ଆଜିଠାରୁ ଭାରତ-ବାଂଲାଦେଶ ଟେଷ୍ଟ ସିରିଜ୍‌: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଚେନ୍ନାଇ, ୧୯।୯ (ପି.ଟି.):ଭାରତ ଓ ବାଂଲାଦେଶ ମଧ୍ୟରେ ୨ ଟେଷ୍ଟ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଗୁରୁବାର ଏଠାରେ ଆରମ୍ଭ ହେବ। ବାଂଲାଦେଶ ଏହା ପୂର୍ବରୁ ଶକ୍ତିଶାଳୀ ପାକିସ୍ତାନ ବିପକ୍ଷରେ ୨-୦ରେ ସିରିଜ ବିଜୟୀ ହୋଇ ମନୋବଳ ଦୃଢ଼ କରିଛି। ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ବାଂଲାଦେଶ ପାକିସ୍ତାନ ବିପକ୍ଷ ସିରିଜକୁ କ୍ଲିନ୍‌ ସୁଇପ୍‌ କରିଥିଲା। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଦୃଷ୍ଟିରୁ ଭାରତ ପାଇଁ ବାଂଲାଦେଶ ବିପକ୍ଷ ସିରିଜ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏହି ସିରିଜରେ ମଧ୍ୟ ସ୍ପିନରମାନେ ମୁଖ୍ୟ ଭୂମିକା ନେବେ ବୋଲି ଆଶା କରାଯାଉଛି।

ଗତ ଏକ ଦଶନ୍ଧି ମଧ୍ୟରେ ଘରୋଇ ପରିବେଶରେ ଭାରତର ବିଜୟ-ପରାଜୟ ରେକର୍ଡ ୪୦-୪ ରହିଛି। ତାରକା ବ୍ୟାଟର ବିରାଟ କୋହଲିଙ୍କ ପରି ଖେଳାଳିଙ୍କ ଉପସ୍ଥିତି ଯୋଗୁ ଏହା ସମ୍ଭବ ହୋଇପାରିଛି। ୨୦୧୫ଠାରୁ କୋହଲି ସ୍ଥିର ପ୍ରଦର୍ଶନ ଦେଇ ଆସୁଛନ୍ତି। ପ୍ରାୟ ସବୁ ଦଳ ବିପକ୍ଷରେ ସେ ଭଲ ଖେଳି ଆସୁଛନ୍ତି। ମାତ୍ର ୨୦୨୧ଠାରୁ ସ୍ପିନ୍‌ ବୋଲିଂ ବିପକ୍ଷରେ ତାଙ୍କ ପ୍ରଦର୍ଶନ ସେତେ ଭଲ ରହିନାହିଁ। ୧୫ ଟେଷ୍ଟରେ ଆଭରେଜ ମାତ୍ର ୩୦ ରହିଛି। ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଛି। ବିଶେଷ କରି ୨୦୧୭ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଓପନରଭାବେ ପ୍ରମୋଶନ ପାଇବା ପରଠାରୁ ସ୍ପିନରଙ୍କ ବିପକ୍ଷରେ ତାଙ୍କ ଆଭରେଜ ୯୦ରୁ ଊର୍ଦ୍ଧ୍ୱ ରହିଛି। ମାତ୍ର ୨୦୨୧ଠାରୁ ଓଭରଅଲ୍‌ ତାଙ୍କର ପ୍ରଦର୍ଶନରେ ଅବନତି ଘଟିଛି। ୧୫ ମ୍ୟାଚରେ ତାଙ୍କ ଆଭରେଜ ୪୪ରେ ସୀମିତ ରହିଛି। ଅନ୍ୟତମ ନିର୍ଭରଯୋଗ୍ୟ ବ୍ୟାଟର ଲୋକେଶ ରାହୁଲ ମଧ୍ୟ ସ୍ପିନରଙ୍କ ବିପକ୍ଷରେ ଭଲ ଫର୍ମରେ ନାହାନ୍ତି। ଗତ ୩ ବର୍ଷ ମଧ୍ୟରେ ସେ ଘରୋଇ ପରିବେଶରେ ୫ଟି ଟେଷ୍ଟ ଖେଳିବାର ସୁଯୋଗ ପାଇଥିବାବେଳେ ଆଭରେଜ ମାତ୍ର ୨୩.୪୦ ରହିଛି। ତେଣୁ ସ୍ପିନରଙ୍କ ବିପକ୍ଷରେ ଭାରତୀୟ ବ୍ୟାଟରଙ୍କୁ ସତର୍କତାର ସହ ଖେଳିବାକୁ ପଡ଼ିବ।

 

ନିକଟରେ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଭାରତୀୟ ବ୍ୟାଟରମାନେ ସ୍ପିନରଙ୍କୁ ଖେଳି ନ ପାରି ୦-୨ରେ ସିରିଜ ହାରିଥିଲେ। ଦଳରେ ଭଲ ଆଭରେଜ ରଖିଥିବା କେତେକ ଖେଳାଳି ମଧ୍ୟ ଅଛନ୍ତି। ରିଷଭ ପନ୍ତ ୫ ମ୍ୟାଚରେ ୭୦, ଶୁବମନ ଗିଲ୍‌ ୧୦ ମ୍ୟାଚରେ ୫୬ ଓ ଯଶସ୍ବୀ ଜୟସ୍ବାଲ ୫ ମ୍ୟାଚରେ ୧୧୫ ଆଭରେଜରେ ରନ ସଂଗ୍ରହ କରିଛନ୍ତି। ତେବେ ଜୟସ୍ବାଲ ଓ ଗିଲ୍‌ ଚଳିତ ବର୍ଷ ପ୍ରାରମ୍ଭରେ ଇଂଲଣ୍ଡ ବିପକ୍ଷ ସିରିଜରେ ହିଁ ଭଲ ପ୍ରଦର୍ଶନ କରିଥିଲେ। ମାତ୍ର ଥ୍ରୀ ଲାୟନ୍ସ ଟିମ୍‌ରେ ଅଭିଜ୍ଞ ସ୍ପିନର ନ ଥିଲେ। ସେହି ତୁଳନାରେ ଦେଖିବାକୁ ଗଲେ ବାଂଲାଦେଶ ଦଳରେ ଅନେକ ଦକ୍ଷ ସ୍ପିନର ବାମହାତୀ ଶକିବ ଅଲ୍‌ ହାସନ, ତାଜିଉଲ ଇସଲାମ ଓ ଅଫ୍‌ ସ୍ପିନର ମେହିଦି ହାସନ ମିରାଜ ଆଦି ରହିଛନ୍ତି। ଏମାନେ ସେମାନଙ୍କ ଦିନରେ ଯେ କୌଣସି ପ୍ରତିଦ୍ୱନ୍ଦ୍ୱୀଙ୍କୁ କ୍ଷତି ପହଞ୍ଚାଇବାକୁ ସକ୍ଷମ।

ଭାରତୀୟ ବୋଲିଂ ବିଭାଗରେ ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସିରାଜ, ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ନିଶ୍ଚିତ। ଏମାନେ ଯେ କୌଣସି ପରିବେଶରେ ପ୍ରଭାବୀ ପ୍ରଦର୍ଶନ କରିବାକୁ ସକ୍ଷମ। ଏମଏ ଚିଦାମ୍ବରମ ଷ୍ଟାଡିୟମ ପିଚ୍‌କୁ ନିରୀକ୍ଷଣ ପରେ ଭାରତ ଆଉ ଜଣେ ପେସର ଆକାଶ ଦୀପ୍‌ କିମ୍ବା ଯଶ ଦୟାଲଙ୍କୁ ଖେଳାଇପାରେ। ତୃତୀୟ ସ୍ପିନର ଭାବେ କୁଲଦୀପ ଯାଦବଙ୍କୁ ମଧ୍ୟ ସୁଯୋଗ ମିଳିପାରେ।

ଏହି ମ୍ୟାଚ୍‌ ଚେନ୍ନାଇର ଏମ୍‌ ଚିଦାମ୍ବର ଷ୍ଟାଡିୟମରେ ଖେଳାଯିବ। ସକାଳ ୯.୩୦ରେ ମ୍ୟାଚ୍‌ ଆରମ୍ଭ ହେବ ଏବଂ ଟସ୍‌ ୯ଟାରେ ପଡିବ। ମ୍ୟାଚ୍‌ର ସିଧାପ୍ରସାରଣ Sports18 and Colors Cineplex TVରେ ପ୍ରସାରିତ ହେବ। ଏହାସହ ଜିଓସିନେମା ଆପ୍‌ରେ ମଧ୍ୟ ମ୍ୟାଚ୍‌ ଦେଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ମିଳିବ କି ପ୍ୟାଟରନିଟି ଲିଭ୍? ସୁପ୍ରିମକୋର୍ଟ କହିଲେ ବାପାର ଭୂମିକାକୁ…

ନୂଆଦିଲ୍ଲୀ,୧୮।୩; ଦେଶର ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ୟାଟରନିଟି ଲିଭକୁ ସାମାଜିକ ସୁରକ୍ଷା ଲାଭ ଭାବରେ ମାନ୍ୟତା ଦେବା ପାଇଁ ଆଇନ ପ୍ରଣୟନ କରିବା ବିଷୟରେ ବିଚାର କରିବାକୁ…

ଛାଡ଼ପତ୍ର ନେବା ପାଇଁ କୋର୍ଟକୁ ଆସିଥିଲେ ସ୍ତ୍ରୀ, ରାସ୍ତା ମଝିରେ ସ୍ବାମୀଙ୍କ ମାଡ଼ରେ ହେଲେ ଲହୁଲୁହାଣ, ଆଉ ତା’ ପରେ…

ବାଲେଶ୍ୱର,୧୮ା୩(ବାଞ୍ଛାନିଧି ଦେ): ରାସ୍ତା ମଝିରେ ସ୍ତ୍ରୀଙ୍କୁ ମାରି ଲହୁଲୁହାଣ କରିଦେଇଛନ୍ତି ସ୍ବାମୀ। ବିବାହ ବିଚ୍ଛେଦ ପାଇଁ ଫ୍ୟାମିଲି କୋର୍ଟକୁ ଆସିଥିଲେ ସ୍ତ୍ରୀ। ମାତ୍ର ଘରକୁ ଯିବା ରାସ୍ତାରେ…

ଟେନସନ୍ ଶେଷ! କମର୍ସିଆଲ ଗ୍ୟାସ ସିଲିଣ୍ଡର ନେଇ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଏହି ରାଜ୍ୟକୁ ମିଳିବ…

ନୂଆଦିଲ୍ଲୀ,୧୮।୩; ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଦେଶରେ LPG ଏବଂ ତେଲ ସଙ୍କଟ ଦେଖାଯାଇଛି । ଏହାରି ଭିତରେ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର ସ୍ପଷ୍ଟ…

ଏସ୍‌-ପୂଜାରୀପୁଟରେ ପୁସିଂ ବ୍ରିଜ୍‌ ନିର୍ମାଣ ଲାଗି ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୧୮ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ଦେଇ ଯାଇଥିବା କେ.କେ ରେଳପଥର ସାଉନି ପୂଜାରୀପୁଟ ଗ୍ରାମ ନିକଟ ପୋଲ ନଂ ୧୫୬/୦୬ ଓ ୧୫୬/୦୮ ନିକଟରେ ଏକ ପୁସିଂ…

ଚାଇନା ଠୁ ତେଲ ଜାହାଜ ଛଡାଇ ଆଣିଲା ଭାରତ! ରୁଷିଆ ସହ ବଡ଼ ଡିଲ୍‌…

ନୂଆଦିଲ୍ଲୀ,୧୮।୩; ୟୁକ୍ରେନରେ ସଂଘର୍ଷ ମଧ୍ୟରେ, ଭାରତ ରୁଷିଆରୁ ଅଶୋଧିତ ତୈଳ କ୍ରୟ ବୃଦ୍ଧି କରିଛି। ଭାରତ ଏବେ ମସ୍କୋରୁ ତୈଳ ଆମଦାନୀ ଦ୍ୱିଗୁଣିତ କରିଛି। ଏହି ସମୟରେ,…

ଜସପ୍ରିତ ବୁମରା ଏବଂ ଅକ୍ଷର ପଟେଲଙ୍କ ଦରମା ବଢ଼ାଇବ BCCI, ମିଳିବ ଏତେ କୋଟି

ନୂଆଦିଲ୍ଲୀ,୧୮।୩: ଜସପ୍ରିତ ବୁମରାହ ଏବଂ ଅକ୍ଷର ପଟେଲ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏହା ସତ୍ତ୍ୱେ, କେନ୍ଦ୍ରୀୟ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ଦରମା ହ୍ରାସ କରାଯାଇଥିଲା।…

ବାଘ ଗାଈକୁ ମାରି ଖାଇବା ଘଟଣା ପରେ ବନ ବିଭାଗ ଲଗାଇଲା ୪ ଟ୍ରାପ କ୍ୟାମେରା

ମୋହନା,୧୮।୩( ମନ୍ମଥ ମିଶ୍ର ): ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ ପରେ ବୁଧବାର…

କାଳବୈଶାଖୀ: ବର୍ଷା ସହ କୁଆପଥର ମାଡ଼

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ଲଡୁଗାଁ, ବରାଡଙ୍ଗା, ଆମପାଣି ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହୋଇଛି। ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri