Posted inଖେଳ

ଆଜି ମହାମୁକାବିଲା

ଅହମଦାବାଦ,୧୯ା୧୧(ପି.ଟି.)ରବିବାର ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଦିନିକିଆ କ୍ରିକେଟ ବିଶ୍ୱକପ୍‌ ଫାଇନାଲ। ସୁପର ସନ୍‌ଡେରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ମହାମୁକାବିଲା। ୫ ଥରର ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ନିଜର ପୂର୍ବ ଐତିହ୍ୟ ପାଇଁ ଲଢେଇ କରୁଥିବା ବେଳେ ୨୦୦୩ ଦିନିକିଆ ବିଶ୍ୱକପ୍‌ ଫାଇନାଲ ପରାଜୟର ପ୍ରତିଶୋଧ ପାଇଁ ପଡିଆକୁ ଓହ୍ଲାଇବ ଭାରତ। ଅଷ୍ଟ୍ରେଲିଆ ଅଷ୍ଟମ ଥର ପାଇଁ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଥିବା ବେଳେ ଭାରତର ଏହା ଚତୁର୍ଥ ପ୍ରୟାସ। ଭାରତୀୟ ଦଳରେ ଥିବା ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ୱିନ ପୂର୍ବରୁ ବିଶ୍ୱକପ୍‌ ଜିତି ସାରିଛନ୍ତି। ଅନ୍ୟ ସମସ୍ତ ଖେଳାଳିଙ୍କ ପାଇଁ ଏହା ଏକ ନୂତନ ଅଭିଜ୍ଞତା ହେବ। ଅନ୍ୟପକ୍ଷରେ ଅଧିନାୟକ ରୋହିତ ଶର୍ମା ଟି୨୦ ବିଶ୍ୱକପ୍‌ ବିଜୟୀ ଦଳର ସଦସ୍ୟ ରହିଥିଲେ ମଧ୍ୟ ଦିନିକିଆ ବିଶ୍ୱକପ୍‌ରେ ଏହା ତାଙ୍କର ପ୍ରଥମ ଫାଇନାଲ। ତେଣୁ ରବିବାର ଏକ ଚମତ୍କାର ଲଢେଇ ଦେଖିବାକୁ ମିଳିବ। ବାହ୍ୟ ଖବର ଦ୍ୱାରା ଭାରତୀୟ ଦଳ ପ୍ରଭାବିତ ହେଉ ନ ଥିବା ନେଇ କହୁଥିଲେ ମଧ୍ୟ ରବିବାରର ଫାଇନାଲ ମୁକାବିଲାକୁ ନେଇ ଦଳ ଉପରେ ସାମାନ୍ୟ ଚାପ ରହିବ। ଭାରତରେ କ୍ରିକେଟରମାନଙ୍କୁ ସେଲିବ୍ରିଟି ଭାବେ ବିବେଚନା କରାଯାଉଥିବା ବେଳେ ୧୪୦ କୋଟି ଦେଶବାସୀଙ୍କ ଆଶା ଓ ଭରସାକୁ ବଜାୟ ରଖିବାକୁ ପ୍ରୟାସ କରିବ ରୋହିତ ଶର୍ମାଙ୍କ ଦଳ। ୧୯୮୩ରେ କପିଳ ଦେବ ଓ ୨୦୧୧ରେ ମହେନ୍ଦ୍ର ସିଂ ଧୋନୀଙ୍କ ପରେ ତୃତୀୟ ଭାରତୀୟ ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ନିକଟରେ ବିଶ୍ୱକପ୍‌ ଟ୍ରଫି ଉଠାଇବାର ସୁଯୋଗ ରହିଛି। ରୋହିତଙ୍କ ନେତୃତ୍ୱରେ ଭାରତ ୧୦ ମ୍ୟାଚ୍‌ରେ ବିଜୟ ହାସଲ କରିଥିବା ବେଳେ ବିଶ୍ୱକପ୍‌ରେ ସର୍ବାଧିକ କ୍ରମାଗତ ବିଜୟ ରେକର୍ଡ ଅଷ୍ଟ୍ରେଲିଆ(୨୦୦୩ ଓ ୨୦୦୭) ନାମରେ ରହିଛି। ରବିବାର ରୋହିତ ଏହି ରେକର୍ଡର ସମକକ୍ଷ ହେବାକୁ ପ୍ରୟାସ କରିବେ। ଏହାବ୍ୟତୀତ ଦିନିକିଆ କ୍ରିକେଟର ଲୋକପ୍ରିୟତା ହ୍ରାସ ପାଉଥିବା ବେଳେ
ଆଜି ମହାମୁକାବିଲା…
ଭାରତୀୟ ଦଳ ଟ୍ରଫି ଜିତିବା ଦ୍ୱାରା ଏହାକୁ ପୁନର୍ବାର ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇବାରେ ସାହାଯ୍ୟ କରିବ।
ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଚଳିତ ବିଶ୍ୱକପ୍‌ରେ ସମ୍ମୁଖ ଭାଗରୁ ଆକ୍ରମଣ କରିଛନ୍ତି। ୧୨୪ର ଷ୍ଟ୍ରାଇକରେଟ୍‌ ସହିତ ସେ ୫୫୦ ରନ୍‌ ସ୍କୋର କରିଥିବା ବେଳେ କୋହଲି ସ୍କୋର କରିଛନ୍ତି ୭୧୧ ରନ୍‌। ଉଭୟ ଖେଳାଳି ଭାରତ ପାଇଁ ରନ୍‌ ମେଶିନ ରହିଛନ୍ତି। ଡେଙ୍ଗୁରୁ ଆରୋଗ୍ୟ ଲାଭ କରିଥିବା ଶୁବମନ ଗିଲ୍‌ ଚମତ୍କାର ଫର୍ମରେ ରହିଛନ୍ତି। ଶର୍ଟବଲ ଦୁର୍ବଳତାକୁ ଦୂରେଇ ଫାଇନାଲ ମ୍ୟାଚ୍‌ ପୂର୍ବରୁ ଲଗାତର ଦୁଇଟି ଶତକ ହାସଲ କରିଛନ୍ତି ଶ୍ରେୟସ ଆୟର। ତେବେ ଭାରତୀୟ ମଧ୍ୟକ୍ରମକୁ ସବୁଠାରୁ ଅଧିକ ଦୃଢ କରୁଛି ଲୋକେଶ ରାହୁଲଙ୍କ ଉପସ୍ଥିତି। ତେବେ ଦଳର ଟ୍ରମ୍ପକାର୍ଡ ରହିଛନ୍ତି ମହମ୍ମଦ ଶାମି। ଅମରୋହା ଏକ୍ସପ୍ରେସ୍‌ ନାମରେ ପରିଚିତ ଏହି ସ୍ପିଡ୍‌ଷ୍ଟର ଜଣକ ୬ ମ୍ୟାଚରୁ ୨୩ ଉଇକେଟ ନେଇଛନ୍ତି। ଏହାବ୍ୟତୀତ ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ମଧ୍ୟ ବଲ୍‌ ଜରିଆରେ ଉପଯୋଗୀ ଅବଦାନ ଦେବାରେ ସମର୍ଥ ହୋଇଛନ୍ତି।
ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦଳ ଭାରତ ପରି ବିପଜ୍ଜନକ ମନେହେଉନାହିଁ। ତେବେ ବଡ ଟୁର୍ନାମେଣ୍ଟରେ ଏହାର ପୂର୍ବ ପ୍ରଦର୍ଶନ ଓ ଦଳର ଲଢୁଆ ମନୋଭାବ ହିଁ ଏହାକୁ ଅଧିକ ବିପଜ୍ଜନକ ଭାବେ ପ୍ରତିପାଦିତ କରୁଛି। ବଡ ମ୍ୟାଚ୍‌ରେ ପ୍ରଦର୍ଶନ କରିବାର କଳାରେ ଅଷ୍ଟ୍ରେଲିଆର ଖେଳାଳିମାନେ ସିଦ୍ଧହସ୍ତ। ଏହା ସହିତ ପ୍ରଥମ ଲିଗ୍‌ ମ୍ୟାଚରେ ବିରାଟ କୋହଲିଙ୍କ କ୍ୟାଚ୍‌ ଡ୍ରପ୍‌ କରିବାରୁ ମ୍ୟାଚ୍‌ ହାରିଥିବା ନେଇ ସ୍ବୀକାର କରିଛନ୍ତି ଅଧିନାୟକ ପ୍ୟାଟ କୁମିନ୍ସ। ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ସମାନ ଭୁଲ ଦୋହରାଇବ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ୧ ଲକ୍ଷ ୩୦ ହଜାର ଦର୍ଶକଙ୍କ ସମ୍ମୁଖରେ ଖେଳିବା ଏକ ଗର୍ବର ବିଷୟ। ଭାରତକୁ ଅଧିକ ସମର୍ଥନ ମିଳିବ ା ତେବେ ଏହା ପୂର୍ବରୁ ଭାରତରେ ଆମେ ଏକ ଦିନିକିଆ ସିରିଜ ଜିତିଥିଲୁ ବୋଲି କମିନ୍ସ କହିଛନ୍ତି। ଦଳରେ ଏକାଧିକ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଦଳ ନିକଟରେ ଆଡାମ ଜାମ୍ପାଙ୍କୁ ବାଦ୍‌ ଦେଲେ ଭଲ ସ୍ପିନର ନାହାନ୍ତି। ଫାଇନାଲ ପାଇଁ ଯଦି ସ୍ପିନିଂ ଟ୍ରାକ୍‌ ରୁହେ ତେବେ ଅଷ୍ଟ୍ରେଲିଆ ପଛରେ ପଡିବାର ସମ୍ଭାବନା ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

କ୍ରିକେଟରେ ବଡ଼ ନିୟମ ପରିବର୍ତ୍ତନ: ICC ଜାରି କଲା ନୂଆ ଗାଇଡଲାଇନ, ଏଣିକି ରନ୍‌ଆଉଟ୍‌ରେ…

ନୂଆଦିଲ୍ଲୀ,୧।୧୦: କ୍ରିକେଟରେ ଆଉ କିଛି ନିୟମ ବଦଳିଛି। ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଏହି ନୂଆ ନିୟମଗୁଡ଼ିକ ଅକ୍ଟୋବର ୧ କିମ୍ବା ଏହା ପରେ ଆରମ୍ଭ ହେଉଥିବା…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ଏହି ଖେଳାଳି; BCCI ପକ୍ଷରୁ ରିପ୍ଲେସମେଣ୍ଟ ଖେଳାଳିଙ୍କ ନାମ ଘୋଷଣା, ପ୍ରଶଂସକ ଚକିତ

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଭାରତୀୟ ଦଳରେ ହଠାତ ଏକ ପରିବର୍ତ୍ତନ କରିଛି। ବିଶେଷ ଭାବରେ, ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?