Posted inଖେଳ

IND Vs ENG: ୧୪ ବର୍ଷ ପରେ ଇଂଲଣ୍ଡର କ୍ଲିନ୍‌ ସୁଇପ୍‌ କଲା ଟିମ୍‌ ଇଣ୍ଡିଆ, ଗିଲ ସାଜିଲେ ହିରୋ 

ଅହମ୍ମଦାବାଦ,୧୨।୨: ଭାରତୀୟ କ୍ରିକେଟ ଟିମ୍‌ ଅହମ୍ମଦାବାଦ ଦିନିକିଆରେ ମଧ୍ୟ ଇଂଲଣ୍ଡକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୩୫୬ ରନର ବିଶାଳ ସ୍କୋର କରିଥିଲା। ଜବାବରେ ଇଂଲଣ୍ଡ ଚାପରେ ରହି ମାତ୍ର ୨୧୪ ରନରେ ଅଲଆଉଟ୍‌ ହୋଇଯାଇଥିଲା ଏବଂ ୧୪୨ ରନରେ ପରାଜୟର ସମ୍ମୁଖୀନ ହୋଇଥିଲା। ଏହି ବିଜୟ ସହ ଭାରତୀୟ ଦଳ ଏକଦିବସୀୟ ସିରିଜକୁ ୩-୦ରେ କ୍ଲିନ୍‌ ସୁଇପ୍‌ କରିଛି। ନାଗପୁର ଏବଂ କଟକ ଦିନିକିଆରେ ମଧ୍ୟ ଦଳ ଇଂଲଣ୍ଡକୁ ଏକତରଫା ଭାବରେ ପରାସ୍ତ କରିଥିଲା। ତେବେ ୧୪ ବର୍ଷ ପରେ ଭାରତ ଦିନିକିଆ ସିରିଜରେ ଇଂଲଣ୍ଡକୁ କ୍ଲିନ ସୁଇପ୍‌ କରିଛି।
ଅହମ୍ମଦାବାଦରେ ଟିମ୍‌ ଇଣ୍ଡିଆର ବିଜୟର ନାୟକ ସାଜିଥିଲେ ଶୁଭମନ ଗିଲ୍‌, ଯିଏ ତାଙ୍କ ODI କ୍ୟାରିୟରର ୭ମ ଶତକ ହାସଲ କରିଥିଲେ। ଗିଲ୍‌ ତାଙ୍କ ଇନିଂସରେ ୧୧୨ ରନ କରିବା ସହିତ ୧୪ ଚୌକା ଏବଂ ୩ ଛକା ମାରିଥିଲେ। ଗିଲଙ୍କ ବ୍ୟତୀତ ଶ୍ରେୟସ ଆୟର ୭୮ ରନର ଇନିଂସ ଖେଳିଥିବା ବେଳେ ବିରାଟ କୋହଲି ମଧ୍ୟ ୫୨ ରନ୍‌ କରିଥିଲେ। ୪୫୧ ଦିନ ପରେ ବିରାଟ କୋହଲି ଏକଦିବସୀୟ କ୍ରିକେଟରେ ଅର୍ଦ୍ଧଶତକ ହାସଲ କରିଥିଲେ।
ଭାରତୀୟ ଦଳ ପାଇଁ ସମସ୍ତ ବୋଲର ସଫଳତା ପାଇଥିଲେ। ଅର୍ଶଦୀପ ସିଂହ, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅକ୍ଷର ପଟେଲ ୨ଟି ଲେଖାଏ ଉଇକେଟ ପାଇଥିଲେ। ୱାଶିଂଟନ ସୁନ୍ଦର ଏବଂ କୁଲଦୀପ ଯାଦବ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ।
ଅପରପକ୍ଷେ ଇଂଲଣ୍ଡର ପରାଜୟର ମୁଖ୍ୟ କାରଣ ଥିଲା ଏହାର ବ୍ୟାଟ୍ସମ୍ୟାନ। ଫିଲ ସଲ୍ଟ, ବେନ ଡକେଟ୍‌, ଟମ ବାଣ୍ଟନ, ଜୋ ରୁଟ୍‌, ହ୍ୟାରି ବ୍ରୁକ୍‌ ସମସ୍ତେ ଭଲ ଆରମ୍ଭ କରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କେହି ଏହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ଶ୍ରେଷ୍ଠ ପାଞ୍ଚ ଜଣ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବାଣ୍ଟନ ସର୍ବାଧିକ ରନ କରିଥିଲେ। ତାଙ୍କ ବ୍ୟାଟରୁ ୩୮ ରନ ଆସିଥିଲା। ଡକେଟ ୩୪, ସଲ୍ଟ ୨୩ ଏବଂ ରୁଟ ୨୪ ରନ କରିଥିଲେ। ହ୍ୟାରି ବ୍ରୁକ ୧୯ ରନ କରିଥିଲେ। ଅଧିନାୟକ ବଟଲର୍‌ ମାତ୍ର ୬ ରନ କରିପାରିଥିଲେ ଏବଂ ଲିଭିଙ୍ଗଷ୍ଟୋନ ୨୩ ବଲ୍‌ରେ ମାତ୍ର ୯ ରନ୍‌ କରିଥିଲେ। ଏହାର ବ୍ୟାଟିଂ ଯୋଗୁ ଇଂଲଣ୍ଡ ଦଳ ଟି-୨୦ ସିରିଜ ମଧ୍ୟ ହାରିଥିଲା, ଯେଉଁଠାରେ ଏହାକୁ ୧-୪ରେ ପରାଜୟର ସାମ୍ନା କରିବାକୁ ପଡିଥିଲା।
ଭାରତୀୟ ଦଳ ଗତ ୧୧ ବର୍ଷ ମଧ୍ୟରେ ଇଂଲଣ୍ଡ ବିପକ୍ଷରେ ସବୁଠାରୁ ବଡ଼ ଏକଦିବସୀୟ ବିଜୟ ହାସଲ କରିଛି। ରନ ଦୃଷ୍ଟିରୁ ଏହା ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ସର୍ବବୃହତ ବିଜୟ। ୨୦୦୮ ମସିହାରେ ରାଜକୋଟରେ ଖେଳାଯାଇଥିବା ଏକଦିବସୀୟ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ୧୫୮ ରନରେ ପରାସ୍ତ କରିଥିଲା। ଏବେ ଅହମ୍ମଦାବାଦରେ ୧୪୨ ରନରେ ବିଜୟୀ ହୋଇଛି। କେବଳ ଏତିକି ନୁହେଁ, ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଚତୁର୍ଥ ଥର ପାଇଁ ଦ୍ୱିପାକ୍ଷିକ ସିରିଜରେ କ୍ଲିନ ସୁଇପ୍‌ କରିଛି। ସେ ଧୋନି ଏବଂ ବିରାଟଙ୍କୁ ପଛରେ ପକାଇ ଦେଇଛନ୍ତି, ଯେଉଁମାନେ ତିନିଥର ଏହି ସଫଳତା ହାସଲ କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri