ଚକୋଲେଟ ଲୋଭ ଦେଖାଇ ଶିଶୁ ସହ ଅପ୍ରାକୃତ ଯୌନସମ୍ପର୍କ, ହତ୍ୟା : ଆସିଲା ବଡ଼ ରାୟ

ବ୍ରହ୍ମପୁର,୧୩ା୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଧରାକୋଟ ଥାନା ଅଞ୍ଚଳରେ ଏକ ଶିଶୁପୁତ୍ର ସହ ଅପ୍ରାକୃତ ଯୌନ ସମ୍ପର୍କ ରଖି ହତ୍ୟା କରାଯାଇଥିଲା। ସ୍ବତନ୍ତ୍ର ପୋକ୍‌ସୋ ଜଜ୍‌ ପ୍ରଣତୀ ପଟ୍ଟନାୟକ ଉକ୍ତ ମାମଲାର ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଉକ୍ତ ଥାନା ଅଞ୍ଚଳର ସୁକାନ୍ତ ସେଠୀ ଓରଫ ଶ୍ରୀକାନ୍ତ(୨୬)ଙ୍କୁ ସେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ଜଜ୍‌ ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ମୃତ ଶିଶୁଙ୍କ ମା’ବାପାଙ୍କୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ ଜିଲା ଆଇନ ସେବା ପ୍ରାଧିକରଣ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଶିଶୁପୁତ୍ରଙ୍କ ବାପା ସୁରଟରେ ରହୁଥିଲେ। ମା’ ମଜୁରୀ ଲାଗନ୍ତି। ୨୦୨୩ ଜାନୁଆରୀ ୨୪ରେ ଶିଶୁଟି ଘର ଦାଣ୍ଡରେ ଖେଳୁଥିବା ବେଳେ ସେହି ସାହିରେ ରହୁଥିବା ଶ୍ରୀକାନ୍ତ ଚକୋଲେଟ ଦେଇ ଲୋଭ ଦେଖାଇ ତାଙ୍କ ଛାତ ଉପରକୁ ନେଇ ଯାଇଥିଲେ। କାମରୁ ଫେରିବା ପରେ ମା’ ଓ ପରିବାରର ଅନ୍ୟମାନେ ପୁଅକୁ ଖୋଜାଖୋଜି କରିଥିଲେ। ସାହିର କେତେଜଣଙ୍କଠାରୁ ଶୁଣି ସେମାନେ ଶ୍ରୀକାନ୍ତଙ୍କ ଛାତକୁ ଯାଇଥିଲେ। ସେଠାରେ ଶିଶୁଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବେଳେ ଶ୍ରୀକାନ୍ତ ସେଠାରେ ଥିଲେ। ଶ୍ରୀକାନ୍ତ ନିଜ ଦୋଷ ସ୍ବୀକାର କରିବା ସହ ସେଠାରୁ ଚାଲିଯାଇଥିଲେ ବୋଲି ପୀଡିତଙ୍କ ପରିବାର ଲୋକେ କହିଥିଲେ। ଶିଶୁପୁତ୍ର ବଞ୍ଚିଥିବା ଭାବି ପରିବାର ଲୋକେ ତାଙ୍କୁ ଧରାକୋଟ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୋଲିସ ନଂ. ୨୪/୨୩ରେ ମାମଲା ରୁଜୁ କରି ଘଟଣାର ପରଦିନ ଶ୍ରୀକାନ୍ତଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଥିଲା। ତତ୍କାଳୀନ ଥାନାଧିକାରୀ ମମତା କୁମାରୀ ସାମନ୍ତରା କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲେ। ମାମଲାର ବିଚାର ବେଳେ ୧୭ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଗିରଫ ପରଠାରୁ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚରାଧୀନ ବନ୍ଦୀ ଥିବା ଶ୍ରୀକାନ୍ତଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯାଇଥିଲା। ସାକ୍ଷୀମାନଙ୍କ ବୟାନ ଓ ପୋଲିସର ଚାର୍ଜସିଟ ଆଧାରରେ ଜଜ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ଇଣ୍ଡିଆ ପହଞ୍ଚି ନାହିଁ, ହେଲେ ମ୍ୟାଚ୍‌ର ୨ ଦିନ ପୂର୍ବରୁ ଏମିତି କଲା ପାକିସ୍ତାନ  

କଲମ୍ବୋ,୧୩।୨: କ୍ରିକେଟର ଆଉ ଏକ ମହାଲଢ଼େଇ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି। ଟି-୨୦ ବିଶ୍ୱକପ୍‌ ୨୦୨୬ରେ ଆସନ୍ତା ରବିବାର, ୧୫ ଫେବୃଆରୀରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ…

ଫେବୃଆରୀ ୧୦ରେ ଘରକୁ ଆସିବାକୁ କାଟିଥିଲେ ଟିକେଟ: ଗାଁରେ ମୃତଦେହ

ଆଳି,୧୩ା୨(ବନମାଳୀ ସେନାପତି ): କେନ୍ଦ୍ରାପଡ଼ା ଜିଲା ଆଳି ଥାନା କଣ୍ଟିପୁର ଗ୍ରାମର ମାନସ ସାହୁଙ୍କ ପୁଅ ଅନନ୍ତ(୩୭)ଦୁବାଇରେ ପାଣି ପାଇପ ମିସ୍ତ୍ରି କାମ କରୁଥିବା ବେଳେ ଫେବୃଆରୀ…

ଯଦି ସେ ଶଙ୍କରାଚାର୍ଯ୍ୟ ଥିଲେ ତେବେ ଆପଣ କାହିଁକି ଲାଠିଚାର୍ଜ କରିଥିଲେ? ସମାଜବାଦୀ ପାର୍ଟି ଉପରେ ବର୍ଷିଲେ ଯୋଗୀ…

ଲକ୍ଷ୍ନୌ,୧୩।୨: ଉତ୍ତରପ୍ରଦେଶ ବଜେଟ ଅଧିବେଶନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାଜବାଦୀ ପାର୍ଟି (SP) କୁ କଡ଼ା ସମାଲୋଚନା କରିଛନ୍ତି। ମାଘ ମେଳାରେ ଘଟିଥିବା ଘଟଣାକୁ ନେଇ ସେ…

ସାଇବର ଅପରାଧରୁ କିପରି ଦୂରେଇ ରହିବେ

କେସିଙ୍ଗା,୧୩।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ବାଳସି ଗ୍ରାମସ୍ଥିତ ଜାହାର ଉଚ୍ଚ ବିଦ୍ୟାପୀଠଠାରେ ଶ୍ରୀ କମ୍ପ୍ୟୁଟର୍‌ ଏଜୁକେଶନ (ଶ୍ରୀ ରାମ ଇନଷ୍ଟିଚ୍ୟୁଟ ଅଫ କମ୍ପ୍ୟୁଟର୍‌…

ନିଶାମୁକ୍ତ ହେବ ସୋନପୁର ଅଞ୍ଚଳ: ବସିଲା ବୈଠକ, ଏକାଠି ହେଲେ ମହିଳା ସଂଗଠନ, ଦେଲେ ଚେତାବନୀ

ଦାରିଙ୍ଗବାଡି, ୧୩।୨ (ଅରୁଣ ସାହୁ): ଦିନକୁ ଦିନ ଚୋରାମଦ କାରବାର ବୃଦ୍ଧି ପାଉଛି ।  ଅବାଧରେ ବିକ୍ରିବଟା ମଧ୍ୟ ଚାଲିଛି । ଏହି ବ୍ୟବସାୟ କରୁଥିବା ଲୋକଙ୍କ…

ଦୁଇ ଦିନ ତଳେ ଇସ୍ତଫା ଦେଇଥିଲେ, ପୁଣି ଦଳକୁ ବାହୁଡିଲେ  ପୂର୍ବରୁ ବିଷମକଟକ ବ୍ଲକରେ…

ରାୟଗଡ଼ା,୧୩।୨(ରଞ୍ଜନ ପଣ୍ଡା): ନୂତନ ଗଠିତ ଜିଲା ବିଜେଡି କମିଟିରେ ଉପସଭାପତି ପଦ ପାଇଥିବା କାଶୀପୁର ବ୍ଲକ ବରିଷ୍ଠ ବିଜେଡି ନେତା ଗଣେଶ ସାଉଁତା ବୁଧବାର ନିଜ ପଦବୀରୁ…

ଭ୍ୟାଲେଣ୍ଟାଇନ୍‌ ଡେ’ର ଦିନକ ପୂର୍ବରୁ ଏକା ହୋଇଗଲେ ହ୍ରିତିକ୍‌! ସବାଙ୍କ ସହ ବ୍ରେକ୍‌ଅପ୍‌ ନେଇ…

ମୁମ୍ବାଇ: ବଲିଉଡର ‘ଗ୍ରୀକ ଗଡ୍‌’ ହ୍ରିତିକ ରୋଶନ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଏହା ପଛରେ ରହିଛି ତାଙ୍କର ଏକ ରହସ୍ୟମୟ ସୋସିଆଲ ମିଡିଆ ପୋଷ୍ଟ ।…

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଲେଙ୍କାଙ୍କ ବିୟୋଗରେ ଶୋକ

ଦିଗପହଣ୍ଡି, ୧୩।୨(ଅଶେଷ ନାଥ ମିଶ୍ର): ପୂର୍ବତନ କେନ୍ଦ୍ର କୃଷି ଏବଂ ରେଳ ବିଭାଗ ମନ୍ତ୍ରୀ କାହ୍ନୁ ଚରଣ ଲେଙ୍କାଙ୍କ ବିୟୋଗରେ ଦିଗପହଣ୍ଡି କଂଗ୍ରେସ ଦଳ ପକ୍ଷରୁ ଗଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri