Posted inଖେଳ

ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-୨୦ ଆଜି: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

କାରାରା (ଗୋଲ୍ଡକୋଷ୍ଟ), ୬ା୧୧:ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚଳିତ ଟି୨୦ କ୍ରିକେଟ୍‌ ସିରିଜ୍‌ର ଚତୁର୍ଥ ମ୍ୟାଚ ଗୁରୁବାର ଏଠାରେ ଅନୁଷ୍ଠିତ ହେବ। ୩ ମ୍ୟାଚ୍‌ବିଶିଷ୍ଟ ସିରିଜ୍‌ ଏବେ ୧-୧ ସ୍ଥିତିରେ ଅଛି। ତୃତୀୟ ଟି୨୦ ଜିତି ଭାରତୀୟ ଖେଳାଳିଙ୍କ ମନୋବଳ ଦୃଢ଼ ରହିଛି। ଅନ୍ୟପକ୍ଷରେ ତାରକା ଖେଳାଳିଙ୍କ ଅନୁପସ୍ଥିତି ଯୋଗୁ ଅଷ୍ଟ୍ରେଲିଆ ଅପେକ୍ଷାକୃତ ଦୁର୍ବଳ ମନେହେଉଛି। ତେଣୁ ଭାରତକୁ ଫେଭରାଇଟ୍‌ ବିବେଚନା କରାଯାଉଛି। ଗତ ମ୍ୟାଚରେ ଜୋଶ୍‌ ହାଜେଲଉଡ୍‌ ଖେଳି ନ ଥିଲେ। ତାଙ୍କ ଅନୁପସ୍ଥିତି ଅନୁଭୂତ ହୋଇଥିଲା। କାରଣ ୧୮୬ ରନ୍‌କୁ ଡିଫେଣ୍ଡ କରିବାକୁ ଭାରତ ବିଶେଷ ଅସୁବିଧାର ସମ୍ମୁଖୀନ ହୋଇ ନ ଥିଲା। ପରବର୍ତ୍ତୀ ମ୍ୟାଚରେ ମଧ୍ୟ ସେ ଖେଳିବେ ନାହିଁ। ସେହିପରି ୪ର୍ଥ ଗେମ୍‌ରେ ତାରକା ବ୍ୟାଟର ଟ୍ରାଭିସ୍‌ ହେଡ୍‌ ଖେଳିବେ ନାହିଁ। ଆଶେସ୍‌ ସିରିଜ୍‌ଲାଗି ପ୍ରସ୍ତୁତ ହେବା ପାଇଁ ସେ ଶେଫିଲ୍ଡ ଶିଲ୍ଡ ମ୍ୟାଚ ଖେଳିବେ। ତେଣୁ ବିପକ୍ଷ ଦଳର ଦୁଇ ତାରକା ଖେଳାଳିଙ୍କ ଅନୁପସ୍ଥିତି ନିଶ୍ଚିତ ଥିବାରୁ ଭାରତ ୨-୧ରେ ସିରିଜ୍‌ ଅଗ୍ରଣୀ ନେବା ସମ୍ଭାବନା ବଢ଼ିଛି।
ତୃତୀୟ ଟି୨୦ରେ ଭାରତ ଏପରି କମ୍ବିନେଶନରେ ଖେଳିଥିଲା ଯେ ୮ ନମ୍ବରରେ ମଧ୍ୟ ଭଲ ଅଲ୍‌ରାଉଣ୍ଡର ରହିଥିଲେ। କେବଳ ଶୁବମନ ଗିଲ୍‌ଙ୍କ ଫର୍ମ ଭାରତୀୟ ଟିମ୍‌ ମ୍ୟାନେଜ୍‌ମେଣ୍ଟ ପାଇଁ ଚିନ୍ତାର କାରଣ ରହିଛି। ଗତ ୬ଟି ମ୍ୟାଚ୍‌ରେ ସେ ଅର୍ଦ୍ଧଶତକଟିଏ ମଧ୍ୟ ହାସଲ କରିପାରି ନାହାନ୍ତି। ଦିନିକିଆ ସିରିଜ୍‌ର ୩ଟି ମ୍ୟାଚ୍‌ ଏବଂ ୩ଟି ଟି୨୦ରେ ସେ ଏପର୍ଯ୍ୟନ୍ତ ଯଥାକ୍ରମେ ୧୦, ୯, ୨୪, ୩୭*, ୫ ଓ ୧୫ ରନ୍‌ କରିଛନ୍ତି। କେବଳ କାନ୍‌ବେରାରେ ସେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ଭାଗୀଦାରି ଅବସରରେ ଭଲ ଟଚ୍‌ରେ ଥିବାର ନଜରକୁ ଆସିଥିଲା। ଗିଲ୍‌ ଫୁଲ୍‌ ଲେନ୍ଥ ବଲ୍‌କୁ ଖେଳିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ସେ ଏପର୍ଯ୍ୟନ୍ତ ନିଜ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିପାରିନାହାନ୍ତି। ଯୁବ ଓପ୍‌ନର ଅଭିଷେକ ଶର୍ମା କିନ୍ତୁ ନିଜ ନଂ.୧ ର଼୍ୟାଙ୍କ୍‌କୁ ପ୍ରମାଣିତ କରିବାରେ ସକ୍ଷମ ହୋଇଛନ୍ତି। ସେ ଗୋଟିଏ ଦ୍ରୁତ ଅର୍ଦ୍ଧଶତକ ହାସଲ କରିବା ସହ ୨ଥର ଭାରତକୁ ଦ୍ରୁତ ଆରମ୍ଭ ଦେବାରେ ସକ୍ଷମ ହୋଇଛନ୍ତି। ଅଧିନାୟକ ସୂର୍ଯ୍ୟକୁମାର ପ୍ରଥମ ଓ ତୃତୀୟ ମ୍ୟାଚ୍‌ରେ ଭଲ ଖେଳିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ଲାଗି ପ୍ରସ୍ତୁତ ହେବାକୁ କୁଲଦୀପ ଯାଦବଙ୍କୁ ଦଳରୁ ରିଲିଜ୍‌ କରାଯାଇଥିଲେ ମଧ୍ୟ ଅର୍ଶଦୀପ ସିଂଙ୍କ ସାମିଲ ଯୋଗୁ ଭାରତୀୟ ବୋଲିଂ କମ୍ବିନେଶନ ଅଧିକ ପ୍ରଭାବୀ ମନେହେଉଛି। କୁଲଦୀପ ଓ ଅର୍ଶଦୀପଙ୍କୁ ଏକାଠି ଖେଳାଇବାରେ ଟିମ୍‌ ମ୍ୟାନେଜ୍‌ମେଣ୍ଟ ସବୁବେଳେ ଅସୁବିଧାର ସମ୍ମୁଖୀନ ହୋଇଆସିଛି। ଯଦି ଏପରି କଣ୍ଡିଶନରେ କୁଲଦୀପ ଖେଳିଥାନ୍ତେ ତେବେ ବ୍ୟାଟିଂ ଦକ୍ଷତା ରଖିଥିବା ହର୍ଷିତ ରାଣାଙ୍କୁ ସୁଯୋଗ ମିଳିଥାନ୍ତା। ଏବେ ଅର୍ଶଦୀପ ଖେଳୁଥିବାରୁ ଓ୍ବାଶିଂଟନ ସୁନ୍ଦରଙ୍କୁ ଦଳରେ ସାମିଲ କରାଯାଇଛି। ସେ ଗତ ମ୍ୟାଚରେ ୨୩ ବଲ୍‌ରୁ ୪୯ ରନ୍‌କରି ଭାରତ ବିଜୟକୁ ସହଜ କରିଦେଇଥିଲେ।
ଅନ୍ୟପକ୍ଷରେ କେତେଜଣ ତାରକା ଖେଳାଳିଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ଦଳ ଅଧିନାୟକ ମିଚେଲ ମାର୍ଶ ଓ ଟିମ୍‌ ଡାଭିଡ୍‌ଙ୍କ ବ୍ୟାଟିଂ ଦକ୍ଷତା ଉପରେ ଅଧିକ ନିର୍ଭର କରିବ। ହେଡ୍‌ଙ୍କ ଅନୁପସ୍ଥିତିରେ ମାର୍ଶଙ୍କ ଓପ୍‌ନିଂ ପାର୍ଟନର ମାଥ୍ୟୁ ଶର୍ଟ ହୋଇପାରନ୍ତି। ବୋଲିଂ ବିଭାଗରେ ଯୁବ ଖେଳାଳିଙ୍କୁ ଦକ୍ଷତା ଦେଖାଇବାକୁ ପଡ଼ିବ। ସିଅନ ଆବଟ ନ ଥିବାରୁ ବେନ୍‌ ଡ୍ବାରଶୁଇସ କିମ୍ବା ମାହିଲ ବେର୍ଡମ୍ୟାନ ତାଙ୍କ ସ୍ଥାନ ନେଇପାରନ୍ତି।

ଏହି ମ୍ୟାଚ୍‌ ଭାରତୀୟ ସମୟ ଦିନ ୧.୪୫ରେ ଆରମ୍ଭ ହେବ। ଟସ୍‌ ୧.୧୫ରେ ବଡ଼ିବ। ଏହି ମ୍ୟାଚ୍‌ର ସିଧାପ୍ରସାରଣ ଷ୍ଟାର୍‌ ସ୍କୋର୍ଟସ ଏବଂ ଜିଓ ହଟ୍‌ଷ୍ଟାର ସିଧା ପ୍ରସାରଣ ହେବ।

ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଅଭିଷେକ ଶର୍ମା, ଶୁବମନ ଗିଲ୍‌, ତିଲକ ବର୍ମା, ନୀତୀଶ କୁମାର ରେଡ୍ଡୀ, ଶିବମ ଦୁବେ, ଅକ୍ଷର ପଟେଲ, ଜୀତେଶ ଶର୍ମା, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ୍‌ ବୁମ୍‌ରା, ଅର୍ଶଦୀପ ସିଂ, ହର୍ଷିତ ରାଣା, ସଞ୍ଜୁ ସାମ୍‌ସନ, ରିଙ୍କୁ ସିଂ, ଓ୍ବାଶିଂଟନ ସୁନ୍ଦର।
ଅଷ୍ଟ୍ରେଲିଆ ଦଳ: ମିଚେଲ ମାର୍ଶ(ଅଧିନାୟକ), ମାଥ୍ୟୁ ଶର୍ଟ, ଜୋଶ୍‌ ଇଂଲିଶ୍‌, ଜୋଶ୍‌ ଫିଲିପ, ମିଚେଲ ଓଏନ, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ, ମ୍ୟାଟ୍ଟ କୁନେମାନ, ଆଡାମ ଜାମ୍ପା, ମାହିଲ ବେର୍ଡମ୍ୟାନ, ବେନ୍‌ ଡ୍ବାରଶୁଇସ, ଜାଭିଅନ ବ୍ରେଟଲେଟ, ନାଥାନ ଏଲିସ୍‌, ମାର୍କୁସ ଷ୍ଟୋଇନ୍ସ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri