ଭାରତ ହୋଇପାରିବ ଆତ୍ମନିର୍ଭର: ଆସୋଚାମ  

ନୂଆଦିଲ୍ଲୀ,୬।୭ : ଚାଇନା ଉପରେ ନିର୍ଭରତାକୁ ଦେଖି ଅନେକ ବିଶେଷଜ୍ଞ କୁହନ୍ତି ଯେ ବର୍ତ୍ତମାନ ସ୍ଥିତିରେ ଭାରତ ଆତ୍ମନିର୍ଭର ହେବା ଏକ କଷ୍ଟସାଧ୍ୟ ବ୍ୟାପାର। ହେଲେ ଶିଳ୍ପ ସଂଘ ଆସୋଚାମ ଘରୋଇ ବଜାରକୁ ଆତ୍ମନିର୍ଭର କରାଇବା ଲାଗି ନୂଆ ଆଶାର କିରଣ ଦେଖାଇଛି। ଏଥିଲାଗି ଆସୋଚାମ ୧୫ ସୂତ୍ରୀ ଏଜେଣ୍ଡା ପ୍ରଦାନ କରିଥିବା ଜଣାପଡିଛି। ଯଦି ଭାରତ ଚାଇନା ବଜାରରୁ ୧୫ ବଡ଼ ଆମଦାନୀକୁ ଘରୋଇ ବଜାରରେ ଉତ୍ପାଦନ କରିବା ଲାଗି ଧ୍ୟାନଦିଏ ତେବେ ଆତ୍ମନିର୍ଭର ହେବାକୁ କେହି ଅଟକାଇ ପାରିବେ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି। ସେହି ମୁତାବକ ଭାରତ ଉତ୍ପାଦନ କ୍ଷମତା ଦେଶରେ ବଢ଼ିଲେ ଚାଇନାକୁ ଏକ ଶକ୍ତ ଧକ୍କାଦେବାକୁ ଭାରତ ସକ୍ଷମ ହୋଇପାରିବ। ଏହି ଶିଳ୍ପ ସଂଘ ଏମିତି ୧୫ ଉତ୍ପାଦକୁ ଚିହ୍ନଟ କରିଛି ଯାହାର ଘରୋଇ ଉତ୍ପାଦନ ବଢାଇବାକୁ ହେବ। ଘରୋଇ ଉତ୍ପାଦନ ବଢାଇ ଆଗାମୀ ୩ ବର୍ଷ ମଧ୍ୟରେ ଆତ୍ମନିର୍ଭର ଭାରତର ଲକ୍ଷ୍ୟ ହାସଲ କରାଯାଇପାରେ।
ଏହି ଉତ୍ପାଦଗୁଡିକ ମଧ୍ୟରେ ଇଲେକ୍‌ଟ୍ରୋନିକ୍ସ, କୋଇଲା, ଲୁହା ଚାଦର, ଅଣ ଲୌହ ଧାତୁ ଏବଂ ବନସ୍ପତି ତେଲ ସହ ଅନ୍ୟ ସାମଗ୍ରୀ ସାମିଲ ରହିଛି। ଭାରତ ପ୍ରତି ମାସରେ ପ୍ରାୟ ୫ ବିଲିୟନ ଡଲାରର ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଆମଦାନୀ କରୁଛି। ଏହା ମଧ୍ୟରେ ଚାଇନାର ଏକ ବୃହତ୍‌ ଅଂଶ ରହିଛି। ସେହିଭଳି କେବଳ ଇଲେକ୍‌ଟ୍ରୋନିକ୍ସ ପାର୍ଟସର ୪୩% ଚାଇନାରୁ ଆମଦାନୀ ହେଉଛି। ଚଳିତ ବର୍ଷ ମେ ମାସରେ ଚାଇନାରୁ ୨.୮ ବିଲିୟନ ଡଲାରର ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଆମଦାନୀ ହୋଇଛି। ଏଥିଲାଗି ବହୁଳ ପରିମାଣର ବିଦେଶୀ ମୁଦ୍ରା ଖର୍ଚ୍ଚ କରିବାକୁ ପଡୁଛି। ଆସୋଚାମ ମହାସଚିବ ଦୀପକ ସୁଦ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରୋତ୍ସାହନ ଯୋଜନା ଲାଭ ଦେଇପାରେ। ଏ ଦିଗରେ ଉଭୟ ଘରୋଇ ଏବଂ ବିଦେଶୀ ନିବେଶକଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି।
ଦେଶ ମଧ୍ୟରେ ମୋବାଇଲ ଫୋନ ଉତ୍ପାଦନ, ଇଲେକ୍‌ଟ୍ରୋନିକ୍ସ ସମେତ ମାନୁଫାକ୍‌ଚରିଂକୁ ଗୁରୁତ୍ୱ ଦେବାକୁ ପଡିବ। ଚାଇନାରୁ ଆସୁଥିବା ଇଲେକ୍‌ଟ୍ରେନିକ୍ସ ସାମଗ୍ରୀ, ଇଲେକଟ୍ରୋନିକ୍ସ ଏବଂ ଅଣଇଲେକ୍‌ଟ୍ରୋନିକ୍ସ ମେଶିନେରି, ଲୌହ ଏବଂ ଇସ୍ପାତ, ଜୈବିକ ଏବଂ ଅଜୈବିକ ରସାୟନ, ଅଣ ଲୌହ ଧାତୁ, କୋଇଲା, ପରିବହନ ଉପକରଣ, ଫାର୍ମାସ୍ୟୁଟିକାଲ ଭଳି ଅନ୍ୟ କେତେକ ସାମଗ୍ରୀ ତାଲିକାରେ ସାମିଲ ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri