କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୭୯ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍ ପଡ଼ିଆଠାରେ ଆୟୋଜିତ ବ୍ଲକସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କୁନି ସାହୁ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ବିଡିଓ ଦେବେନ୍ଦ୍ର ସାମଲ, ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ତହସିଲଦାର ଅରୁଣ ବର୍ଗେ, ଜିଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସିଡିପିଓ କଳ୍ପଲତା ତ୍ରିପାଠୀ, ଜିପିଡିଓ ସ୍ବାଗତ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ। ବ୍ଲକ ସଦର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରୀଛାତ୍ରଙ୍କ ଦ୍ୱାରା ପରେଡ୍ କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ଖେଳଶିକ୍ଷକ ବେଣୁଧର ନାଗ ପରିଚାଳନା କରିଥିଲେ। ସଭା କାର୍ଯ୍ୟ ତଥା ପୁରସ୍କାର ବିତରଣ ସଭାରେ ଅବସରପ୍ରାପ୍ତ ଶିକ୍ଷକ ମାର୍କଣ୍ଡ ପାଢ଼ୀ, ପବିତ୍ର ମୋହନ ପାଶା, ଭାରପ୍ରାପ୍ତ ବିଏସ୍ଏସ ଓ ପ୍ରଦୀପ କୁମାର ମାଝୀ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଗୁରୁଜୀ ଚନ୍ଦ୍ରଶେଖର ଥନାପତି ପ୍ରମୁଖ ପରିଚାଳନା କରିଥିଲେ। କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ତେବେ ତହସିଲ ଅଫିସରେ ତହସିଲଦାର ଅରୁଣ ବର୍ଗେ, ବ୍ଲକ ସଦରସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ହାଇସ୍କୁଲରେ ଅବସରପ୍ରାପ୍ତ ଶିକ୍ଷକ ମାର୍କଣ୍ଡ ପାଢ଼ୀ, ନୋଡାଲ ପ୍ରାଥମିକ ବିଦ୍ୟାଳୟଠାରେ ସମାଜସେବୀ ଦୀନବନ୍ଧୁ ସାହୁ, କୃଷି କାର୍ଯ୍ୟାଳୟରେ ଭିଏଡ୍ବ୍ଲ୍ୟୁ ସନ୍ତୋସିନୀ ବରାହ ଥାରେ ସବ୍ଇନ୍ସପେକ୍ଟର ଥବୀର ବରିହା, କର୍ଲାମୁଣ୍ଡା ସଚେତନ ନାଗରିକ କମିଟି ପକ୍ଷରୁ ଦଶରଥ ସାହୁ, ଆଇସିଡିଏସ୍ କାର୍ଯ୍ୟାଳୟରେ ସିଡିଫିଓ କଳ୍ପଲତା ତ୍ରିପାଠୀ ପତାକା ଉତ୍ତୋଳନ କରିଥିଲେ।