ବିଶ୍ୱଶାନ୍ତି ପାଇଁ ଭାରତ-ଆମେରିକା ପ୍ରତିଶ୍ରୁତିବଦ୍ଧ

ଓ୍ବାଶିଂଟନ, ୨୩ା୬ ପ୍ରସ୍ତୁତି: ଅରୂପାନନ୍ଦ ଦେଠୀ: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ହ୍ବାଇଟ୍‌ ହାଉସ୍‌ରେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିଶ୍ୱ ଶାନ୍ତି ଲାଗି ଭାରତ ଓ ଆମେରିକା ଏକାଠି କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି। ଦୁଇଦେଶ ଦାରିଦ୍ର୍ୟ ଦୂରୀକରଣ, ଜଳବାୟୁ ପରିବର୍ତ୍ତନର ମୁକାବିଲା, ସ୍ବାସ୍ଥ୍ୟସେବା ସମସ୍ତଙ୍କ ପାଖରେ ପହଞ୍ଚାଇବା ଏବଂ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ଏହା କେବଳ ଭାରତ ଏବଂ ଆମେରିକାର ବିଷୟ ନୁହେଁ, ସାରା ବିଶ୍ୱ ପାଇଁ ଉଦ୍ଦିଷ୍ଟ ବୋଲି ରାଷ୍ଟ୍ରପତି ବାଇଡେନ୍‌ କହିଛନ୍ତି। ଦୁଇ ବୃହତ୍‌ ରାଷ୍ଟ୍ର, ଦୁଇ ମହାଶକ୍ତି ଓ ଦୁଇ ମହାନ୍‌ ବନ୍ଧୁ ଏକବିଂଶ ଶତାବ୍ଦୀକୁ ଉପଯୁକ୍ତ ମାର୍ଗଦର୍ଶନ କରିପାରିବେ ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି।
ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ଉଦ୍‌ବୋଧନ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ବାଇଡେନ୍‌ଙ୍କ ସହ ହ୍ବାଇଟ୍‌ ହାଉସ୍‌ରେ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯିବା ସହ ୧୯ ତୋପ ସଲାମୀ ଦିଆଯାଇଥିଲା। ହ୍ବାଇଟ୍‌ ହାଉସ୍‌ ସାଉଥ୍‌ ଲନ୍‌ରେ ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ସେ ଉପରାଷ୍ଟ୍ରପତି ହେବାଠାରୁ ଏପର୍ଯ୍ୟନ୍ତ ଅନେକ ସମୟ ମୋଦିଙ୍କ ସହ ଏକାଠି ବିତାଇଥିବା ବାଇଡେନ୍‌ କହିଥିଲେ। ବିଶ୍ୱର ସାମ୍ପ୍ରତିକ ସ୍ଥିତି ଅନୁଯାୟୀ ଭାରତ-ଆମେରିକା ଏକାଠି କାର୍ଯ୍ୟ କରିବା ଅତ୍ୟନ୍ତ ଜରୁରୀ ବୋଲି ସେ ମତ ଦେଇଥିଲେ। ଭାରତ ଓ ଆମେରିକା ସମ୍ପର୍କ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ପର୍ଯ୍ୟବସିତ। ଦୁଇ ଦେଶର ସମ୍ବିଧାନ ‘ଆମେ ଜନସାଧାରଣ’ ଶବ୍ଦରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ମୋଦି କହିଥିଲେ। ଉଭୟ ଦେଶ ଆମ ବିବିଧତାକୁ ନେଇ ଗର୍ବ ଅନୁଭବ କରେ। କୋଭିଡ୍‌ ମହାମାରୀ ପରେ ବିଶ୍ୱ ଏକ ନୂଆ ରୂପ ନେଇଛି। ବୈଶ୍ୱିକ ସୁବିଧା, ବିଶ୍ୱ ଶାନ୍ତି ଓ ସ୍ଥିରତା ପାଇଁ ଆମେ ଏକାଠି କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଦୁଇଦେଶ ଆଜି ନେଉଥିବା ନିଷ୍ପତ୍ତିର ଗୁରୁତ୍ୱ ସମ୍ପର୍କରେ ବାଇଡେନ୍‌ କହିଥିଲେ, ତାହା ଭବିଷ୍ୟତ ପିଢ଼ିଙ୍କୁ ପ୍ରଭାବିତ କରିବ। ସ୍ବାସ୍ଥ୍ୟସେବା, ଜଳବାୟୁ ପରିବର୍ତ୍ତନ, ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ଭଳି ଚ୍ୟାଲେଞ୍ଜ ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦୁଇ ଦେଶ ଏକାଠି କାର୍ଯ୍ୟ କରୁଛନ୍ତି। ଧର୍ମୀୟ ସ୍ବାଧୀନତାର ଗୁରୁତ୍ୱ ସମ୍ପର୍କରେ ବାଇଡେନ୍‌ କହିଥିଲେ ଏହା ଉଭୟ ଦେଶ ପାଇଁ ମୁଖ୍ୟ ସିଦ୍ଧାନ୍ତ।
ହ୍ବାଇଟ୍‌ ହାଉସ୍‌ରେ ଉଚ୍ଛ୍ବସ୍ବିତ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ପ୍ରଧାନମନ୍ତ୍ରୀ ବାଇଡେନ୍‌ ଓ ତାଙ୍କ ସ୍ତ୍ରୀ ଜିଲ୍‌ ବାଇଡେନ୍‌ଙ୍କ ସମେତ ଆମେରିକା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ। ଆଜିର ଭବ୍ୟ ସ୍ବାଗତ ଉତ୍ସବ ୧.୪ ବିଲିୟନ ଭାରତୀୟଙ୍କ ପାଇଁ ସମ୍ମାନ ଓ ଗର୍ବର ବିଷୟ। ଆମେରିକାରେ ରହିଥିବା ୪ ନିୟୁତରୁ ଊର୍ଦ୍ଧ୍ୱ ଭାରତୀୟ ବଂଶୋଦ୍ଭବଙ୍କ ପାଇଁ ମଧ୍ୟ ଏହା ସମ୍ମାନର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ମୋଦି ୩ ଦଶନ୍ଧି ପୂର୍ବେ ଆମେରିକାକୁ ଜଣେ ସାଧାରଣ ବ୍ୟକ୍ତି ଭାବେ ଆସି ହ୍ବାଇଟ୍‌ ହାଉସ୍‌କୁ ବାହାରୁ ଦେଖିଥିଲୋ। ପ୍ରଧାନମନ୍ତ୍ରୀ ହେବା ପରେ ସେ ବହୁଥର ଆମେରିକା ଆସିଛନ୍ତି। ତେବେ ପ୍ରଥମ ଥର ଲାଗି ଏତେ ସଂଖ୍ୟାରେ ଭାରତୀୟ-ଆମେରିକୀୟଙ୍କ ପାଇଁ ହ୍ବାଇଟ୍‌ ହାଉସ୍‌ ତା’ର ଦ୍ୱାର ଉନ୍ମୁକ୍ତ କରିଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri