କହିଛନ୍ତି ଯେ ଭାରତ ପୁଟିନଙ୍କୁ କହୁ ସେ ଜାତିସଂଘର ଚାର୍ଟରକୁ ସମ୍ମାନ ଦେବା ଉଚିତ ଏବଂ ୟୁକ୍ରେନର ଆଞ୍ଚଳିକ ସାର୍ବଭୌମତ୍ୱକୁ ମଧ୍ୟ ସମ୍ମାନ ଦେବା ଉଚିତ। ଭାରତ ମଧ୍ୟ ଆମର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ, ତେଣୁ ଆମେ ରୁଷିଆକୁ ମନାଇବା ପାଇଁ ଚେଷ୍ଟା କରିବାକୁ ଚାହୁଁଛୁ। ଆମେରିକାର ବୈଦେଶିକ ବିଭାଗର ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ଗସ୍ତରେ ଆସିଛନ୍ତି। ୟୁକ୍ରେନର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦିଙ୍କ ରୁଷିଆ ଗସ୍ତକୁ ସମାଲୋଚନା କରିବା ସହ ଶାନ୍ତି ପ୍ରୟାସରେ ଏହା ଏକ ବଡ ଝଟ୍‌କା ହେବ ବୋଲି କହିଛି। ଆମେରିକା ମଧ୍ୟ ଭାରତ ପ୍ରତି ଅସନ୍ତୋଷ ବ୍ୟକ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୧୦୫ ଦିନ ପରେ ପାକିସ୍ତାନର ବଡ଼ ବିଜୟ: ଶେଷରେ…

ନୂଆଦିଲ୍ଲୀ,୫।୮: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଚତୁର୍ଥ ଇନିଂସ୍‌ରେ ମାତ୍ର ୭୪ ରନ୍‌ରେ ଲକ୍ଷ୍ୟ ପିଛା କରି ପାକିସ୍ତାନ ସହଜରେ…

ମଝି ଆକାଶରେ ଟ୍ରମ୍ପଙ୍କ ହେଲିକପ୍ଟର ନିକଟକୁ ହଠାତ୍‌ ଚାଲିଆସିଲା ଯାତ୍ରୀବାହୀ ବିମାନ, ଆଉ ତା’ପରେ…

ୱାଶିଂଟନ, ୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ସେତେବେଳେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ, ଯେତେବେଳେ ତାଙ୍କୁ ନେଇଯାଉଥିବା ସାମରିକ ହେଲିକପ୍ଟର ‘ମେରିନ ୱାନ’ କଥିତ ଭାବେ ୱାଶିଂଟନ…

‘ଆମେ ପୂର୍ବରୁ ସତର୍କ କରିଥିଲୁ’: ଦିଲ୍ଲୀରୁ ହାସିନାଙ୍କ ବଡ଼ ବୟାନ, ଦେହାଲିଗଲା ବାଂଲାଦେଶ!

ଢାକା,୬।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନୂଆଦିଲ୍ଲୀରୁ କରିଥିବା ଭର୍ଚୁଆଲ ପ୍ରେସ କନଫରେନ୍ସକୁ ନେଇ ବାଂଲାଦେଶ ଭାରତ ବିରୋଧରେ କଡ଼ା ପ୍ରତିବାଦ ଜଣାଇଛି। ଢାକାର ଦାବି…

ମହାକାଶରେ ହୋଇପାରେ ଜୋରଦାର ବିସ୍ଫୋରଣ! ଭାରତର ୨୦ରୁ ୨୨ ସାଟେଲାଇଟ୍‌ ଉପରେ…

ନୂଆଦିଲ୍ଲୀ,୬।୮: ଲୋକ ସଭାରେ ସରକାର ଜଣାଇଛନ୍ତି ଯେ ଭାରତର ଲୋ ଅର୍ଥ ଅରବିଟ୍ (LEO)ରେ କାର୍ଯ୍ୟରତ ୨୨ଟି ସକ୍ରିୟ ସାଟେଲାଇଟ୍ (ଉପଗ୍ରହ) ମଧ୍ୟରୁ ୨୦ଟି ଉପରେ ଧକ୍କା…

ବଡ଼ ଦୁର୍ଘଟଣା: ଭୁଶୁଡ଼ି ପଡ଼ିଲା ଶହେ ବର୍ଷ ପୁରୁଣା କୋଠା, ଗୋଟିଏ ପରିବାରର ୬ ମୃତ

ଲକ୍ଷ୍ନୌ,୬।୮: ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନଗର କୋତବାଲି ଅନ୍ତର୍ଗତ ମହୁଲି ନିକଟରେ ଏକ ଶହେ ବର୍ଷ ପୁରୁଣା ଜର୍ଜର ଘର ହଠାତ୍‌ ଭୁଶୁଡ଼ି…

ଶେଖ ହାସିନାଙ୍କ ପରେ ମୁହଁ ଖୋଲିଲେ ତାଙ୍କ ପୁଅ, ଭାରତକୁ ନେଇ ଦେଲେ ଚମକାଇବା ଭଳି ବୟାନ!

ଢାକା,୬ା୮: ସତ୍ତା ହରାଇବା ଏବଂ ଦେଶ ଛାଡ଼ିବାର ପ୍ରାୟ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ସାମ୍ନାକୁ ଆସିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ…

ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସୋନମ ୱାଙ୍ଗଚୁକ, କହିଲେ- ସେଦିନ ରାତିରେ…

ନୂଆଦିଲ୍ଲୀ,୬।୮: NEET ପେପର ଲିକ ଘଟଣା ଏବଂ ଛାତ୍ରୀଛାତ୍ରଙ୍କ ପ୍ରତିବାଦକୁ ସମର୍ଥନ କରି ୨୬ ଦିନ ଧରି ଅନଶନ କରିଥିବା ପ୍ରସିଦ୍ଧ ପରିବେଶବିତ୍‌ ସୋନମ ୱାଙ୍ଗଚୁକ ନିଜର…

ଚନ୍ଦ୍ରରେ ପ୍ରଥମେ ପାଦ ଥାପିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ଘର ବିକ୍ରି ହେବ

ୱାପାକୋନେଟା, ଓହିୟୋ, ୬ା୮ (ଏ.ପି.): ଚନ୍ଦ୍ରପୃଷ୍ଠରେ ପ୍ରଥମ ମାନବ ଭାବେ ପାଦ ଥାପି ଇତିହାସ ରଚିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ସ୍ବପ୍ନ ଓ ଉଡ଼ାଣର ମୂଳଦୁଆ ପଡ଼ିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri