Posted inଜାତୀୟ

୯ରେ ଇଣ୍ଡିଆ ବ୍ଲକ୍‌ର ବିହାର ବନ୍ଦ ଡାକରା

ପାଟନା,୮ା୭: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାରେ ସଂଶୋଧନ ପାଇଁ ନିର୍ବାଚନ କମିଶନଙ୍କ ସ୍ପେଶାଲ ଇଣ୍ଟେନ୍‌ସିଭ୍‌ ରିଭିଜନ (ଏସ୍‌ଆଇଆର୍‌)କୁ ବିରୋଧୀ ମେଣ୍ଟ ଇଣ୍ଡିଆ ବ୍ଲକ୍‌ ଦୃଢ଼ ବିରୋଧ କରିବା ସହ ଆସନ୍ତା ୯ ତାରିଖ ବୁଧବାର ରାଜ୍ୟରେ ବନ୍ଦ ପାଳନ ପାଇଁ ଡାକରା ଦେଇଛି। ଏହି ବନ୍ଦରେ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଯୋଗଦେବେ ବୋଲି ଜଣାପଡ଼ିଛି। ବିହାର ବିଧାନସଭା ନିର୍ବାଚନ ପାଇଁ ଇଣ୍ଡିଆ ବ୍ଲକ୍‌ର ସମନ୍ବୟ କମିଟି ଅଧ୍ୟକ୍ଷ ଥିବା ଆର୍‌ଜେଡି ନେତା ତେଜସ୍ବୀ ଯାଦବ କହିଛନ୍ତି, ଭୋଟର ତାଲିକା ସଂଶୋଧନ ବିରୋଧରେ ବିରୋଧୀ ଦଳଗୁଡ଼ିକ ସେମାନଙ୍କ ଅସନ୍ତୋଷ ଦର୍ଶାଇବା ପାଇଁ ବିହାର ବନ୍ଦ ଡାକରା ଦେଇଛନ୍ତି। ନିର୍ବାଚନ କମିଶନ ଏବଂ କେନ୍ଦ୍ର ସରକାରଙ୍କ କାର୍ଯ୍ୟକୁ ବିରୋଧକରି ବୁଧବାର ଚକା ଜାମ୍‌ କରାଯିବ ବୋଲି ତେଜସ୍ବୀ କହିଛନ୍ତି। ତେବେ ଏହି ସମୟରେ ଆମ୍ବୁଲାନ୍ସ ଏବଂ ଜରୁରୀ ସେବା ଗାଡ଼ିଗୁଡ଼ିକ ଅଟକାଯିବ ନାହିଁ। ରାହୁଲ ଏବଂ ତେଜସ୍ବୀ ବନ୍ଦ ପାଳନର ନେତୃତ୍ୱ ନେବେ।
ପାଟନାର ଇନ୍‌କମ୍‌ ଟ୍ୟାକ୍ସ ଛକରୁ ରାହୁଲଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବିଧାନସଭା ବାହାରେ ଥିବା ଶହୀଦ ସ୍ମୃତିସ୍ଥଳ ଏବଂ ଏହା ପାଖରେ ଥିବା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବ ବୋଲି ବିହାର ପ୍ରଦେଶ କଂଗ୍ରେସ କମିଟି ସଭାପତି ରାଜେଶ କୁମାର ଗଣମାଧ୍ୟମକୁ କହିଛନ୍ତି। ଭୋଟର ତାଲିକା ସଂଶୋଧନ ପାଇଁ ନିର୍ବାଚନ କମିଶନ ମାଗିଥିବା ୧୧ଟି ଦସ୍ତାବିଜ୍‌ ୯୦ ପ୍ରତିଶତ ଲୋକ ଦେଖାଇପାରିବେ ନାହିଁ। ସେଗୁଡ଼ିକୁ ସଂଗ୍ରହ କରିବା ପାଇଁ ବହୁ ସମୟ ଲାଗିବ। ପୂର୍ବରୁ ଏଭଳି ସଂଶୋଧନ ୧୫ ମାସ ଧରି ଚାଲିଥିଲା। ଏବେ ନିର୍ବାଚନ ମାତ୍ର ଅଳ୍ପ କେଇମାସ ରହିଥିବାବେଳେ ତାହା ପୂର୍ବରୁ ଏସ୍‌ଆଇଆର୍‌ ସମ୍ଭବ ନୁହେଁ। ଏହା ଦ୍ୱାରା ଅନେକ ଯୋଗ୍ୟ ଭୋଟର ମତଦାନ ଅଧିକାର ହରାଇବେ ବୋଲି କୁମାର କହିଛନ୍ତି। ଯଦି ଭୋଟର ତାଲିକାରେ ସଂଶୋଧନ କରିବା କଥା, ତେବେ ନିର୍ବାଚନ କମିଶନ ଜାନୁଆରୀ ୧ରେ ଚୂଡ଼ାନ୍ତ ତାଲିକା ପ୍ରକାଶ କରିଥିଲେ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାର ୮ ପ୍ରତିଶତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବାବେଳେ ଜୁଲାଇ ୨୬ ସୁଦ୍ଧା ସମ୍ପୂର୍ଣ୍ଣ ହେବ କିପରି ବୋଲି ସେ କହିଛନ୍ତି।
ବିହାର ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଭୋଟର ତାଲିକା ସଂଶୋଧନକୁ ସ୍ଥଗିତ ରଖିବା ପାଇଁ ତେଜସ୍ବୀ ସୋମବାର ନିର୍ବାଚନ କମିଶନଙ୍କୁ ନିବେଦନ କରିଛନ୍ତି। ଇଣ୍ଡିଆ ବ୍ଲକ୍‌ର ସହଯୋଗୀମାନଙ୍କ ଉପସ୍ଥିତିରେ ଏକ ଖବରଦାତା ସମ୍ମିଳନୀରେ ତେଜସ୍ବୀ ଏହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri