Posted inଖେଳ

IND vs NZ Final: ଗୋଲଡେନ୍‌ ବ୍ୟାଟ-ବଲ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି

ଦୁବାଇ,୭।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମାର୍ଚ୍ଚ ୯ରେ ଖେଳାଯିବ। ଏହା ପୂର୍ବରୁ ଗୋଲଡେନ୍‌ ବ୍ୟାଟ ଏବଂ ବଲ ଜିତିବା ରେସ୍‌ରେ ଥିବା ଖେଳାଳିଙ୍କୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି।

ଚାମ୍ପିଅନ୍ସ ଟ୍ରଫିରେ ଯେଉଁ ବ୍ୟାଟସମ୍ୟାନ ସର୍ବାଧିକ ରନ କରନ୍ତି। ତାଙ୍କୁ ଗୋଲଡେନ୍‌ ବ୍ୟାଟ ଦିଆଯାଏ। ଯେଉଁ ବୋଲର ସର୍ବାଧିକ ଉଇକେଟ ନେଇଥାନ୍ତି, ସେ ଗୋଲଡେନ୍‌ ବଲ ପାଆନ୍ତି। ଇଂଲଣ୍ଡର ବେନ ଡକେଟ ଗୋଲ୍ଡେନ ବ୍ୟାଟ ଜିତିବା ରେସ୍‌ରେ ଆଗରେ ଅଛନ୍ତି।

ଡକେଟ ଚାମ୍ପିଅନ୍ସ ଟ୍ରଫିର ୩ଟି ମ୍ୟାଚରେ ୨୨୭ ରନ କରିଛନ୍ତି। ଇଂଲଣ୍ଡ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଛି। ଏପରି ପରିସ୍ଥିତିରେ, ଏବେ ଭାରତ ଏବଂ ନ୍ୟୁଜିଲାଣ୍ଡର ଖେଳାଳିମାନଙ୍କ ପାଖରେ ଡକେଟକୁ ପଛରେ ପକାଇ ଗୋଲ୍ଡେନ ବ୍ୟାଟ କବଜା କରିବାର ସୁଯୋଗ ରହିବ। ନ୍ୟୁଜିଲାଣ୍ଡର ରାଚିନ ରବିନ୍ଦ୍ର ଡକେଟଙ୍କଠାରୁ ମାତ୍ର ଗୋଟିଏ ରନ ପଛରେ ଅଛନ୍ତି। ସେ ୩ଟି ମ୍ୟାଚ୍‌ରେ ୨୨୬ ରନ କରିଛନ୍ତି।

ବିରାଟ କୋହଲି ୪ଟି ମ୍ୟାଚ୍‌ରେ ୨୧୭ ରନ ସହିତ ଏହି ରେସ୍‌ରେ ଅଛନ୍ତି। ଏହା ସହିତ ଶ୍ରେୟସ ଆୟରଙ୍କ ପାଖରେ ମଧ୍ୟ ରନ ଦୃଷ୍ଟିରୁ ପ୍ରଥମ ସ୍ଥାନ ପାଇବାର ସୁଯୋଗ ରହିବ। ସେ ୪ଟି ମ୍ୟାଚ୍‌ରେ ୧୯୫ ରନ କରିଛନ୍ତି। ଏହା ପରେ କେନ ୱିଲିୟମ୍ସନ ଏବଂ ଟମ ଲାଥାମ ମଧ୍ୟ ସମସ୍ତଙ୍କୁ ପଛରେ ପକାଇ ପାରିବେ। ଲାଥାମ ଏବଂ ୱିଲିୟମସନ ଯଥାକ୍ରମେ ୧୯୧ ଏବଂ ୧୮୯ ରନ କରିଛନ୍ତି।

ଗୋଲ୍ଡେନ ବଲ ବିଷୟରେ କହିବାକୁ ଗଲେ, ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ମ୍ୟାଟ ହେନରୀ ଏହି ରେସ୍‌ରେ ଆଗରେ ଅଛନ୍ତି। ହେନରୀ ଏପର୍ଯ୍ୟନ୍ତ ୪ଟି ମ୍ୟାଚ ଖେଳି ସର୍ବାଧିକ ୧୦ଟି ଉଇକେଟ ନେଇଛନ୍ତି। ଏହି ତାଲିକାରେ ମହମ୍ମଦ ଶାମି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ୪ଟି ମ୍ୟାଚ୍‌ରେ ୮ଟି ଉଇକେଟ ନେଇଛନ୍ତି।

ଏହା ସହିତ, ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ନାମ ମଧ୍ୟ ତାଲିକାରେ ଅଛି। ସେ ଏପର୍ଯ୍ୟନ୍ତ ମାତ୍ର ୨ଟି ମ୍ୟାଚ ଖେଳି ୭ଟି ଉଇକେଟ ନେଇଛନ୍ତି। ସେହି ସମୟରେ, ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ ସାଣ୍ଟନରଙ୍କ ପାଖରେ ମଧ୍ୟ ଫାଇନାଲରେ ସମସ୍ତଙ୍କୁ ପଛରେ ପକାଇ ଗୋଲ୍ଡେନ ବଲ ହାସଲ କରିବାର ସୁଯୋଗ ରହିବ। ସାଣ୍ଟନର ଏପର୍ଯ୍ୟନ୍ତ ୪ଟି ମ୍ୟାଚ ଖେଳି ୭ଟି ଉଇକେଟ ନେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ

ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri