ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ମଧ୍ୟରେ ୨୦୨୪ ମିଳିତ ମହାକାଶଚାରୀ ମିଶନର ଘୋଷଣା

ଓ୍ବାଶିଂଟନ,୨୨।୬: ଭାରତ-ଆମେରିକା ୨୦୨୪ ପାଇଁ ମିଳିତ ମହାକାଶଚାରୀ ମିଶନ ଘୋଷଣା କରିଛି। ହ୍ବାଇଟ ହାଉସ ଗୁରୁବାର କହିଛି ଯେ ଆର୍ଟେମିସ ଚୁକ୍ତିରେ ଯୋଗଦେବାକୁ ଭାରତ ନିଷ୍ପତ୍ତି ନେଇଛି ଏବଂ ଆମେରିକାର ସ୍ପେସ ଏଜେନ୍ସି (ନାସା) ଏବଂ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ୨୦୨୪ରେ ଇଣ୍ଟରନ୍ୟାଶନାଲ ସ୍ପେସ ଷ୍ଟେଶନ(ଆଇଏସଏସ) ପାଇଁ ଏକ ମିଳିତ ମିଶନ ପଠାଇବାକୁ ରାଜି ହୋଇଛନ୍ତି।

ଆର୍ଟେମିସ ଚୁକ୍ତିନାମା ହେଉଛି ନିୟମର ଏକ ସମୂହ, ଯାହା ଦେଶ ଅନୁସନ୍ଧାନ ଏବଂ ବ୍ୟବହାର କରିବା ସମୟରେ ଅନୁସରଣ କରେ। ଏହି ନିୟମ ପୁରାତନ ଚୁକ୍ତି ଉପରେ ଆଧାରିତ, ଯେଉଁଥିରେ ବାହ୍ୟ ସ୍ପେସ ଚୁକ୍ତି ୧୯୬୭(ଓଏସ୍‌ଟି)କୁହାଯାଏ। ଏହା ଏକ ରୋଡମ୍ୟାପ ପରି ଯାହା ଦେଶଗୁଡ଼ିକୁ ମହାକାଶ ପ୍ରକଳ୍ପରେ ଏକାଠି କାମ କରିବାରେ ସାହାଯ୍ୟ କରେ।

ଆର୍ଟେମିସ ଚୁକ୍ତିନାମାକୁ ଆମେରିକା ନେତୃତ୍ୱ ନେଇଛି। ଆମେରିକାର ସ୍ପେସ ଏଜେନ୍ସି ନାସା ୨୦୨୫ ସୁଦ୍ଧା ଲୋକଙ୍କୁ ପୁନର୍ବାର ଚନ୍ଦ୍ରକୁ ଯିବାକୁ ସାହାଯ୍ୟ କରିବାକୁ ଚାହୁଁଛି। ଭବିଷ୍ୟତରେ ମଙ୍ଗଳ ଭଳି ମହାକାଶରେ ଅନ୍ୟାନ୍ୟ ସ୍ଥାନ ଅନୁସନ୍ଧାନ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏପର୍ଯ୍ୟନ୍ତ ୨୫ଟି ଦେଶ ଆର୍ଟେମିସ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ସେ କହିଛନ୍ତି ଯେ ଏହି ଚୁକ୍ତିନାମା ସ୍ବାକ୍ଷର କରିବାରେ ଭାରତ ୨୬ତମ ଦେଶ ହୋଇପାରେ।

ଇସ୍ରୋ ଏବଂ ନାସା ଏ ପର୍ଯ୍ୟନ୍ତ ୧.୫ ବିଲିୟନ ଡଲାର ମୂଲ୍ୟର ନିସାର ଉପଗ୍ରହ ପ୍ରକଳ୍ପରେ ଏକାଠି କାମ କରିଛନ୍ତ। ନିସାର ହେଉଛି ବିଶ୍ୱର ସବୁଠାରୁ ମହଙ୍ଗା ଆର୍ଥ ଓବଜରଭେଶନ ସାଟେଲାଇଟ ପୋଗ୍ରାମ। ଆସନ୍ତା ବର୍ଷ ଏହାର ଶୁଭାରମ୍ଭ ପରେ ଏହା ପୃଥିବୀର ପରିବର୍ତ୍ତିତ ଇକୋସିଷ୍ଟମ, ଗତିଶୀଳ ବୃଦ୍ଧି ଏବଂ ବରଫ ପର୍ବତଗୁଡିକର ତରଳିବା ଉପରେ ନଜର ରଖିବ। ଏଥି ସହିତ ନାସା ଭାରତର ଚନ୍ଦ୍ରୟାନ -୧ରୁ ନିଜର ଉପକରଣ ଚନ୍ଦ୍ରକୁ ପଠାଇଥିଲା।
ଯାହା ପ୍ରଥମ ଥର ପାଇଁ ଚନ୍ଦ୍ରରେ ଜଳର ପ୍ରମାଣ ଖୋଜିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri