Posted inଖେଳ

ଇଂଲଣ୍ଡର ଅନେକ ଖେଳାଳି ଅସୁସ୍ଥ, ତୃତୀୟ ଟେଷ୍ଟ ପୂର୍ବରୁ ଭାରତରୁ ପଳାଇବେ ପୂରା ଟିମ୍‌, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ମାତ୍ର ଚାରି ଦିନରେ ଶେଷ ହୋଇଯାଇଛି। ଟିମ ଇଣ୍ଡିଆ ଏହି ଟେଷ୍ଟ ମ୍ୟାଚରେ ୧୦୬ ରନରେ ଜିତି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜ୍‌ ୧-୧ରେ ବରାବର ରହିଛି। ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡର ପରାଜୟ ପରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଅନେକ ଇଂଲଣ୍ଡ ଖେଳାଳି ଅସୁସ୍ଥ ହୋଇପଡିଛନ୍ତି। ଏଭଳି ପରିସ୍ଥିତିରେ ପୂରା ଦଳ ଏବେ ଭାରତ ଛାଡିଦେବେ।

ଦ୍ୱିତୀୟ ଟେଷ୍ଟରେ ପରାଜୟ ପରେ ଇଂଲଣ୍ଡର ଅଧିନାୟକ ବେନ ଷ୍ଟୋକ୍ସ ପ୍ରକାଶ କରିଛନ୍ତି ଯେ, ଦଳର ଅନେକ ସଦସ୍ୟ ଅସୁସ୍ଥ ଅଛନ୍ତି। ଅସୁସ୍ଥତା ମଧ୍ୟରେ ବି ସେ ଚତୁର୍ଥ ଦିନରେ ଖେଳିବାକୁ ବାହାରିଥିଲେ। ଏବେ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ, ଇଂଲଣ୍ଡ ଦଳ ଭାରତ ଛାଡିବେ। ସେମାନେ ଆବୁଧାବିରେ ଏହି ସିରିଜ ପାଇଁ ପ୍ରସ୍ତୁତ ହେବେ। ତେବେ ତୃତୀୟ ଦଳ ପୂର୍ବରୁ ଇଂରାଜୀ ଦଳ ଭାରତକୁ ପ୍ରତ୍ୟାବର୍ତ୍ତନ କରିବ।

ସୂଚନାଯୋଗ୍ୟ, ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ୧୫ ଫେବୃଆରୀରୁ ଖେଳାଯିବ । ଏଭଳି ପରିସ୍ଥିତିରେ ଯେତେବେଳେ ତୃତୀୟ ଟେଷ୍ଟ ପାଇଁ ପ୍ରାୟ ୧୦ ଦିନ ବାକି ଅଛି, ସେତେବେଳେ ଇଂଲଣ୍ଡ ଦଳ ଭାରତ ଛାଡିବେ ଏବଂ ତୃତୀୟ ଟେଷ୍ଟ ପୂର୍ବରୁ ଭାରତକୁ ଫେରିଆସିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ମିଛ କହିଲେ ଟ୍ରମ୍ପ: ପୋଲ୍‌ ଖୋଲି ଦେଲା ଚାଇନା

ଓ୍ବାଶିଂଟନ୍‌,୬।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଫୋନ କଲ୍‌ ପରେ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଅନେକ ସାହସିକ ଦାବି…

କୁମୁତାଲପେଟାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି

ଜେକେପୁର,୬ା୨(ରାଜେଶ ବିଶ୍ୱାଳ): ରାୟଗଡା ବ୍ଲକର କୁମୁତାଲପେଟା ପଞ୍ଚାୟତ ଅନ୍ତର୍ଗତ କୁମୁତାଲପେଟା ଗ୍ରାମରେ ଥିବା ପଞ୍ଚାୟତ କମ୍ପ୍ଲେକ୍ସର ଏକ ଦୋକାନରେ ଶୁକ୍ରବାର ଭୋର୍‌ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।…

‘ଆପଣଙ୍କୁ କେବଳ ପବ୍ଲିସିଟି ଦରକାର’, କାହିଁକି ପ୍ରଶାନ୍ତ କିଶୋରଙ୍କୁ ଏମିତି କହିଲେ ସୁପ୍ରିମକୋର୍ଟ? ଜାଣନ୍ତୁ…

ପାଟନା,୬।୨: ୨୦୨୫ ବିହାର ବିଧାନସଭା ନିର୍ବାଚନକୁ ଚ୍ୟାଲେଞ୍ଜ କରି ଏବଂ ନୂତନ ନିର୍ବାଚନ ପାଇଁ ପ୍ରଶାନ୍ତ କିଶୋରଙ୍କ ଜନ ସୂରଜ ପାର୍ଟି ଦ୍ୱାରା ଦାୟର କରାଯାଇଥିବା ଆବେଦନର…

ଭାଙ୍ଗିଗଲାଣି ଶ୍ରେଣୀଗୃହ, ଗଛତଳେ ପଢୁଛନ୍ତି ପିଲା

କେସିଙ୍ଗା/ନର୍ଲା,୬ା୨(ତୁମେଶ୍ୱର ସାହୁ/ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା କେସିଙ୍ଗା ଓ ନର୍ଲା ବ୍ଲକ ସୀମାନ୍ତ ଅଞ୍ଚଳରେ ଅସ୍ଥାପତି ବିଦ୍ୟାଳୟକୁ ଶିକ୍ଷା ବିଭାଗ ସମେତ ନେତା ବିଧାୟକଙ୍କ ଦୃଷ୍ଟି ଗୋଚର…

Ola Uber Rapido Strike: ଗୋଟିଏ ଦିନ ପରେ ଆଉ ବୁକ୍‌ କରିପାରିବେନି ଓଲା, ଉବର, ରାପିଡୋ! ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୬।୧: ଓଲା, ଉବର ଏବଂ ରାପିଡୋ ଭଳି ଆପ-ଭିତ୍ତିକ ଚାଳକମାନେ ଆସନ୍ତାକାଲି, ଶନିବାର ଦେଶବ୍ୟାପୀ ଧର୍ମଘଟ କରିବେ। ଫେବୃଆରୀ ୭ରେ ଏହି ଦେଶବ୍ୟାପୀ ଧର୍ମଘଟ ଏହି ଆପ…

ଦୁଃସାହାସିକ ଖେଳ ପ୍ରଦର୍ଶନ କଲେ ଛାତ୍ରୀଛାତ୍ର: ବାହାରିଲା ବିରାଟ ଶୋଭାଯାତ୍ରା

ଦାରିଙ୍ଗବାଡି,୬।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ ଭାରତ ସ୍କାଉଟସ ଓ ଗାଇଡ଼ସର କ୍ୟାମ୍ପରୀର…

ଶାଗୁଆନ ଜଙ୍ଗଲରେ ନିଆଁ

ଦିଗପହଣ୍ଡି,୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ ବମକେଇ ପଞ୍ଚାୟତ ମାଟିଆପଲ୍ଲୀ ଗ୍ରାମ ଶାଗୁଆନ ଜଙ୍ଗଲରେ ଗୁରୁବାର ରାତିରେ ନିଆଁ ଲାଗିଥିବା ଜଣାପଡ଼ିବା…

ଆଉ ମାତ୍ର ୧୨ ଦିନ ପରେ ରକ୍ତର ଲୁହ ଢାଳିବ ପାକିସ୍ତାନ! ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୬।୨: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଫେବୃଆରୀ ତୃତୀୟ ସପ୍ତାହରେ ଭାରତ ଗସ୍ତରେ ଆସୁଛନ୍ତି। ସେ ଫେବୃଆରୀ ୧୮ରେ ନୂଆଦିଲ୍ଲୀରେ ହେବାକୁ ଥିବା ଏଆଇ ସମ୍ମିଳନୀରେ ଯୋଗଦେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri