Posted inଜାତୀୟ

ଗୋଗ୍ରାରୁ ହଟିଲେ ଭାରତ, ଚାଇନା ସୈନ୍ୟ

ନୂଆଦିଲ୍ଲୀ, ୭।୮: ପୂର୍ବ ଲଦାଖର ଗୋଗ୍ରା ଫ୍ରିକ୍ସନ ପଏଣ୍ଟରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତିର ପ୍ରାୟ ୧୫ ମାସ ପରେ ଉଭୟ ପକ୍ଷ ସେଠାରୁ ସେନା ପ୍ରତ୍ୟାହାର କରିନେଇଛନ୍ତି। ଏଥିସହିତ ସେଠାରେ ଦୁଇ ଦେଶର ସୈନ୍ୟବାହିନୀ ନିର୍ମାଣ କରିଥିବା ଅସ୍ଥାୟୀ କ୍ୟାମ୍ପ ଓ ଭିତ୍ତିଭୂମିଗୁଡ଼ିକୁ ଭାଙ୍ଗିଦେଇଛନ୍ତି। ପାଟ୍ରୋଲିଂ ପଏଣ୍ଟ-୧୭ଏ ଭାବେ ଜଣାଶୁଣା ଗୋଗ୍ରାରେ ମୁହାଁମୁହିଁ ଅବସ୍ଥାର ପୂର୍ବ ସ୍ଥିତି ଫେରିଥିବା ଭାରତୀୟ ସେନା ପକ୍ଷରୁ ଶୁକ୍ରବାର କୁହାଯାଇଛି। ଅଗଷ୍ଟ ୪, ୫ରୁ ସେନା ପ୍ରତ୍ୟାହାର ହୋଇଥିଲା। ଉଭୟ ପକ୍ଷର ସୈନ୍ୟ ସେମାନଙ୍କ ସ୍ଥାୟୀ ଘାଟିକୁ ଫେରିଯାଇଛନ୍ତି।
ଗତ ଶନିବାର ଚୁଶୁଲ-ମୋଲ୍‌ଡୋ ସୀମାରେ ଦୁଇଦେଶ ମଧ୍ୟରେ ଅନୁଷ୍ଠିତ ସେନା କମାଣ୍ଡରସ୍ତରୀୟ ଦ୍ୱାଦଶ ପର୍ଯ୍ୟାୟ ଆଲୋଚନାବେଳେ ଗୋଗ୍ରାରୁ ସୈନ୍ୟ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ହୋଇଥିଲା। ଉକ୍ତ ସେନା ପ୍ରତ୍ୟାହାର ରାଜିନାମା ଅନୁଯାୟୀ ଗୋଗ୍ରାରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା ଉପରେ ଉଭୟ ପକ୍ଷ କଡ଼ା ନଜର ରଖିବା ସହ ସମ୍ମାନ ଜଣାଇବେ। ସେଠାର ସ୍ଥିତାବସ୍ଥାରେ କେହି ଏକପାଖିଆ ପରିବର୍ତ୍ତନ କରିବେ ନାହିଁ। ଗୋଗ୍ରାରୁ ସେନା ପ୍ରତ୍ୟାହାର ଦ୍ୱାରା ଆଉ ଏକ ସମ୍ବେଦନଶୀଳ ଅଞ୍ଚଳର ମୁହାଁମୁହିଁ ସ୍ଥିତିର ସମାଧାନ ହୋଇପାରିଛି। ଲଦାଖର ଅବଶିଷ୍ଟ ବିବାଦୀୟ ପ୍ରସଙ୍ଗର ସମାଧାନ ପାଇଁ ଆଲୋଚନା ଆଗେଇନେବାକୁ ଉଭୟ ପକ୍ଷ ରାଜି ହୋଇଥିବା ସେନା ପକ୍ଷରୁ କୁହାଯାଇଛି। ପୂର୍ବ ଲଦାଖକୁ ସରକାର ଓ୍ବେଷ୍ଟର୍ନ ସେକ୍ଟର ଭାବେ ନାମିତ କରିଛନ୍ତି। ଦେଶର ସାର୍ବଭୌମତ୍ୱ ବଜାୟ ରଖିବା ସହ ଓ୍ବେଷ୍ଟର୍ନ ସେକ୍ଟର ଅନ୍ତର୍ଗତ ଏଲ୍‌ଏସିରେ ଶାନ୍ତି ଓ ସ୍ଥିରତା ସୁନିଶ୍ଚିତ କରିବା ଲାଗି ଭାରତୀୟ ସେନା ଏବଂ ଆଇଟିବିପି ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ଉକ୍ତ ଚୁକ୍ତିନାମାରେ କୁହାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରମିକଙ୍କୁ ୧୦୦ ମିଟର ଘୋଷାଡି ନେଲା ବସ, ଆଉ ତା’ପରେ ଘଟିଲା…

ଭଞ୍ଜନଗର,୧୧/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଭାଲିଆଖାଇ ଛକରେ ବୁଧବାର ନୀଳକଣ୍ଠ ନାମକ ଏକ ଘରୋଇ ବସ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଭାବେ…

ଭାରତରେ ୪୦୦କୋଟିରୁ ଅଧିକ ଆୟ କରେ ପେଙ୍ଗୁଇନ, ପ୍ରତିବର୍ଷ ଛପାଯାଏ ମାତ୍ର ଏତିକି ବହି…

ନୂଆଦିଲ୍ଲୀ,୧୧।୨: ଗତ କିଛି ଦିନ ଧରି ପୂର୍ୱତନ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନାରଭାଣେଙ୍କ ପୁସ୍ତକ “ଫୋର୍‌ ଷ୍ଟାର୍‌ ଅଫ ଡେଷ୍ଟିନି” ସମ୍ପର୍କରେ ଜାତୀୟ ରାଜନୀତି…

ରିଲ୍ସ ନିଶାରେ ବନ୍ଧୁକ ଧରି ଡ୍ୟାନ୍ସ କଲେ କଂଗ୍ରେସ ବିଧାୟକ, ଭିଡିଓ ଭାଇରାଲ

ବେଙ୍ଗାଲୁରୁ,୧୧।୨: ବ୍ଲକବଷ୍ଟର ଫିଲ୍ମ ଧୁରନ୍ଧରର ଲୋକପ୍ରିୟ ଗୀତ ‘Fa9la’ ଉପରେ ଆଧାରିତ ଏକ ରିଲ ତିଆରି କରି ଜଣେ କଂଗ୍ରେସ ନେତା ଅଡୁଆରେ ଫସି ଯାଇଛନ୍ତି। କର୍ନାଟକ…

ବଳାତ୍କାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଏମିତି ଏକ ପ୍ରବନ୍ଧ ଲେଖିବାରୁ ଦଣ୍ଡ କମ୍‌ କରି ଦେଲେ ହାଇକୋର୍ଟ

ମୁମ୍ବାଇ,୧୧।୨: ବମ୍ବେ ହାଇକୋର୍ଟ ଜଣେ ନାବାଳିକା ଝିଅକୁ ବଳାତ୍କାର କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆଜୀବନ କାରାଦଣ୍ଡକୁ ୧୨ ବର୍ଷକୁ ହ୍ରାସ କରିଛନ୍ତି।…

‘ବନ୍ଦେ ମାତରମ’କୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି: ଏଣିକି ଠିଆ ହେବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୧।୨: ବନ୍ଦେ ମାତରମ ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବନ୍ଦେ ମାତରମ ପାଇଁ ଠିଆ…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

୨୩,୩୮୭ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି: ଖୁବ୍‌ଶୀଘ୍ର ପ୍ରଧାନଶିକ୍ଷକ ଭାବେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର,୧୧ା୨ (ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠ (ଏସ୍‌ଇଏସ୍‌) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସୋମବାର ପ୍ରକାଶିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri