Budget 2026: ଭାରତ ହେବ ଚିପ୍ ମାନୁଫାକ୍ଚରିଂ ହବ୍; ୪୦,୦୦୦ କୋଟିର ବ୍ୟୟବରାଦ

ନୂଆଦିଲ୍ଲୀ,୧।୨: ଭାରତ ହେବ ଚିପ୍ ମାନୁଫାକ୍ଚରିଂ ହବ୍। ସେମିକଣ୍ଡକ୍ଟର କ୍ଷେତ୍ରରେ ପାଲଟିବା ବିଶ୍ୱସ୍ତରୀୟ ଶକ୍ତି। ଭାରତର ବୈଷୟିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବଜେଟରେ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ (ISM) ୨.୦ ର ଶୁଭାରମ୍ଭ ଘୋଷଣା ହୋଇଛି। ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ୪୦,୦୦୦ କୋଟି ଟଙ୍କାର ବୃହତ୍ ବ୍ୟୟବରାଦ ଘୋଷଣା କରିଛନ୍ତି।

ISM ୧.୦ ର ସଫଳତା ପରେ, ଦ୍ୱିତୀୟ ପର୍ଯ୍ୟାୟରେ ସେମିକଣ୍ଡକ୍ଟର ନିର୍ମାଣ ପାଇଁ ଆବଶ୍ୟକ ଯନ୍ତ୍ରପାତି ଓ କଞ୍ଚାମାଲ ଭାରତରେ ହିଁ ପ୍ରସ୍ତୁତ କରାଯିବ। କେବଳ ଚିପ୍ ନିର୍ମାଣ ନୁହେଁ, ବରଂ ‘ଫୁଲ୍-ଷ୍ଟାକ୍ ଇଣ୍ଡିଆନ୍ ଆଇପି’ ବା ଭାରତୀୟ ବୌଦ୍ଧିକ ସମ୍ପଦର ଡିଜାଇନ୍ ଏବଂ ବିକାଶ ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ବିଶ୍ୱ ବଜାର ଉପରେ ନିର୍ଭରଶୀଳତା କମାଇବା ପାଇଁ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳାକୁ ଅଧିକ ଶକ୍ତିଶାଳୀ କରାଯିବ। ଶିଳ୍ପ-ଭିତ୍ତିକ ଗବେଷଣା ଏବଂ ତାଲିମ କେନ୍ଦ୍ର ମାଧ୍ୟମରେ ଏକ ଦକ୍ଷ କର୍ମଜୀବୀ ଦଳ ପ୍ରସ୍ତୁତ କରାଯିବ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏପ୍ରିଲ ୨୦୨୫ରେ ଆରମ୍ଭ ହୋଇଥିବା ‘ଇଲେକ୍ଟ୍ରୋନିକ୍ସ କମ୍ପୋନେଣ୍ଟ ମାନୁଫାକ୍ଚରିଂ ସ୍କିମ୍’ (ECMS) ପାଇଁ ପୂର୍ବରୁ ୨୨,୯୯୯ କୋଟି ଟଙ୍କା ଧାର୍ଯ୍ୟ ହୋଇଥିଲା। ମାତ୍ର ଏହା ମାଧ୍ୟମରେ ଆସିଥିବା ନିବେଶ ପ୍ରତିଶ୍ରୁତି ଧାର୍ଯ୍ୟ ଲକ୍ଷ୍ୟର ଦୁଇଗୁଣ ହୋଇଥିବାରୁ ଏହାର ବ୍ୟୟବରାଦକୁ ମଧ୍ୟ ବୃଦ୍ଧି କରି ୪୦,୦୦୦ କୋଟି କରାଯାଇଛି। ଏହି ପଦକ୍ଷେପ ଭାରତକୁ ବୈଷୟିକ କ୍ଷେତ୍ରରେ ଆତ୍ମନିର୍ଭର କରିବା ସହ ଲକ୍ଷ ଲକ୍ଷ ଯୁବକଙ୍କୁ ରୋଜଗାର ପ୍ରଦାନ କରିବାରେ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମଳାଙ୍କ ବଜେଟ୍‌ ଉପସ୍ଥାପନ ପରେ ଅମିତ ଶାହାଙ୍କ ପ୍ରତିକ୍ରିୟା, କହିଲେ ୨୦୪୭ ସୁଦ୍ଧା ହେବ…

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ଲଗାତର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ବଜେଟ୍‌ ସମୟରେ ଅନେକ ବଡ଼ ଘୋଷଣା…

ଦେଶ ଉପରେ କେତେ ଋଣ, କେଉଁଠି ଖର୍ଚ୍ଚ ହେବ ଆପଣଙ୍କ ଟଙ୍କା? ଜାଣନ୍ତୁ ଚଳିତବର୍ଷର ବଜେଟ୍‌ ସାଇଜ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଦେଶର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବର୍ଷ, ସରକାର ଅଭିବୃଦ୍ଧିର ଗତି ବଜାୟ…

‘କେରଳକୁ ନେଇ କିଛି କହିଲେ ନାହିଁ ଅର୍ଥମନ୍ତ୍ରୀ’, କାହିଁକି ନିର୍ମଳାଙ୍କୁ ଏମିତି କହିଲେ ଶଶି ଥରୁର? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧।୨: ଶଶି ଥରୁର, ବଜେଟ 2026 ଉପରେ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଥିଲେ ଯେ ବହୁତ କମ ବିବରଣୀ ଉପଲବ୍ଧ ଥିଲା। ସେ କହିଥିଲେ ଯେ ୩-୪ଟି…

ମହିଳାଙ୍କ ପାଇଁ ପେଡ଼ି ଖୋଲିଦେଲେ ନିର୍ମଳା, ଗର୍ଲସ ହଷ୍ଟେଲଠାରୁ ଲକ୍ଷପତି ଦିଦି ସମସ୍ତେ ହେବେ ଖୁସି

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ସଂସଦରେ 2026-27 ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ସବୁଥର ପରି, ଅର୍ଥମନ୍ତ୍ରୀଙ୍କ ବଜେଟରେ ମହିଳାମାନଙ୍କ ପାଇଁ କିଛି ସ୍ବତନ୍ତ୍ର…

ପ୍ରତିରକ୍ଷା ବଜେଟ୍‌ରେ ରେକର୍ଡ ବୃଦ୍ଧି: ସେନା ଯେତିକି ମାଗିଥିଲା, ତାଠାରୁ ଅଧିକ ଦେଲେ ସରକାର

ନୂଆଦିଲ୍ଲୀ,୧।୨: ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ବଡ଼ ଧରଣର ବ୍ୟୟବରାଦ ଘୋଷଣା କରିଛନ୍ତି ସରକାର। ‘ଅପରେସନ ସିନ୍ଦୂର’ ପରେ ସୀମାରେ ବଢ଼ୁଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି…

Budget 2026: ଲଗାତାର ୯ମ ଥର ବଜେଟ୍ ଆଗତ କରି ରେକର୍ଡ କଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରି ଏକ ନୂତନ ଇତିହାସ ରଚିଛନ୍ତି। ସେ ଭାରତର ପ୍ରଥମ ଅର୍ଥମନ୍ତ୍ରୀ…

Budget 2026: ସାଧାରଣ ଜନତାଙ୍କୁ କ’ଣ ମିଳିଲା? ଚାଷୀ, ଯୁବପିଢ଼ି ଓ ମଧ୍ୟବିତ୍ତଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ୨୦୨୬ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଦେଶର ସାଧାରଣ ଜନତାଙ୍କ ଜୀବନଶୈଳୀରେ ସୁଧାର ଆଣିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏଥିରେ ନିଆଯାଇଛି।…

ଏକାଗ୍ର ମନ, ତୀକ୍ଷ୍ଣ ଦୃଷ୍ଟି: ବଜେଟ ଭାଷଣ ସମୟରେ ଏମିତି ଟେବୁଲ ବାଡେଇଲେ ମୋଦି, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୨: ସଂସଦୀୟ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତି ସର୍ବଦା ପ୍ରଭାବଶାଳୀ, କିନ୍ତୁ ବଜେଟ ଦିବସରେ ତାଙ୍କର ଗମ୍ଭୀରତା ଏକ ଭିନ୍ନ ସ୍ତରକୁ ପହଞ୍ଚେ। ଅର୍ଥମନ୍ତ୍ରୀ ନିର୍ମଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri