ଭାରତକୁ ରୁଷିଆର ତେଲ ଆବଶ୍ୟକତା ନାହିଁ, ଏଥିରୁ କେବେଳ ଲାଭ ଅର୍ଜନ କରୁଛି: ଟ୍ରମ୍ପଙ୍କ ଉପଦେଷ୍ଟା ନାଭାରୋ

ନୂଆଦିଲ୍ଲୀ,୨୨।୮: ହ୍ୱାଇଟ ହାଉସ ବାଣିଜ୍ୟ ଉପଦେଷ୍ଟା ପିଟର ନାଭାରୋ ଭାରତକୁ ରୁଷିଆର ତେଲ କିଣୁଥିବା ନେଇ ତୀବ୍ର ସମାଲୋଚନା କରିଛନ୍ତି। ସେ ଭାରତକୁ କ୍ରେମଲିନର “ଲଣ୍ଡ୍ରୋମାଟ୍” (ସ୍ୱୟଂସେବୀ ଲଣ୍ଡ୍ରୀ) ବୋଲି ଅଭିଯୋଗ କରି କହିଛନ୍ତି ଯେ, ଭାରତର ରୁଷିଆ ତେଲ ଆବଶ୍ୟକତା ନାହିଁ। ନାଭାରୋ ଚେତାବନୀ ଦେଇଛନ୍ତି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷରୁ ତେଲ କିଣୁଥିବା ଦେଶକୁ ଦଣ୍ଡ ସ୍ୱରୂପ ଭାରତ ଉପରେ ଅଗଷ୍ଟ ୨୭ ତାରିଖରୁ ୫୦% ଟାରିଫ ଦ୍ୱିଗୁଣିତ କରିବାର ନିଷ୍ପତ୍ତିକୁ ବାତିଲ କରିବେ ନାହିଁ।

ନାଭାରୋ କହିଛନ୍ତି, “ଭାରତ ତା’ର ରିଫାଇନାରୀ ମାଧ୍ୟମରେ ଲାଭ ହାସଲ କରୁଛି ଏବଂ ଏହା ଯୁଦ୍ଧକୁ ଇନ୍ଧନ ଯୋଗାଉଛି। ଭାରତ ଆମେରିକାକୁ ବିକ୍ରି କରି ପାଉଥିବା ଟଙ୍କା ରୁଷିଆରୁ ତେଲ କିଣିବାରେ ବ୍ୟବହାର କରୁଛି, ଯାହା ରିଫାଇନାରୀ ଦ୍ୱାରା ପ୍ରକ୍ରିୟାକରଣ ପରେ ଲାଭ ଅର୍ଜନ କରୁଛି। ଏହି ଟଙ୍କା ରୁଷିଆ ଅସ୍ତ୍ରଶସ୍ତ୍ର ନିର୍ମାଣ ପାଇଁ ବ୍ୟବହାର କରୁଛି, ଯାହା ୟୁକ୍ରେନରେ ହତ୍ୟାକାଣ୍ଡକୁ ବଢ଼ାଉଛି। ଏହା ଆମେରିକୀୟ ଟିକସ ଦାତାଙ୍କୁ ୟୁକ୍ରେନ ପାଇଁ ଅଧିକ ସାମରିକ ସାହାଯ୍ୟ ପ୍ରଦାନ କରିବାକୁ ବାଧ୍ୟ କରୁଛି। ଏହା ପାଗଳାମୀ।”

ସେ ଭାରତର ନେତୃତ୍ୱକୁ ପ୍ରଶଂସା କରି କହିଛନ୍ତି, “ମୁଁ ଭାରତକୁ ଭଲ ପାଏ, ମୋଦି ଜଣେ ମହାନ ନେତା। କିନ୍ତୁ ଭାରତ, ଦୟାକରି ବିଶ୍ୱ ଅର୍ଥନୀତିରେ ନିଜର ଭୂମିକାକୁ ଦେଖନ୍ତୁ। ଆପଣଙ୍କ ବର୍ତ୍ତମାନର କାର୍ଯ୍ୟ ଶାନ୍ତି ସ୍ଥାପନ କରୁନାହିଁ, ବରଂ ଯୁଦ୍ଧକୁ ଦୀର୍ଘାୟୁ କରୁଛି।” ନାଭାରୋ ଦାବି କରିଛନ୍ତି ଯେ, ଭାରତର “ମହାରାଜା ଟାରିଫ” ଓ ଅଣ-ଟାରିଫ ପ୍ରତିବନ୍ଧକ ଆମେରିକୀୟ ଶ୍ରମିକ ଓ ବ୍ୟବସାୟକୁ କ୍ଷତି ପହଞ୍ଚାଉଛି।

ସେ କହିଛନ୍ତି, “ଶାନ୍ତିର ପଥ ନୂଆଦିଲ୍ଲୀ ଦେଇ ଯାଉଛି।” ନାଭାରୋଙ୍କ ଏହି ମନ୍ତବ୍ୟ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ବୟାନ ପରେ ଆସିଛି, ଯେଉଁଥିରେ ଜୟଶଙ୍କର କହିଛନ୍ତି ଯେ, ଆମେରିକା ନିଜେ ବିଶ୍ୱ ଶକ୍ତି ବଜାରକୁ ସ୍ଥିର ରଖିବା ପାଇଁ ଭାରତକୁ ରୁଷିଆର ତେଲ କିଣିବାକୁ କହିଥିଲା। ନାଭାରୋ ପୂର୍ବରୁ ଫାଇନାନ୍ସିଆଲ ଟାଇମ୍ସରେ ଏକ ଲେଖାରେ ଭାରତର ରୁଷିଆ ତେଲ କିଣାକୁ ସମାଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri