Categories: Home Leftଖେଳ

IND vs PAK: ବଡ଼ ଅଫର୍‌ ଦେଲା ପାକ୍‌, ଭାରତକୁ ହରାଇଲେ ଖେଳାଳିଙ୍କୁ ମିଳିବ ୧କୋଟି ଟଙ୍କା

କରାଚୀ,୨୩।୨: ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଟିମ ଇଣ୍ଡିଆ ଏବଂ ଆୟୋଜକ ପାକିସ୍ତାନ IND vs PAK:  ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ମ୍ୟାଚ ଚାଲିଛି। ଏହାରି ମଧ୍ୟରେ ସିନ୍ଧ ପ୍ରଦେଶର ରାଜ୍ୟପାଳ ମହମ୍ମଦ କାମରାନ ଖାନ ଟେସୋରି ପାକିସ୍ତାନୀ କ୍ରିକେଟରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଯଦି ଏହି ମ୍ୟାଚରେ ପାକିସ୍ତାନ ଟିମ ଭାରତକୁ ପରାଜିତ କରିଦେବେ ତାହେଲେ ୧ କୋଟି ଟଙ୍କାର ପୁରସ୍କାର ରାଶି ଦିଆଯିବ।

ଭାରତୀୟ ଦଳ ତା’ର ଚାମ୍ପିୟନ୍ସ ଟ୍ରଫି ମ୍ୟାଚ ପାକିସ୍ତାନରେ ନ ଖେଳି ନିରପେକ୍ଷ ଭେନ୍ୟୁରେ ଖେଳିବା ନିଷ୍ପତ୍ତିକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ମହସିନ ନକଭି ନୈରାଶ୍ୟ ବ୍ୟକ୍ତ କରିଛନ୍ତି। ୨୯ ବର୍ଷର ବ୍ୟବଧାନ ପରେ ପାକିସ୍ତାନରେ ହୋଇଥିବା ଆଇସିସି ଇଭେଣ୍ଟର ସଫଳ ଆୟୋଜନକୁ ନେଇ ସେ ଆଶା ବ୍ୟକ୍ତ କରିଛନ୍ତି।

ଆମେ ଏକ ବିଶ୍ୱସ୍ତରୀୟ ଇଭେଣ୍ଟର ସଫଳ ଆୟୋଜନ ଉପରେ ବିଶେଷ ଗୁରୁତ୍ୱ ଦେଉଛୁ। କିନ୍ତୁ ନିର୍ଦ୍ୱନ୍ଦ୍ୱରେ କହିପାରିବୁ ଯେ, ପାକିସ୍ତାନରେ ଭାରତ ଖେଳୁ ନ ଥିବାରୁ ଆମେ ଦୁଃଖିତ। ଏଥିଲାଗି କେବଳ ପିସିବି ନୁହେଁ ବରଂ, ପୂରା ବିଶ୍ୱର କ୍ରିକେଟର ପ୍ରଶଂସକ, ଆଇସିସି, ଆର୍ଥିକ ସହଯୋଗୀ ଦୁଃଖିତ ଅଛନ୍ତି। ଆମେ ୨୦୧୧, ୨୦୧୨, ୨୦୧୬ ସମେତ ୨୦୨୩ ଇଭେଣ୍ଟ ପାଇଁ ଦଳ ଅନେକ ଥର ଭାରତ ଟୁର କରିଥିଲା। ଏଥିଯୋଗୁ ଭାରତ, ପାକିସ୍ତାନକୁ ଆସି ଖେଳିବ ବୋଲି ଆମେ ଆଶା କରିଥିଲୁ। କିନ୍ତୁ ଆମ ଆଶା ପୂରଣ ହୋଇ ନ ଥିଲା ବୋଲି ନକଭି କହିଛନ୍ତି।

Share