Posted inଖେଳ

IND vs NZ Final: ଗୋଲଡେନ୍‌ ବ୍ୟାଟ-ବଲ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି

ଦୁବାଇ,୭।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମାର୍ଚ୍ଚ ୯ରେ ଖେଳାଯିବ। ଏହା ପୂର୍ବରୁ ଗୋଲଡେନ୍‌ ବ୍ୟାଟ ଏବଂ ବଲ ଜିତିବା ରେସ୍‌ରେ ଥିବା ଖେଳାଳିଙ୍କୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି।

ଚାମ୍ପିଅନ୍ସ ଟ୍ରଫିରେ ଯେଉଁ ବ୍ୟାଟସମ୍ୟାନ ସର୍ବାଧିକ ରନ କରନ୍ତି। ତାଙ୍କୁ ଗୋଲଡେନ୍‌ ବ୍ୟାଟ ଦିଆଯାଏ। ଯେଉଁ ବୋଲର ସର୍ବାଧିକ ଉଇକେଟ ନେଇଥାନ୍ତି, ସେ ଗୋଲଡେନ୍‌ ବଲ ପାଆନ୍ତି। ଇଂଲଣ୍ଡର ବେନ ଡକେଟ ଗୋଲ୍ଡେନ ବ୍ୟାଟ ଜିତିବା ରେସ୍‌ରେ ଆଗରେ ଅଛନ୍ତି।

ଡକେଟ ଚାମ୍ପିଅନ୍ସ ଟ୍ରଫିର ୩ଟି ମ୍ୟାଚରେ ୨୨୭ ରନ କରିଛନ୍ତି। ଇଂଲଣ୍ଡ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଛି। ଏପରି ପରିସ୍ଥିତିରେ, ଏବେ ଭାରତ ଏବଂ ନ୍ୟୁଜିଲାଣ୍ଡର ଖେଳାଳିମାନଙ୍କ ପାଖରେ ଡକେଟକୁ ପଛରେ ପକାଇ ଗୋଲ୍ଡେନ ବ୍ୟାଟ କବଜା କରିବାର ସୁଯୋଗ ରହିବ। ନ୍ୟୁଜିଲାଣ୍ଡର ରାଚିନ ରବିନ୍ଦ୍ର ଡକେଟଙ୍କଠାରୁ ମାତ୍ର ଗୋଟିଏ ରନ ପଛରେ ଅଛନ୍ତି। ସେ ୩ଟି ମ୍ୟାଚ୍‌ରେ ୨୨୬ ରନ କରିଛନ୍ତି।

ବିରାଟ କୋହଲି ୪ଟି ମ୍ୟାଚ୍‌ରେ ୨୧୭ ରନ ସହିତ ଏହି ରେସ୍‌ରେ ଅଛନ୍ତି। ଏହା ସହିତ ଶ୍ରେୟସ ଆୟରଙ୍କ ପାଖରେ ମଧ୍ୟ ରନ ଦୃଷ୍ଟିରୁ ପ୍ରଥମ ସ୍ଥାନ ପାଇବାର ସୁଯୋଗ ରହିବ। ସେ ୪ଟି ମ୍ୟାଚ୍‌ରେ ୧୯୫ ରନ କରିଛନ୍ତି। ଏହା ପରେ କେନ ୱିଲିୟମ୍ସନ ଏବଂ ଟମ ଲାଥାମ ମଧ୍ୟ ସମସ୍ତଙ୍କୁ ପଛରେ ପକାଇ ପାରିବେ। ଲାଥାମ ଏବଂ ୱିଲିୟମସନ ଯଥାକ୍ରମେ ୧୯୧ ଏବଂ ୧୮୯ ରନ କରିଛନ୍ତି।

ଗୋଲ୍ଡେନ ବଲ ବିଷୟରେ କହିବାକୁ ଗଲେ, ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ମ୍ୟାଟ ହେନରୀ ଏହି ରେସ୍‌ରେ ଆଗରେ ଅଛନ୍ତି। ହେନରୀ ଏପର୍ଯ୍ୟନ୍ତ ୪ଟି ମ୍ୟାଚ ଖେଳି ସର୍ବାଧିକ ୧୦ଟି ଉଇକେଟ ନେଇଛନ୍ତି। ଏହି ତାଲିକାରେ ମହମ୍ମଦ ଶାମି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ୪ଟି ମ୍ୟାଚ୍‌ରେ ୮ଟି ଉଇକେଟ ନେଇଛନ୍ତି।

ଏହା ସହିତ, ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ନାମ ମଧ୍ୟ ତାଲିକାରେ ଅଛି। ସେ ଏପର୍ଯ୍ୟନ୍ତ ମାତ୍ର ୨ଟି ମ୍ୟାଚ ଖେଳି ୭ଟି ଉଇକେଟ ନେଇଛନ୍ତି। ସେହି ସମୟରେ, ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ ସାଣ୍ଟନରଙ୍କ ପାଖରେ ମଧ୍ୟ ଫାଇନାଲରେ ସମସ୍ତଙ୍କୁ ପଛରେ ପକାଇ ଗୋଲ୍ଡେନ ବଲ ହାସଲ କରିବାର ସୁଯୋଗ ରହିବ। ସାଣ୍ଟନର ଏପର୍ଯ୍ୟନ୍ତ ୪ଟି ମ୍ୟାଚ ଖେଳି ୭ଟି ଉଇକେଟ ନେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?