ବର୍ଡରରେ ଭାରତ-ବାଂଲାଦେଶ ଉତ୍ତେଜନା: ସେନା କଲା ବଡ଼ ଖୁଲାସା

ଢାକା,୨୯।୫: ଭାରତ ସରକାର ଦେଶରେ ରହୁଥିବା ଅବୈଧ ବାଂଲାଦେଶୀମାନଙ୍କୁ ଫେରାଇବା ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି। ବାଂଲାଦେଶ ସରକାର ଦୀର୍ଘ ଦିନ ଧରି ନିଜ ନାଗରିକଙ୍କୁ ଭାରତରେ ଅବୈଧ ଭାବରେ ରହୁଛନ୍ତି ବୋଲି ଅସ୍ବୀକାର କରିଆସୁଛନ୍ତି। କିନ୍ତୁ ବର୍ତ୍ତମାନ ବାଂଲାଦେଶ ସେନାର ଏକ ବିବୃତ୍ତି ସ୍ପଷ୍ଟ କରିଛି ଯେ ଭାରତ ଦ୍ୱାରା ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ଉପଯୁକ୍ତ ଏବଂ ସଠିକ।

ବିଜିବି ମୁଖ୍ୟାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ ମେ 7 ତାରିଖ ପରଠାରୁ, ବିଭିନ୍ନ ସୀମାରୁ ଭାରତରୁ ଅତି କମରେ 1,053 ଜଣଙ୍କୁ ବାଂଲାଦେଶ ପଠାଯାଇଛି। ଏହି ବିବୃତ୍ତିରେ, ଏହା ସ୍ବୀକାର କରାଯାଇଛି ଯେ ଏହି ନାଗରିକମାନେ ବାଂଲାଦେଶୀ ଏବଂ ଭାରତରେ ରହୁଥିଲେ। ପୂର୍ବରୁ, ବାଂଲାଦେଶ ସରକାର ଭାରତର ଦାବିକୁ ପ୍ରତ୍ୟାଖ୍ୟାନ କରିଆସୁଛନ୍ତି।

ବିଜିବି ନିର୍ଦ୍ଦେଶକ ମେଜର ଜେନେରାଲ ମହମ୍ମଦ ଅଶରଫୁଜାମାନ ସିଦ୍ଦିକି ବାଂଲାଦେଶୀ ଗଣମାଧ୍ୟମକୁ କହିଛନ୍ତି ଯେ ଫ୍ଲାଗ ମିଟିଂ ଏବଂ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ବାରମ୍ବାର ପ୍ରତିବାଦ ସତ୍ତ୍ୱେ, ବିଏସଏଫ ଏବଂ ଅନ୍ୟାନ୍ୟ ଭାରତୀୟ ଏଜେନ୍ସି ଦ୍ୱାରା ଏପରି ଘଟଣା ଦୁଃଖଦ ଭାବରେ ଜାରି ରହିଛି। ସେ କହିଛନ୍ତି, “ବିଜିବି ଉଚ୍ଚ ସତର୍କତାରେ ଅଛି ଏବଂ ସମ୍ବେଦନଶୀଳ ସୀମାବର୍ତ୍ତୀ ଅଞ୍ଚଳରେ ନଜର ଏବଂ ପାଟ୍ରୋଲିଂ ବୃଦ୍ଧି କରିଛି।” ତଥାପି, ଭାରତୀୟ ସେନା ଆଇନ ଏବଂ ମାନବାଧିକାରର କୌଣସି ଉଲ୍ଲଂଘନକୁ ଅସୱୀକାର କରିଛି। କିନ୍ତୁ ବାଂଲାଦେଶ ଭାରତୀୟ ଏଜେନ୍ସିଗୁଡ଼ିକ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଜାରି ରଖିଛି।

ସିଦ୍ଦିକ ବୟାନରେ ସୱୀକାର କରିଛନ୍ତି ଯେ ଫେରାଇ ଦିଆଯାଇଥିବା ଲୋକଙ୍କ ମଧ୍ୟରୁ ଅନେକ ବାଂଲାଦେଶୀ ନାଗରିକ ଯେଉଁମାନେ ବର୍ଷ ବର୍ଷ ଧରି ଭାରତରେ ରହୁଥିଲେ। ସେ କହିଛନ୍ତି ଯେ ସେମାନଙ୍କର କିଛି ସନ୍ତାନ ଭାରତରେ ଜନ୍ମଗ୍ରହଣ କରିଥିଲେ ଏବଂ ସେମାନଙ୍କ ପାଖରେ ଭାରତୀୟ କାଗଜପତ୍ର ଥିଲା, ଯାହାକୁ ବଳପୂର୍ବକ ସେମାନଙ୍କଠାରୁ ଛଡ଼ାଇ ନିଆଯାଇଥିଲା। ତାଙ୍କ ବୟାନରୁ ସ୍ପଷ୍ଟ ହୋଇଛି ଯେ ବାଂଲାଦେଶୀ ଅବୈଧ ନାଗରିକମାନଙ୍କୁ ଭାରତ ଫେରାଇ ଦେଉଛି।

ବାଂଲାଦେଶ କହିଛି ଯେ ଏହି କ୍ଷେତ୍ରରେ ଏକପାଖିଆ କାର୍ଯ୍ୟାନୁଷ୍ଠାନ ଭୁଲ ଏବଂ ଉଭୟ ଦେଶ ପାଇଁ ଏହା ଉପରେ ଏକ ପାରସ୍ପରିକ ଚୁକ୍ତିନାମାରେ ପହଞ୍ଚିବା ଆବଶ୍ୟକ। କିନ୍ତୁ ଭାରତ ଏହାର ଦୃଢ଼ ରଣନୀତି ସହିତ ଦେଶର ସୁରକ୍ଷା ପାଇଁ ପଦକ୍ଷେପ ନେଇ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?