ଭାରତ କିଣୁଛି ସେକେଣ୍ଡ ହ୍ୟାଣ୍ଡ୍‌ ମେଡିକାଲ ଉପକରଣ: ବର୍ଷକୁ ଖର୍ଚ୍ଚ ହେଉଛି ୧୨ ହଜାର କୋଟି

ନୂଆଦିଲ୍ଲୀ, ୬।୯: ପ୍ରତିବର୍ଷ ଭାରତ ୪୫ ହଜାର କୋଟିରୁ ଅଧିକ ଟଙ୍କାର ବିଭିନ୍ନ ମେଡ଼ିକାଲ ଊପକରଣ ବିଦେଶରୁ ଆମଦାନୀ କରିଥାଏ। ସେଥିମଧ୍ୟରେ ସର୍ଜିକାଲ ଉପକରଣ, ଇମ୍ପ୍ଲାଣ୍ଟ୍‌ ସମେତ ଅନ୍ୟ ଉପକରଣ ରହିଥାଏ। ବିଦେଶରୁ ଆସୁଥିବା ଏସବୁ ଉପକରଣ ଉପରେ ୭.୫ ପ୍ରତିଶତର ଶୁଳ୍କ ଲାଗୁ ହୋଇଥାଏ। ପ୍ରତିବର୍ଷ ଭାରତ ୧୨ ହଜାର କୋଟିର ସେକେଣ୍ଡ ହ୍ୟାଣ୍ଡ୍‌ ମେଡ଼ିକାଲ ଉପକରଣ କିଣିଥାଏ। ଏନେଇ ଭାରତୀୟ ମେଡ଼ିକାଲ ଡିଭାଇସ୍‌ ଇଣ୍ଡଷ୍ଟ୍ରି ସଂଘର ଆବାହକ ରାଜୀବ ନାଥ ସୂଚନା ଦେଇଛନ୍ତି। ଭାରତରେ ଏସବୁ ଉପକରଣ ନିର୍ମିତ ହେଲେ ଦାମ୍‌ ୫୦ରୁ ୭୦ ପ୍ରତିଶତ କମ୍‌ ହୋଇପାରିବ। ଦେଶରେ ଅଧିକ ମେଡିକାଲ ଉପକରଣ ରହିଲେ ଚିକିତ୍ସା ଖର୍ଚ୍ଚ ମଧ୍ୟ ୩୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ କମ୍‌ ହୋଇ ପାରନ୍ତା ବୋଲି ସେ କହିଛନ୍ତି। ମେଡ଼ିକାଲ ଉପକରଣ କ୍ଷେତ୍ରରେ ଭାରତୀୟ ବଜାରରେ ବିଦେଶୀ କମ୍ପାନୀଗୁଡ଼ିକର ମାର୍କେଟ ଶେୟାର ୮୦ ପ୍ରତିଶତ ରହିଛି। ବିଦେଶୀ ଉପକରଣର ଦାମ୍‌ ଘରୋଇ ଉପକରଣ ଅପେକ୍ଷା ୩ ରୁ ୪ଗୁଣା ଅଧିକ ରହୁଥିବା ସ୍ବାସ୍ଥ୍ୟ ବିଭାଗର ପୂର୍ବତନ ମହାନିର୍ଦ୍ଦେଶକ ଡ. ଜଗଦୀଶ୍‌ ପ୍ରସାଦ କହିଛନ୍ତି। ବିଦେଶରୁ ଆସୁଥିବା ରେଡିଆଣ୍ଟ୍‌ ହିଟ୍‌
ଓ୍ବାର୍ମର ଦାମ୍‌ ୨ ଲକ୍ଷରୁ ୬ ଲକ୍ଷ ଟଙ୍କା ଥିବାବେଳେ ଘରୋଇ ଉତ୍ପାଦର ଦାମ୍‌ ୪୫ ହଜାରରୁ ୧ ଲକ୍ଷ ମଧ୍ୟରେ ରହିଥାଏ ବୋଲି ଏମ୍ସ୍‌ର ପୂର୍ବତନ ଇମ୍ପ୍ଲାଣ୍ଟ୍‌ ସ୍ପେଶାଲିଟି ଡ. ସ.ଏସ୍‌. ଯାଦବ କହିଛନ୍ତି। ସେହିପରି ବିଦେଶୀ ଫଟୋଥେରାପି ମେସିନ୍‌ ଦାମ୍‌ ୮୫ ହଜାରରୁ ଲକ୍ଷେ ୨୫ ହଜାର ଟଙ୍କା ଥିବାବେଳେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ମେସିନ୍‌ ଦାମ ୨୦ରୁ ୩୦ ହଜାର ଟଙ୍କା ରହିଛି। ବିଦେଶୀ ଆର୍ଟିଫିସିଆଲ୍‌ ନି(ଆଣ୍ଠୁ) ର ଦାମ ଲକ୍ଷେ ୨୫ ହଜାର ଟଙ୍କା ରହିଛି। ଅପରପକ୍ଷରେ ଘରୋଇ କ୍ଷେତ୍ରରେ ନିର୍ମିତ ହେଉଥିବା ଏହି ଉତ୍ପାଦ ଦାମ ୪୫ରୁ ୫୦ ହଜାର ଟଙ୍କା ରହିଛି। ଏକ୍ସ୍‌-ରେ ମେସିନ୍‌ ଦାମ ୧୫ଲକ୍ଷରୁ ଦେଢ଼ କୋଟି ଟଙ୍କା ରହିଥିବାବେଳେ ଘରୋଇ କ୍ଷେତ୍ରରେ ନିର୍ମିତ ହେଉଥିବା ମେସିନ୍‌ ଦାମ ୫୦ ହଜାରରୁ ୩ ଲକ୍ଷ ଟଙକକା ରହିଛି। ସେହିପରି ବିଦେଶରୁ ଆମଦାନୀ ହେଉଥିବା ଇସିଜି ମେସିନ ଦାମ୍‌ ୪୫ ହଜାରରୁ ୫ ଲକ୍ଷ ଟଙ୍କା ରହିଛି। ଅପରପକ୍ଷରେ ସ୍ବଦେଶୀ ଜ୍ଞାନକୌଶଳରେ ତିଆରି ହୋଇଥିବା ଏହି ମେସିନ୍‌ ଦାମ୍‌ ୨୫ ହଜାରରୁ ୭୫ ହଜାର ଟଙ୍କା ରହିଛି। ଦେଶରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଗବେଷଣା ଏବଂ ଅଧିକ କର୍ମଚାରୀ ନିଯୁକ୍ତ କରାଗଲେ ଖର୍ଚ୍ଚ କମ୍‌ ହେବ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଟାମାଟି ଛାଡ଼ି ଯିବା ପରେ ବି ପିଛା ଛାଡ଼ିଲାନି ମୃତ୍ୟୁ, ୧୪ ବର୍ଷ ପରେ ଖୋଜିଖୋଜି ମାରିଲା ହାତୀ, ଲୋମ ଟାଙ୍କୁରି ଉଠିବ ଏହି ଘଟଣା

କାଠମାଣ୍ଡୁ, ୧୫।୭: ମୃତ୍ୟୁମୁଖରୁ ବୋଧହୁଏ କେହି ବର୍ତ୍ତିପାରିବେ ନାହିିଁ। ଏହି କଥାକୁ ସତ ପ୍ରମାଣିତ କରି ଦେଖାଇଛି ନେପାଳର ଏକ ଭୟଙ୍କର ଜଙ୍ଗଲୀ ହାତୀ। ଯାହାର ନାଁ…

୯ ଶ୍ରେଣୀକୁ ୩ ଶିକ୍ଷକ: ପାଠପଢାରେ ବ୍ୟାଘାତ: ସ୍କୁଲ ଭିତରେ ଅଭିଭାବକଙ୍କ ଧାରଣା

ରୁପ୍ରା ରୋଡ, ୧୫।୭(ସଞ୍ଜିବ ଦାସ): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧିନସ୍ତ ଅସୁରଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଓ ଶିଶୁବାଟିକାକୁ ମିଶାଇ ମୋଟ…

ଭରଣପୋଷଣ ଟଙ୍କା ଉପରେ ହାଇକୋର୍ଟଙ୍କ ବଡ଼ ରାୟ: ପରିସ୍ଥିତି ଦେଖି ବଦଳିବ ଟଙ୍କା, ସ୍ୱାମୀଙ୍କ ସବୁ ଦରମା ଉପରେ ନାହିଁ ପତ୍ନୀଙ୍କ ହକ୍!

ନୂଆଦିଲ୍ଲୀ, ୧୫।୭: ଭତ୍ତା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ସ୍ୱାମୀଙ୍କ ଦରମାର ୨୫% ଦେବା ବାଧ୍ୟତାମୂଳକ ନୁହେଁ, ପରିସ୍ଥିତି ଅନୁସାରେ ବଦଳିପାରେ ରାଶି ଆଲ୍ଲାହାବାଦ ହାଇକୋର୍ଟ…

ଇଂଲଣ୍ଡରୁ ପରାସ୍ତ କରିବା ପରେ ବଡ଼ କଥା କହିଲେ ଶୁବମନ ଗିଲ୍‌

ବର୍ମିଂହାମ,୧୫।୭: ପ୍ରଥମ ଦିନିକିଆରେ ଇଂଲଣ୍ଡ ବିପକ୍ଷରେ ୬ ଉଇକେଟରେ ବିଜୟ ହାସଲ କରିଛି। ଭାରତୀୟ ଅଧିନାୟକ ଶୁବମନ ଗିଲ ମଧ୍ୟକ୍ରମ ବ୍ୟାଟସମ୍ୟାନମାନଙ୍କୁ ପ୍ରଶଂସା କରି କହିଛନ୍ତି, ଚାପ…

ବିପଦରେ ସୋନମ ୱାଙ୍ଗଚୁକଙ୍କ ଜୀବନ: ୮.୫ କିଲୋ କମିଲା ଓଜନ, ଅନଶନ ଭାଙ୍ଗିବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ

ନୂଆଦିଲ୍ଲୀ,୧୫।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ବିଶିଷ୍ଟ ଶିକ୍ଷାବିତ୍‌ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ଅର୍ନିଦ୍ଦିଷ୍ଟ କାଳୀନ ଅନଶନ ଏବେ ୧୭ ଦିନରେ ପହଞ୍ଚିଛି। ଦେଶର ଶିକ୍ଷା ବ୍ୟବସ୍ଥାରେ…

NDAରେ ସାମିଲ ହେବେ ଶରଦ ପାୱାର? ଅଧରାତିରେ ହୋଇଗଲା ବଡ଼ ଖେଳ, ରାଜନୀତିରେ ହଇଚଇ

ମୁମ୍ବାଇ,୧୫।୭:ମହାରାଷ୍ଟ୍ର ରାଜନୀତିରେ ‘ଅପରେଶନ ଟାଇଗର୍‌’କୁ ନେଇ ଚର୍ଚ୍ଚା ଏବେ ବି ଶାନ୍ତ ପଡ଼ିନଥିବା ବେଳେ ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି। ପ୍ରତିଦିନ ନୂଆ ନୂଆ ଆଶଙ୍କା,…

୫୦୦୦ ଟଙ୍କା ପାଇଁ ମହିଳାଙ୍କୁ ଜିଅନ୍ତା ଜାଳିଦେଲେ ପଡ଼ୋଶୀ

ପାଟନ୍‌,୧୫।୭: ମାତ୍ର ୫୦୦୦ଟଙ୍କା ଋଣ କାରବାରକୁ କେନ୍ଦ୍ରକରି ଗୁଜରାଟର ପାଟନ୍‌ ଜିଲାରେ ପିଙ୍କିବେନ ପଟନୀ(୩୫) ନାମକ ଜଣେ ବିଧବା ମହିଳାଙ୍କୁ ପଡ଼ୋଶୀ ବାବୁଭାଇ ରାବଲ୍‌ ପେଟ୍ରୋଲ ଢାଳି…

କଫ ସିରପ୍‌ର ହବ୍‌ ପାଲଟିଛି ବରଗଡ଼: ରାଜଧାନୀକୁ ଚେର

ବରଗଡ଼,୧୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ନିଶା କାରବାରର ହବ ପାଲଟିଛି। ଏଠାରେ କଫ୍‌ ସିରପଠାରୁ ଆରମ୍ଭ କରି ଗଞ୍ଜେଇ, ବ୍ରାଉନସୁଗାର ଆଦି ନିଶା କାରବାର ଚାଲିଛି। ପୋଲିସ ଥରକୁଥର ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri