ବିଶ୍ୱଶାନ୍ତି ପାଇଁ ଭାରତ-ଆମେରିକା ପ୍ରତିଶ୍ରୁତିବଦ୍ଧ

ଓ୍ବାଶିଂଟନ, ୨୩ା୬ ପ୍ରସ୍ତୁତି: ଅରୂପାନନ୍ଦ ଦେଠୀ: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ହ୍ବାଇଟ୍‌ ହାଉସ୍‌ରେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିଶ୍ୱ ଶାନ୍ତି ଲାଗି ଭାରତ ଓ ଆମେରିକା ଏକାଠି କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି। ଦୁଇଦେଶ ଦାରିଦ୍ର୍ୟ ଦୂରୀକରଣ, ଜଳବାୟୁ ପରିବର୍ତ୍ତନର ମୁକାବିଲା, ସ୍ବାସ୍ଥ୍ୟସେବା ସମସ୍ତଙ୍କ ପାଖରେ ପହଞ୍ଚାଇବା ଏବଂ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ଏହା କେବଳ ଭାରତ ଏବଂ ଆମେରିକାର ବିଷୟ ନୁହେଁ, ସାରା ବିଶ୍ୱ ପାଇଁ ଉଦ୍ଦିଷ୍ଟ ବୋଲି ରାଷ୍ଟ୍ରପତି ବାଇଡେନ୍‌ କହିଛନ୍ତି। ଦୁଇ ବୃହତ୍‌ ରାଷ୍ଟ୍ର, ଦୁଇ ମହାଶକ୍ତି ଓ ଦୁଇ ମହାନ୍‌ ବନ୍ଧୁ ଏକବିଂଶ ଶତାବ୍ଦୀକୁ ଉପଯୁକ୍ତ ମାର୍ଗଦର୍ଶନ କରିପାରିବେ ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି।
ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ଉଦ୍‌ବୋଧନ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ବାଇଡେନ୍‌ଙ୍କ ସହ ହ୍ବାଇଟ୍‌ ହାଉସ୍‌ରେ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯିବା ସହ ୧୯ ତୋପ ସଲାମୀ ଦିଆଯାଇଥିଲା। ହ୍ବାଇଟ୍‌ ହାଉସ୍‌ ସାଉଥ୍‌ ଲନ୍‌ରେ ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ସେ ଉପରାଷ୍ଟ୍ରପତି ହେବାଠାରୁ ଏପର୍ଯ୍ୟନ୍ତ ଅନେକ ସମୟ ମୋଦିଙ୍କ ସହ ଏକାଠି ବିତାଇଥିବା ବାଇଡେନ୍‌ କହିଥିଲେ। ବିଶ୍ୱର ସାମ୍ପ୍ରତିକ ସ୍ଥିତି ଅନୁଯାୟୀ ଭାରତ-ଆମେରିକା ଏକାଠି କାର୍ଯ୍ୟ କରିବା ଅତ୍ୟନ୍ତ ଜରୁରୀ ବୋଲି ସେ ମତ ଦେଇଥିଲେ। ଭାରତ ଓ ଆମେରିକା ସମ୍ପର୍କ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ପର୍ଯ୍ୟବସିତ। ଦୁଇ ଦେଶର ସମ୍ବିଧାନ ‘ଆମେ ଜନସାଧାରଣ’ ଶବ୍ଦରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ମୋଦି କହିଥିଲେ। ଉଭୟ ଦେଶ ଆମ ବିବିଧତାକୁ ନେଇ ଗର୍ବ ଅନୁଭବ କରେ। କୋଭିଡ୍‌ ମହାମାରୀ ପରେ ବିଶ୍ୱ ଏକ ନୂଆ ରୂପ ନେଇଛି। ବୈଶ୍ୱିକ ସୁବିଧା, ବିଶ୍ୱ ଶାନ୍ତି ଓ ସ୍ଥିରତା ପାଇଁ ଆମେ ଏକାଠି କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଦୁଇଦେଶ ଆଜି ନେଉଥିବା ନିଷ୍ପତ୍ତିର ଗୁରୁତ୍ୱ ସମ୍ପର୍କରେ ବାଇଡେନ୍‌ କହିଥିଲେ, ତାହା ଭବିଷ୍ୟତ ପିଢ଼ିଙ୍କୁ ପ୍ରଭାବିତ କରିବ। ସ୍ବାସ୍ଥ୍ୟସେବା, ଜଳବାୟୁ ପରିବର୍ତ୍ତନ, ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ଭଳି ଚ୍ୟାଲେଞ୍ଜ ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦୁଇ ଦେଶ ଏକାଠି କାର୍ଯ୍ୟ କରୁଛନ୍ତି। ଧର୍ମୀୟ ସ୍ବାଧୀନତାର ଗୁରୁତ୍ୱ ସମ୍ପର୍କରେ ବାଇଡେନ୍‌ କହିଥିଲେ ଏହା ଉଭୟ ଦେଶ ପାଇଁ ମୁଖ୍ୟ ସିଦ୍ଧାନ୍ତ।
ହ୍ବାଇଟ୍‌ ହାଉସ୍‌ରେ ଉଚ୍ଛ୍ବସ୍ବିତ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ପ୍ରଧାନମନ୍ତ୍ରୀ ବାଇଡେନ୍‌ ଓ ତାଙ୍କ ସ୍ତ୍ରୀ ଜିଲ୍‌ ବାଇଡେନ୍‌ଙ୍କ ସମେତ ଆମେରିକା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ। ଆଜିର ଭବ୍ୟ ସ୍ବାଗତ ଉତ୍ସବ ୧.୪ ବିଲିୟନ ଭାରତୀୟଙ୍କ ପାଇଁ ସମ୍ମାନ ଓ ଗର୍ବର ବିଷୟ। ଆମେରିକାରେ ରହିଥିବା ୪ ନିୟୁତରୁ ଊର୍ଦ୍ଧ୍ୱ ଭାରତୀୟ ବଂଶୋଦ୍ଭବଙ୍କ ପାଇଁ ମଧ୍ୟ ଏହା ସମ୍ମାନର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ମୋଦି ୩ ଦଶନ୍ଧି ପୂର୍ବେ ଆମେରିକାକୁ ଜଣେ ସାଧାରଣ ବ୍ୟକ୍ତି ଭାବେ ଆସି ହ୍ବାଇଟ୍‌ ହାଉସ୍‌କୁ ବାହାରୁ ଦେଖିଥିଲୋ। ପ୍ରଧାନମନ୍ତ୍ରୀ ହେବା ପରେ ସେ ବହୁଥର ଆମେରିକା ଆସିଛନ୍ତି। ତେବେ ପ୍ରଥମ ଥର ଲାଗି ଏତେ ସଂଖ୍ୟାରେ ଭାରତୀୟ-ଆମେରିକୀୟଙ୍କ ପାଇଁ ହ୍ବାଇଟ୍‌ ହାଉସ୍‌ ତା’ର ଦ୍ୱାର ଉନ୍ମୁକ୍ତ କରିଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଯୁଦ୍ଧବିରତି ପରେ ଭାରତୀୟଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ, ହେଲ୍‌ପଲାଇନ ନମ୍ବର ଜାରି କରି…

ତେହରାନ,୮ା୪: ଇରାନରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ ତେହରାନର ଭାରତୀୟ ଦୂତାବାସ ବୁଧବାର ଏକ ନୂଆ ସୁରକ୍ଷା ପରାମର୍ଶ ଜାରି କରିଛି। ଏଥିରେ ଇରାନରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri