ଭାରତ ହୋଇପାରିବ ଆତ୍ମନିର୍ଭର: ଆସୋଚାମ  

ନୂଆଦିଲ୍ଲୀ,୬।୭ : ଚାଇନା ଉପରେ ନିର୍ଭରତାକୁ ଦେଖି ଅନେକ ବିଶେଷଜ୍ଞ କୁହନ୍ତି ଯେ ବର୍ତ୍ତମାନ ସ୍ଥିତିରେ ଭାରତ ଆତ୍ମନିର୍ଭର ହେବା ଏକ କଷ୍ଟସାଧ୍ୟ ବ୍ୟାପାର। ହେଲେ ଶିଳ୍ପ ସଂଘ ଆସୋଚାମ ଘରୋଇ ବଜାରକୁ ଆତ୍ମନିର୍ଭର କରାଇବା ଲାଗି ନୂଆ ଆଶାର କିରଣ ଦେଖାଇଛି। ଏଥିଲାଗି ଆସୋଚାମ ୧୫ ସୂତ୍ରୀ ଏଜେଣ୍ଡା ପ୍ରଦାନ କରିଥିବା ଜଣାପଡିଛି। ଯଦି ଭାରତ ଚାଇନା ବଜାରରୁ ୧୫ ବଡ଼ ଆମଦାନୀକୁ ଘରୋଇ ବଜାରରେ ଉତ୍ପାଦନ କରିବା ଲାଗି ଧ୍ୟାନଦିଏ ତେବେ ଆତ୍ମନିର୍ଭର ହେବାକୁ କେହି ଅଟକାଇ ପାରିବେ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି। ସେହି ମୁତାବକ ଭାରତ ଉତ୍ପାଦନ କ୍ଷମତା ଦେଶରେ ବଢ଼ିଲେ ଚାଇନାକୁ ଏକ ଶକ୍ତ ଧକ୍କାଦେବାକୁ ଭାରତ ସକ୍ଷମ ହୋଇପାରିବ। ଏହି ଶିଳ୍ପ ସଂଘ ଏମିତି ୧୫ ଉତ୍ପାଦକୁ ଚିହ୍ନଟ କରିଛି ଯାହାର ଘରୋଇ ଉତ୍ପାଦନ ବଢାଇବାକୁ ହେବ। ଘରୋଇ ଉତ୍ପାଦନ ବଢାଇ ଆଗାମୀ ୩ ବର୍ଷ ମଧ୍ୟରେ ଆତ୍ମନିର୍ଭର ଭାରତର ଲକ୍ଷ୍ୟ ହାସଲ କରାଯାଇପାରେ।
ଏହି ଉତ୍ପାଦଗୁଡିକ ମଧ୍ୟରେ ଇଲେକ୍‌ଟ୍ରୋନିକ୍ସ, କୋଇଲା, ଲୁହା ଚାଦର, ଅଣ ଲୌହ ଧାତୁ ଏବଂ ବନସ୍ପତି ତେଲ ସହ ଅନ୍ୟ ସାମଗ୍ରୀ ସାମିଲ ରହିଛି। ଭାରତ ପ୍ରତି ମାସରେ ପ୍ରାୟ ୫ ବିଲିୟନ ଡଲାରର ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଆମଦାନୀ କରୁଛି। ଏହା ମଧ୍ୟରେ ଚାଇନାର ଏକ ବୃହତ୍‌ ଅଂଶ ରହିଛି। ସେହିଭଳି କେବଳ ଇଲେକ୍‌ଟ୍ରୋନିକ୍ସ ପାର୍ଟସର ୪୩% ଚାଇନାରୁ ଆମଦାନୀ ହେଉଛି। ଚଳିତ ବର୍ଷ ମେ ମାସରେ ଚାଇନାରୁ ୨.୮ ବିଲିୟନ ଡଲାରର ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଆମଦାନୀ ହୋଇଛି। ଏଥିଲାଗି ବହୁଳ ପରିମାଣର ବିଦେଶୀ ମୁଦ୍ରା ଖର୍ଚ୍ଚ କରିବାକୁ ପଡୁଛି। ଆସୋଚାମ ମହାସଚିବ ଦୀପକ ସୁଦ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରୋତ୍ସାହନ ଯୋଜନା ଲାଭ ଦେଇପାରେ। ଏ ଦିଗରେ ଉଭୟ ଘରୋଇ ଏବଂ ବିଦେଶୀ ନିବେଶକଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି।
ଦେଶ ମଧ୍ୟରେ ମୋବାଇଲ ଫୋନ ଉତ୍ପାଦନ, ଇଲେକ୍‌ଟ୍ରୋନିକ୍ସ ସମେତ ମାନୁଫାକ୍‌ଚରିଂକୁ ଗୁରୁତ୍ୱ ଦେବାକୁ ପଡିବ। ଚାଇନାରୁ ଆସୁଥିବା ଇଲେକ୍‌ଟ୍ରେନିକ୍ସ ସାମଗ୍ରୀ, ଇଲେକଟ୍ରୋନିକ୍ସ ଏବଂ ଅଣଇଲେକ୍‌ଟ୍ରୋନିକ୍ସ ମେଶିନେରି, ଲୌହ ଏବଂ ଇସ୍ପାତ, ଜୈବିକ ଏବଂ ଅଜୈବିକ ରସାୟନ, ଅଣ ଲୌହ ଧାତୁ, କୋଇଲା, ପରିବହନ ଉପକରଣ, ଫାର୍ମାସ୍ୟୁଟିକାଲ ଭଳି ଅନ୍ୟ କେତେକ ସାମଗ୍ରୀ ତାଲିକାରେ ସାମିଲ ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri