ଭାରତ କିଣୁଛି ସେକେଣ୍ଡ ହ୍ୟାଣ୍ଡ୍‌ ମେଡିକାଲ ଉପକରଣ: ବର୍ଷକୁ ଖର୍ଚ୍ଚ ହେଉଛି ୧୨ ହଜାର କୋଟି

ନୂଆଦିଲ୍ଲୀ, ୬।୯: ପ୍ରତିବର୍ଷ ଭାରତ ୪୫ ହଜାର କୋଟିରୁ ଅଧିକ ଟଙ୍କାର ବିଭିନ୍ନ ମେଡ଼ିକାଲ ଊପକରଣ ବିଦେଶରୁ ଆମଦାନୀ କରିଥାଏ। ସେଥିମଧ୍ୟରେ ସର୍ଜିକାଲ ଉପକରଣ, ଇମ୍ପ୍ଲାଣ୍ଟ୍‌ ସମେତ ଅନ୍ୟ ଉପକରଣ ରହିଥାଏ। ବିଦେଶରୁ ଆସୁଥିବା ଏସବୁ ଉପକରଣ ଉପରେ ୭.୫ ପ୍ରତିଶତର ଶୁଳ୍କ ଲାଗୁ ହୋଇଥାଏ। ପ୍ରତିବର୍ଷ ଭାରତ ୧୨ ହଜାର କୋଟିର ସେକେଣ୍ଡ ହ୍ୟାଣ୍ଡ୍‌ ମେଡ଼ିକାଲ ଉପକରଣ କିଣିଥାଏ। ଏନେଇ ଭାରତୀୟ ମେଡ଼ିକାଲ ଡିଭାଇସ୍‌ ଇଣ୍ଡଷ୍ଟ୍ରି ସଂଘର ଆବାହକ ରାଜୀବ ନାଥ ସୂଚନା ଦେଇଛନ୍ତି। ଭାରତରେ ଏସବୁ ଉପକରଣ ନିର୍ମିତ ହେଲେ ଦାମ୍‌ ୫୦ରୁ ୭୦ ପ୍ରତିଶତ କମ୍‌ ହୋଇପାରିବ। ଦେଶରେ ଅଧିକ ମେଡିକାଲ ଉପକରଣ ରହିଲେ ଚିକିତ୍ସା ଖର୍ଚ୍ଚ ମଧ୍ୟ ୩୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ କମ୍‌ ହୋଇ ପାରନ୍ତା ବୋଲି ସେ କହିଛନ୍ତି। ମେଡ଼ିକାଲ ଉପକରଣ କ୍ଷେତ୍ରରେ ଭାରତୀୟ ବଜାରରେ ବିଦେଶୀ କମ୍ପାନୀଗୁଡ଼ିକର ମାର୍କେଟ ଶେୟାର ୮୦ ପ୍ରତିଶତ ରହିଛି। ବିଦେଶୀ ଉପକରଣର ଦାମ୍‌ ଘରୋଇ ଉପକରଣ ଅପେକ୍ଷା ୩ ରୁ ୪ଗୁଣା ଅଧିକ ରହୁଥିବା ସ୍ବାସ୍ଥ୍ୟ ବିଭାଗର ପୂର୍ବତନ ମହାନିର୍ଦ୍ଦେଶକ ଡ. ଜଗଦୀଶ୍‌ ପ୍ରସାଦ କହିଛନ୍ତି। ବିଦେଶରୁ ଆସୁଥିବା ରେଡିଆଣ୍ଟ୍‌ ହିଟ୍‌
ଓ୍ବାର୍ମର ଦାମ୍‌ ୨ ଲକ୍ଷରୁ ୬ ଲକ୍ଷ ଟଙ୍କା ଥିବାବେଳେ ଘରୋଇ ଉତ୍ପାଦର ଦାମ୍‌ ୪୫ ହଜାରରୁ ୧ ଲକ୍ଷ ମଧ୍ୟରେ ରହିଥାଏ ବୋଲି ଏମ୍ସ୍‌ର ପୂର୍ବତନ ଇମ୍ପ୍ଲାଣ୍ଟ୍‌ ସ୍ପେଶାଲିଟି ଡ. ସ.ଏସ୍‌. ଯାଦବ କହିଛନ୍ତି। ସେହିପରି ବିଦେଶୀ ଫଟୋଥେରାପି ମେସିନ୍‌ ଦାମ୍‌ ୮୫ ହଜାରରୁ ଲକ୍ଷେ ୨୫ ହଜାର ଟଙ୍କା ଥିବାବେଳେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ମେସିନ୍‌ ଦାମ ୨୦ରୁ ୩୦ ହଜାର ଟଙ୍କା ରହିଛି। ବିଦେଶୀ ଆର୍ଟିଫିସିଆଲ୍‌ ନି(ଆଣ୍ଠୁ) ର ଦାମ ଲକ୍ଷେ ୨୫ ହଜାର ଟଙ୍କା ରହିଛି। ଅପରପକ୍ଷରେ ଘରୋଇ କ୍ଷେତ୍ରରେ ନିର୍ମିତ ହେଉଥିବା ଏହି ଉତ୍ପାଦ ଦାମ ୪୫ରୁ ୫୦ ହଜାର ଟଙ୍କା ରହିଛି। ଏକ୍ସ୍‌-ରେ ମେସିନ୍‌ ଦାମ ୧୫ଲକ୍ଷରୁ ଦେଢ଼ କୋଟି ଟଙ୍କା ରହିଥିବାବେଳେ ଘରୋଇ କ୍ଷେତ୍ରରେ ନିର୍ମିତ ହେଉଥିବା ମେସିନ୍‌ ଦାମ ୫୦ ହଜାରରୁ ୩ ଲକ୍ଷ ଟଙକକା ରହିଛି। ସେହିପରି ବିଦେଶରୁ ଆମଦାନୀ ହେଉଥିବା ଇସିଜି ମେସିନ ଦାମ୍‌ ୪୫ ହଜାରରୁ ୫ ଲକ୍ଷ ଟଙ୍କା ରହିଛି। ଅପରପକ୍ଷରେ ସ୍ବଦେଶୀ ଜ୍ଞାନକୌଶଳରେ ତିଆରି ହୋଇଥିବା ଏହି ମେସିନ୍‌ ଦାମ୍‌ ୨୫ ହଜାରରୁ ୭୫ ହଜାର ଟଙ୍କା ରହିଛି। ଦେଶରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଗବେଷଣା ଏବଂ ଅଧିକ କର୍ମଚାରୀ ନିଯୁକ୍ତ କରାଗଲେ ଖର୍ଚ୍ଚ କମ୍‌ ହେବ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରବରେ ଥିବା ବ୍ୟକ୍ତିଙ୍କୁ ଭାରତରୁ ଦିଆଯାଇଛି କରୋନା ଟିକା

ହରଦୋଇ,୧୬ ।୧୧: କରୋନା ଟିକାକରଣରେ ରେକର୍ଡ କରିବା ନିଶାରେ ସ୍ୱାସ୍ଥ୍ୟକର୍ମୀଙ୍କ ଖାମଖିଆଲି ନୀତି ଏବେ ପଦାକୁ ଆସିଛି । ଉତ୍ତରପ୍ରଦେଶ ଶାହାବାଦ ନିବାସୀ ଯୁବକଙ୍କୁ ଏମିତି...

ସଂଖ୍ୟାଲଘୁଙ୍କ ଉପରେ ବଢ଼ୁଛି ଜୁଲମ

ନୂଆଦିଲ୍ଲୀ,୨୫।୪: ନିଜାମୁଦ୍ଦିନ ମରକଜ୍‌ରେ ଆୟୋଜିତ ତବଲିଘି ଜମାତ୍‌ରେ ମୁସଲମାନ ସମ୍ପ୍ରଦାୟର ଲୋକେ ଯୋଗଦେବା ପରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା କୁହାଯାଉଛି। ଏହାକୁ ନେଇ...

ପ୍ରଧାନମନ୍ତ୍ରୀ ପଦ ଲୋଭରେ ବିରୋଧୀ ହୋଇଛନ୍ତି ଏକଜୁଟ: ବିଆରଏସ ନେତା…

ହାଇଦ୍ରାବାଦ,୨୬।୬ : ଜୁନ ୨୩ ରେ, ବିହାରର ରାଜଧାନୀ ପାଟନାରେ ବିରୋଧୀ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୨୦୨୪ ଲୋକସଭା ନିର୍ବାଚନରେ ଭାଜପା...

‘ପୂର୍ବରୁ ୫ ହଜାର ଟଙ୍କାର ଚଷମା ପିନ୍ଧୁଥିବା ଭାଜପା ନେତା ଏବେ ପିନ୍ଧୁଛନ୍ତି ୧.୫୦ ଲକ୍ଷ ଟଙ୍କାର ଚଷମା’

ଶ୍ରୀନଗର,୯।୧୦: ପିଡିପି ମୁଖ୍ୟ ମେହବୁବା ମୁଫତି ରବିବାର ଜମ୍ମୁର ଗାନ୍ଧିନଗରରେ ଥିବା ପାର୍ଟି କାର୍ଯ୍ୟାଳୟ ବାହାରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ଭାଜପାକୁ...

ଘରୋଇ ସଂସ୍ଥାକୁ ସୁପ୍ରିମକୋର୍ଟ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୩ା୬(ପି.ଟି.): କରୋନା ମହାମାରୀ ଜନିତ ଲକ୍‌ଡାଉନ ସମୟରେ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ବେତନ ଦେଇପାରି ନ ଥିବା ଘରୋଇ କମ୍ପାନୀ ବିରୋଧରେ ଜୁଲାଇ ଶେଷ ପର୍ଯ୍ୟନ୍ତ କୌଣସି...

ହ୍ରାସ ପାଇଲା କମର୍ସିଆଲ ଗ୍ୟାସ୍‌ ଦର

ଭୁବନେଶ୍ୱର,୨।୧: ନୂତନ ବର୍ଷ ଆରମ୍ଭରୁ ଉପଭୋକ୍ତାଙ୍କ ପାଇଁ ଭଲ ଖବର ଇନ୍ଧନ ବିପଣନକାରୀ କମ୍ପାନୀଗୁଡ଼ିକ ପକ୍ଷରୁ ଦିଆଯାଇଛି। ୧୯ କିଲୋ ବିଶିଷ୍ଟ କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଉପରେ...

ଚକା ଜାମ୍‌ ସଫଳ

ନୂଆଦିଲ୍ଲୀ, ୭।୨: କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନଗୁଡ଼ିକର ଡାକରାରେ ଶନିବାର ଦେଶବ୍ୟାପୀ ୩ ଘଣ୍ଟିଆ ଚକା ଜାମ୍‌ ଆନ୍ଦୋଳନ ସଫଳ ହୋଇଛି।...

‘ଏଏପିର ଉଦୟ ଭାଜପା ପାଇଁ ବିପଦ ନୁହେଁ’

ନୂଆଦିଲ୍ଲୀ,୧୧।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ମିଳିଥିବା ସଫଳତାର ଅର୍ଥ ଅର୍ଥ ନୁହେଁ ଆମ ଆଦମି ପାର୍ଟି (ଏଏପି) ଜାତୀୟ ସ୍ତରରେ ଭାଜପା ପାଇଁ ବିପଦ ହେବ।...

Advertisement
Archives

Model This Week