Odisha Elections 2024
Posted inଖେଳ

ଆଜି ମହାମୁକାବିଲା

ଅହମଦାବାଦ,୧୯ା୧୧(ପି.ଟି.)ରବିବାର ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଦିନିକିଆ କ୍ରିକେଟ ବିଶ୍ୱକପ୍‌ ଫାଇନାଲ। ସୁପର ସନ୍‌ଡେରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ମହାମୁକାବିଲା। ୫ ଥରର ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ନିଜର ପୂର୍ବ ଐତିହ୍ୟ ପାଇଁ ଲଢେଇ କରୁଥିବା ବେଳେ ୨୦୦୩ ଦିନିକିଆ ବିଶ୍ୱକପ୍‌ ଫାଇନାଲ ପରାଜୟର ପ୍ରତିଶୋଧ ପାଇଁ ପଡିଆକୁ ଓହ୍ଲାଇବ ଭାରତ। ଅଷ୍ଟ୍ରେଲିଆ ଅଷ୍ଟମ ଥର ପାଇଁ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଥିବା ବେଳେ ଭାରତର ଏହା ଚତୁର୍ଥ ପ୍ରୟାସ। ଭାରତୀୟ ଦଳରେ ଥିବା ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ୱିନ ପୂର୍ବରୁ ବିଶ୍ୱକପ୍‌ ଜିତି ସାରିଛନ୍ତି। ଅନ୍ୟ ସମସ୍ତ ଖେଳାଳିଙ୍କ ପାଇଁ ଏହା ଏକ ନୂତନ ଅଭିଜ୍ଞତା ହେବ। ଅନ୍ୟପକ୍ଷରେ ଅଧିନାୟକ ରୋହିତ ଶର୍ମା ଟି୨୦ ବିଶ୍ୱକପ୍‌ ବିଜୟୀ ଦଳର ସଦସ୍ୟ ରହିଥିଲେ ମଧ୍ୟ ଦିନିକିଆ ବିଶ୍ୱକପ୍‌ରେ ଏହା ତାଙ୍କର ପ୍ରଥମ ଫାଇନାଲ। ତେଣୁ ରବିବାର ଏକ ଚମତ୍କାର ଲଢେଇ ଦେଖିବାକୁ ମିଳିବ। ବାହ୍ୟ ଖବର ଦ୍ୱାରା ଭାରତୀୟ ଦଳ ପ୍ରଭାବିତ ହେଉ ନ ଥିବା ନେଇ କହୁଥିଲେ ମଧ୍ୟ ରବିବାରର ଫାଇନାଲ ମୁକାବିଲାକୁ ନେଇ ଦଳ ଉପରେ ସାମାନ୍ୟ ଚାପ ରହିବ। ଭାରତରେ କ୍ରିକେଟରମାନଙ୍କୁ ସେଲିବ୍ରିଟି ଭାବେ ବିବେଚନା କରାଯାଉଥିବା ବେଳେ ୧୪୦ କୋଟି ଦେଶବାସୀଙ୍କ ଆଶା ଓ ଭରସାକୁ ବଜାୟ ରଖିବାକୁ ପ୍ରୟାସ କରିବ ରୋହିତ ଶର୍ମାଙ୍କ ଦଳ। ୧୯୮୩ରେ କପିଳ ଦେବ ଓ ୨୦୧୧ରେ ମହେନ୍ଦ୍ର ସିଂ ଧୋନୀଙ୍କ ପରେ ତୃତୀୟ ଭାରତୀୟ ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ନିକଟରେ ବିଶ୍ୱକପ୍‌ ଟ୍ରଫି ଉଠାଇବାର ସୁଯୋଗ ରହିଛି। ରୋହିତଙ୍କ ନେତୃତ୍ୱରେ ଭାରତ ୧୦ ମ୍ୟାଚ୍‌ରେ ବିଜୟ ହାସଲ କରିଥିବା ବେଳେ ବିଶ୍ୱକପ୍‌ରେ ସର୍ବାଧିକ କ୍ରମାଗତ ବିଜୟ ରେକର୍ଡ ଅଷ୍ଟ୍ରେଲିଆ(୨୦୦୩ ଓ ୨୦୦୭) ନାମରେ ରହିଛି। ରବିବାର ରୋହିତ ଏହି ରେକର୍ଡର ସମକକ୍ଷ ହେବାକୁ ପ୍ରୟାସ କରିବେ। ଏହାବ୍ୟତୀତ ଦିନିକିଆ କ୍ରିକେଟର ଲୋକପ୍ରିୟତା ହ୍ରାସ ପାଉଥିବା ବେଳେ
ଆଜି ମହାମୁକାବିଲା…
ଭାରତୀୟ ଦଳ ଟ୍ରଫି ଜିତିବା ଦ୍ୱାରା ଏହାକୁ ପୁନର୍ବାର ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇବାରେ ସାହାଯ୍ୟ କରିବ।
ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଚଳିତ ବିଶ୍ୱକପ୍‌ରେ ସମ୍ମୁଖ ଭାଗରୁ ଆକ୍ରମଣ କରିଛନ୍ତି। ୧୨୪ର ଷ୍ଟ୍ରାଇକରେଟ୍‌ ସହିତ ସେ ୫୫୦ ରନ୍‌ ସ୍କୋର କରିଥିବା ବେଳେ କୋହଲି ସ୍କୋର କରିଛନ୍ତି ୭୧୧ ରନ୍‌। ଉଭୟ ଖେଳାଳି ଭାରତ ପାଇଁ ରନ୍‌ ମେଶିନ ରହିଛନ୍ତି। ଡେଙ୍ଗୁରୁ ଆରୋଗ୍ୟ ଲାଭ କରିଥିବା ଶୁବମନ ଗିଲ୍‌ ଚମତ୍କାର ଫର୍ମରେ ରହିଛନ୍ତି। ଶର୍ଟବଲ ଦୁର୍ବଳତାକୁ ଦୂରେଇ ଫାଇନାଲ ମ୍ୟାଚ୍‌ ପୂର୍ବରୁ ଲଗାତର ଦୁଇଟି ଶତକ ହାସଲ କରିଛନ୍ତି ଶ୍ରେୟସ ଆୟର। ତେବେ ଭାରତୀୟ ମଧ୍ୟକ୍ରମକୁ ସବୁଠାରୁ ଅଧିକ ଦୃଢ କରୁଛି ଲୋକେଶ ରାହୁଲଙ୍କ ଉପସ୍ଥିତି। ତେବେ ଦଳର ଟ୍ରମ୍ପକାର୍ଡ ରହିଛନ୍ତି ମହମ୍ମଦ ଶାମି। ଅମରୋହା ଏକ୍ସପ୍ରେସ୍‌ ନାମରେ ପରିଚିତ ଏହି ସ୍ପିଡ୍‌ଷ୍ଟର ଜଣକ ୬ ମ୍ୟାଚରୁ ୨୩ ଉଇକେଟ ନେଇଛନ୍ତି। ଏହାବ୍ୟତୀତ ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ମଧ୍ୟ ବଲ୍‌ ଜରିଆରେ ଉପଯୋଗୀ ଅବଦାନ ଦେବାରେ ସମର୍ଥ ହୋଇଛନ୍ତି।
ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦଳ ଭାରତ ପରି ବିପଜ୍ଜନକ ମନେହେଉନାହିଁ। ତେବେ ବଡ ଟୁର୍ନାମେଣ୍ଟରେ ଏହାର ପୂର୍ବ ପ୍ରଦର୍ଶନ ଓ ଦଳର ଲଢୁଆ ମନୋଭାବ ହିଁ ଏହାକୁ ଅଧିକ ବିପଜ୍ଜନକ ଭାବେ ପ୍ରତିପାଦିତ କରୁଛି। ବଡ ମ୍ୟାଚ୍‌ରେ ପ୍ରଦର୍ଶନ କରିବାର କଳାରେ ଅଷ୍ଟ୍ରେଲିଆର ଖେଳାଳିମାନେ ସିଦ୍ଧହସ୍ତ। ଏହା ସହିତ ପ୍ରଥମ ଲିଗ୍‌ ମ୍ୟାଚରେ ବିରାଟ କୋହଲିଙ୍କ କ୍ୟାଚ୍‌ ଡ୍ରପ୍‌ କରିବାରୁ ମ୍ୟାଚ୍‌ ହାରିଥିବା ନେଇ ସ୍ବୀକାର କରିଛନ୍ତି ଅଧିନାୟକ ପ୍ୟାଟ କୁମିନ୍ସ। ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ସମାନ ଭୁଲ ଦୋହରାଇବ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ୧ ଲକ୍ଷ ୩୦ ହଜାର ଦର୍ଶକଙ୍କ ସମ୍ମୁଖରେ ଖେଳିବା ଏକ ଗର୍ବର ବିଷୟ। ଭାରତକୁ ଅଧିକ ସମର୍ଥନ ମିଳିବ ା ତେବେ ଏହା ପୂର୍ବରୁ ଭାରତରେ ଆମେ ଏକ ଦିନିକିଆ ସିରିଜ ଜିତିଥିଲୁ ବୋଲି କମିନ୍ସ କହିଛନ୍ତି। ଦଳରେ ଏକାଧିକ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଦଳ ନିକଟରେ ଆଡାମ ଜାମ୍ପାଙ୍କୁ ବାଦ୍‌ ଦେଲେ ଭଲ ସ୍ପିନର ନାହାନ୍ତି। ଫାଇନାଲ ପାଇଁ ଯଦି ସ୍ପିନିଂ ଟ୍ରାକ୍‌ ରୁହେ ତେବେ ଅଷ୍ଟ୍ରେଲିଆ ପଛରେ ପଡିବାର ସମ୍ଭାବନା ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୪୦୦ ମିଟରରେ ଦୀପ୍ତିଙ୍କ ବିଶ୍ୱରେକର୍ଡ

କୋବ୍‌ (ଜାପାନ), ୨୧ା୫ (ପି.ଟି.): ଭାରତର ଦୀପ୍ତି ଜୀବନଜୀ ଏଠାରେ ଚାଲିଥିବା ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ମହିଳା ୪୦୦ମିଟର ଟି୨୦ କାଟେଗୋରିରେ ବିଶ୍ୱ ରେକର୍ଡ...

୧୫ତମ ଷ୍ଟେଜ୍‌ରେ ପୋଗାକାର ବିଜୟୀ

ରୋମ୍‌, ୨୧।୫: ଟାଡେଜ ପୋଗାକାର (ସ୍ଲୋଭାକିଆ/ ୟୁଏଇ ଟିମ୍‌ ଏମିରେଟ୍ସ) ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ୧୫ତମ ଷ୍ଟେଜ୍‌ ଜିତିଛନ୍ତି। ସେ ୬ ଘଣ୍ଟା...

ଟିକେଟ୍‌ ବିକ୍ରି ବୃଦ୍ଧି ପାଇଁ କ୍ୟାମ୍ପେନ୍‌

ପ୍ୟାରିସ୍‌,୨୧ା୫(ପି.ଟି): ପ୍ୟାରିସ୍‌ ପାରାଲିମ୍ପିକ୍ସକୁ ଆଉ ୧୦୦ ଦିନ ବାକି ରହିଛି। ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ତାରିଖ ଯାଏ ଏହି ମେଗା ଇଭେଣ୍ଟ ଅନୁଷ୍ଠିତ ହେବ।...

ପାରାମାଉଣ୍ଟ ‘ଏ’ ଫାଇନାଲରେ

ଭୁବନେଶ୍ୱର, ୨୧ା୫ (ବିଜୟ ରଣା): ସ୍ଥାନୀୟ ପାରାମାଉଣ୍ଟ ସ୍ପୋର୍ଟିଙ୍ଗ୍ସ ଆନୁକୂଲ୍ୟରେ ଅରବିନ୍ଦମେମୋରିଆଲ ପାରାମାଉଣ୍ଟ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି...

ନର୍ଥଇଷ୍ଟରେ ୬ ଇନ୍‌ଡୋର କ୍ରିକେଟ ଏକାଡେମୀ

ନୂଆଦିଲ୍ଳୀ,୨୧ା୫(ପି.ଟି): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ନର୍ଥ ଇଷ୍ଟ ରାଜ୍ୟଗୁଡିକରେ ୬ଟି ଇନ୍‌ଡୋର କ୍ରିକେଟ ଏକାଡେମୀ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି...

ଆଇପିଏଲ ଫାଇନାଲ ମ୍ୟାଚ ପାଇଁ ଟିକେଟ୍‌ ବିକ୍ରି ଆରମ୍ଭ: ଜାଣନ୍ତୁ ସବୁଠାରୁ ଶସ୍ତା ଟିକେଟ୍‌ର ଦାମ୍‌…

ନୂଆଦିଲ୍ଲୀ,୨୦।୫: ଆଇପିଏଲ ୨୦୨୪ର ପ୍ଲେ ଅଫ ପର୍ଯ୍ୟାୟ ୨୧ ମେ’ରୁ ଆରମ୍ଭ ହେଉଛି। ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ୍‌ ), କୋଲକାତା ନାଇଟ ରାଇଡର୍ସ (କେକେଆର୍‌), ରାଜସ୍ଥାନ ରୟାଲ୍ସ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସାମିଲ ହୋଇପାରନ୍ତି ଏହି ବିସ୍ଫୋରକ ବ୍ୟାଟର, ଜାଣନ୍ତୁ ଆଇପିଏଲ୍‌ର ଏହି ଦଳରେ ଖେଳନ୍ତି…

ନୂଆଦିଲ୍ଲୀ,୨୦ା୫: ଆସନ୍ତା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ବିସ୍ଫୋରକ ବ୍ୟାଟର ଜେମ୍‌ ଫ୍ରେଜର ମ୍ୟାକ୍‌ଗ୍ରୁପ୍‌ ଓ ମାଥ୍ୟୁ ଶର୍ଟ ଅଷ୍ଟ୍ରେଲିଆର ଟ୍ରାମେଲିଂ ରିଜର୍ଭ ଖେଳାଳି ହୋଇ...

କ୍ୱାଲିଫାୟର ମ୍ୟାଚ ନ ଖେଳି ଏହିଭଳି ଭାବେ ଫାଇନାଲରେ ପ୍ରବେଶ କରିବ କେକେଆର, ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୦।୫: ଆଇପିଏଲ ୨୦୨୪ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଲିଗ ପର୍ଯ୍ୟାୟର ସମସ୍ତ ୭୦ଟି ମ୍ୟାଚ ଖେଳାଯାଇସାରିଛି। ବର୍ତ୍ତମାନ ପ୍ଲେ ଅଫ୍‌ ମଙ୍ଗଳବାର ମେ ୨୧ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri