Posted inଖେଳ

ସ୍ପେନ୍‌କୁ ୩-୦ରେ ହରାଇଲା ଭାରତ

ବାର୍ସିଲୋନା, ୩୧।୭ (ପି.ଟି.): ସ୍ପାନିଶ ହକି ଫେଡେରେଶନର ଶତବାର୍ଷିକୀ ଅବସରରେ ଚାଲିଥିବା ଅନ୍ତର୍ଜାତୀୟ ହକି ଟୁର୍ନାମେଣ୍ଟର ରବିବାର ଅନୁଷ୍ଠିତ ଏକ ମ୍ୟାଚରେ ଭାରତ ୩-୦ ଗୋଲରେ ସ୍ପେନ୍‌କୁ ପରାସ୍ତ କରିଛି। ମ୍ୟାଚରେ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ଖେଳିଥିବା ଭାରତ ପକ୍ଷରୁ ବନ୍ଦନା କାଟରିଆ ୨୨, ମୋନିକା ୪୮ ଓ ଉଦିତା ୫୮ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଏଥିରେ ବିଜୟ ହାସଲ କରିବା ସହ ଭାରତୀୟ ମହିଳା ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜେୟ ରହିଛି। ଶନିବାର ଅନୁଷ୍ଠିତ ମ୍ୟାଚରେ ଲାଲରେମସିଆମିଙ୍କ ହ୍ୟାଟ୍ରିକ ଗୋଲ ବଳରେ ଭାରତ ୩-୦ ଗୋଲରେ ଇଂଲଣ୍ଡକୁ ହରାଇ ଦେଇଥିଲା। ପୂର୍ବ ୨ଟି ମ୍ୟାଚକୁ ଭାରତ ଇଂଲଣ୍ଡ ବିପକ୍ଷରେ ୧-୧ ଓ ସ୍ପେନ୍‌ ବିପକ୍ଷରେ ୨-୨ରେ ଡ୍ର ରଖିଥିଲା।

ସ୍ପେନ୍‌ ବିପକ୍ଷରେ ଭାରତ ପ୍ରଥମ କ୍ୱାର୍ଟରରୁ ହିଁ ଚାପ ପକାଇ ଖେଳିଥିଲା। ପରସ୍ପର ମଧ୍ୟରେ ଉତ୍ତମ ପାସ୍‌ ଦେଇ ଖେଳାଳିମାନେ କେତେକ ସୁଯୋଗ ସୃଷ୍ଟି କରିଥିଲେ। ମାତ୍ର ପ୍ରଥମ କ୍ୱାର୍ଟରରେ ଗୋଲ ହୋଇପାରି ନ ଥିଲା। ପ୍ରଥମ କ୍ୱାର୍ଟରର ଶେଷ ୫ ମିନିଟ୍‌ରେ ସ୍ପେନ୍‌ ପକ୍ଷରୁ ଏକାଧିକ ଗୋଲ ସ୍କୋରିଂ ସୁଯୋଗ ସୃଷ୍ଟି କରାଯାଇଥିଲା। ତେବେ ଭାରତୀୟ ଦଳର ଅଧିନାୟିକା ତଥା ଗୋଲକିପର ସବିତା ସଫଳତାର ସହ ତାହାକୁ ପ୍ରତିହତ କରିଥିଲେ। ଦ୍ୱିତୀୟ କ୍ୱାର୍ଟର ଆରମ୍ଭରୁ ଭାରତ ଆକ୍ରମଣକୁ ଜୋରଦାର କରିଥିଲା।

୨୨ତମ ମିନିଟରେ ସୁଶୀଳାଙ୍କ ପାଖରୁ ପାସ୍‌ ପାଇ ନେହା ଗୋୟଲ ଗୋଲ ଦେବାକୁ ପ୍ରୟାସ କରିଥିଲେ। ମାତ୍ର ତାଙ୍କ ଶଟ୍‌କୁ ସ୍ପେନ୍‌ ଗୋଲକିପର କ୍ଲାରା ପେରେଜ ପ୍ୟାଡ୍‌ରେ ଠେଲି ଦେଇଥିଲେ। ରିବାଉଣ୍ଡ ହୋଇ ଫେରିଆସୁଥିବା ବଲ୍‌କୁ ନିୟନ୍ତ୍ରଣକୁ ଆଣି ଲାଲରେମସିଆମି ବନ୍ଦନାଙ୍କ ନିକଟକୁ ପଠାଇ ଦେଇଥିଲେ। ବନ୍ଦନା ତାହାକୁ ଗୋଲରେ ପରିଣତ କରିବାରେ କୌଣସି ଭୁଲ୍‌ କରି ନ ଥିଲେ। ୪୮ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିଥିଲେ ମୋନିକା। ଶେଷ ଭାଗରେ ଗୋଲ ପରିଶୋଧ ପାଇଁ ସ୍ପେନ୍‌ ଖେଳାଳିମାନେ ଉଦ୍ୟମ କରିଥିଲେ ହେଁ ଭାରତୀୟ ଡିଫେଣ୍ଡର ଦୀପ୍‌ ଗ୍ରେସ୍‌ ଏକ୍କା, ନିକ୍କି ପ୍ରଧାନ ଓ ସୁଶୀଳା ଚାନୁ ତାହାକୁ ସଫଳତାର ସହ ପ୍ରତିହତ କରିଥିଲେ। ମ୍ୟାଚ ଶେଷ ହେବାର ୨ ମିନିଟ ପୂର୍ବରୁ ଉଦିତା ଭାରତ ପକ୍ଷରୁ ତୃତୀୟ ଗୋଲଟି ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ ସେନା ନେବେ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ? ଇରାନୀ ସେନାରେ ଭର୍ତ୍ତି ହେଲେଣି ୧୨ ବର୍ଷ ବୟସ୍କ ପିଲା!

ତେହରାନ୍‌,୨୭।୩: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏକ ନୂତନ ପଦକ୍ଷେପ ଅଧୀନରେ ସୁରକ୍ଷା ଏବଂ ଯୁଦ୍ଧ ସହାୟତା କାର୍ଯ୍ୟ ପାଇଁ ସର୍ବନିମ୍ନ ବୟସ ସୀମାକୁ…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

ସରପଞ୍ଚ, ସମିତି ସଭ୍ୟଙ୍କ ପ୍ରତିନିଧିଙ୍କୁ ଅଟକ ପ୍ରତିବାଦ: ଧାରଣାରେ ବସିଲେ ପୂର୍ବତନ ଏମପି

ଲୋଇସିଂହା,୨୭।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ରାମପୁର ଗ୍ରାମରେ ରାମନବମୀ ଉପଲକ୍ଷେ ଅନୁଷ୍ଠିତ ଷୋହଳ ପ୍ରହର ନାମ ଯଜ୍ଞରେ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ଯୋଗଦାନ…

ରାମଲଲାଙ୍କ ‘ସୂର୍ଯ୍ୟ ତିଳକ’ ଦେଖି ଭାବପ୍ରବଣ ହୋଇପଡ଼ିଲେ ମୋଦି: ଭିଡିଓ ଦେଖିଲେ ହୋଇଯିବେ ଅଭିଭୂତ

ନୂଆଦିଲ୍ଲୀ,୨୭।୩: ରାମଙ୍କ ନଗରୀ ଅଯୋଧ୍ୟାରେ ରାମ ନବମୀ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଇଛି। ରାମଲଲାଙ୍କ ଜନ୍ମବାର୍ଷିକୀ ପାଳନ ପାଇଁ ବହୁ ସଂଖ୍ୟକ ଭକ୍ତ ଏକାଠି ହୋଇଥିଲେ।…

ବିହାରରୁ ବଡ଼ ଖବର! ଏହି ତାରିଖରେ ବିଧାନ ପରିଷଦରୁ ଇସ୍ତଫା ଦେବେ ନୀତିଶ କୁମାର

ପାଟନା,୨୭।୩: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାର ବିଧାନସଭା ପରିଷଦ (MLC) ର ସଦସ୍ୟତାରୁ ଇସ୍ତଫା ଦେବେ । ସୂତ୍ର ଅନୁଯାୟୀ, ନୀତିଶ କୁମାର ମାର୍ଚ୍ଚ  ୩୦ରେ…

ରାମନବମୀରେ ନନ୍ଦପୁର ଚଳଚଞ୍ଚଳ: ରାମ-ସୀତାଙ୍କ ବିବାହ ନୀତି ପରେ…

ନନ୍ଦପୁର,୨୭ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳ ରାମନବମୀ ପାଳନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି। ନନ୍ଦପୁର ଗଉଡ଼ ସାହି ସ୍ଥିତ ଐତିହାସିକ ରାମମନ୍ଦିର ଓ ରାମଲୀଳା…

IPL 2026: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ପ୍ରଥମ ମ୍ୟାଚ୍‌, କେଉଁଠି ଏବଂ କିପରି ଲାଇଭ ଦେଖିବେ ଜାଣନ୍ତୁ…

ବେଙ୍ଗାଲୁରୁର,୨୭।୩: IPL 2026 ସିଜିନର ପ୍ରଥମ ମ୍ୟାଚ୍‌ ଦୁଇଟି ଶକ୍ତିଶାଳୀ ଦଳ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। RCB ଘରୋଇ ପଡ଼ିଆରେ ବିଜୟ ସହିତ…

ରାପର-ସିଙ୍ଗରଙ୍କ ହାତରେ ଦେଶର ଶାସନ ଭାର

କାଠମାଣ୍ଡୁ,୨୭।୩: ଆଜି ନେପାଳୀ ରାଜନୀତିରେ ଏକ ଐତିହାସିକ ମୁହୂର୍ତ୍ତ ପ୍ରକାଶ ପାଇଛି। ବାଲେନ ଶାହ – ଜଣେ ରାପର୍‌ ଇଞ୍ଜିନିୟର – ଶୁକ୍ରବାର ନେପାଳର ପ୍ରଧାନମନ୍ତ୍ରୀ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri