ଆମାଜନ.ଇନ୍‌ରେ ଗ୍ରାହକଙ୍କ ଚାହିଦା ବୃଦ୍ଧି

ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଇ-କର୍ମସ କମ୍ପାନୀ ଆମାଜନ.ଇନ୍‌ରେ ‘ଆମାଜନ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ (ଏଜିଆଇଏଫ୍‌)-୨୦୨୨’ ବର୍ତ୍ତମାନ ସକ୍ରିୟ ରହିଛି। ଏଥିରେ ବିଭିନ୍ନ ବର୍ଗରେ ବ୍ୟାପକ ଶ୍ରେଣୀୟ ଉତ୍ପାଦ ରହିଛି। ଏହା ମାଧ୍ୟମରେ କମ୍ପାନୀ ସାରା ଦେଶରେ ରହିଥିବା ଏହାର କୋଟି କୋଟି ଗ୍ରାହକଙ୍କ ନିକଟରେ ପହଞ୍ଚତ୍ପାରିଛି। ତେବେ ଚଳିତ ବର୍ଷ ପାର୍ବଣରେ ଭୁବନେଶ୍ୱରର ଗ୍ରାହକଙ୍କ ମଧ୍ୟରେ ‘ରେଡି ମିଲ୍ସ’ରେ ୫ଗୁଣା ବୃଦ୍ଧି ଦେଖିବାକୁ ମିଳିଛି। ଏହା ସହିତ ଗତ ବର୍ଷ ତୁଳନାରେ ଚକୋଲେଟ୍‌ରେ ୨ଗୁଣା, ପୁରୁଷ ଗ୍ରୁମିଙ୍ଗ ଉତ୍ପାଦରେ ୪ଗୁଣା ଏବଂ କ୍ଲିନିଂ ଯୋଗାଣ ସାମଗ୍ରୀରେ ୨.୫ ଗୁଣା ବୃଦ୍ଧି ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଆମାଜନ ଇଣ୍ଡିଆର ଇନ୍‌-କଞ୍ଜ୍ୟୁମେବଲ୍‌ ନିର୍ଦ୍ଦେଶକ ନିଶାନ୍ତ ରମଣ କହିଛନ୍ତି, ଆମାଜନ ଇଣ୍ଡିଆ ଏହି ମାର୍କେଟ ପ୍ଲେସ୍‌ରେ ସେଲରମାନଙ୍କୁ, ସାରା ଭାରତର ଗ୍ରାହକଙ୍କୁ ସେମାନଙ୍କ ସୁବିଧା ଅନୁଯାୟୀ ଅତୁଳନୀୟ ମୂଲ୍ୟରେ ବ୍ୟାପକଶ୍ରେଣୀୟ ଉତ୍ପାଦ ଯୋଗାଇଦେବା ଲାଗି ସହାୟତା କରୁଛି। ଚଳିତ ପାର୍ବଣରେ ଆମେ ଟିୟର-୨ ଓ ଟିୟର-୩ ସହରରୁ ୮୦%ରୁ ଅଧିକ ବୃଦ୍ଧି ପରିଲକ୍ଷିତ କରିଛୁ। ସେହିଭଳି ରେଡି-ଟୁ-ଇଟ୍‌ ମିଲ୍ସ,ଚକୋଲେଟ, ଗ୍ରୁମିଂ, ହାଇଜିନ ଉତ୍ପାଦ, ପେଟ୍‌, ବେବି ଏବଂ ଲଣ୍ଡ୍ରି ଉପକରଣ ଏବଂ ଅନ୍ୟାନ୍ୟ ବର୍ଗରେ ଶପିଂ କ୍ଷେତ୍ରରେ ନୂଆ ଗ୍ରାହକଙ୍କ ସଂଖ୍ୟାରେ ୨ ଗୁଣା ବୃଦ୍ଧି ପରିଲକ୍ଷିତ କରିଛୁ। ଆମେ ଆମର ସେଲର, ବ୍ରାଣ୍ଡ୍‌ ଏବଂ ଗ୍ରାହକମାନଙ୍କୁ ଏହି ଅବସରରେ ସହାୟତା ପ୍ରଦାନ କରୁଛୁ, ଯଦ୍ଦ୍ବାରା ଦଶହରା, ଧନତେରସ ଓ ଦୀପାବଳିର ପାର୍ବଣ ଆହୁରି ଆନନ୍ଦଦାୟକ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

ହର୍ଲିକ୍ସରୁ ‘ସ୍ୱାସ୍ଥ୍ୟ’ ଲେବଲ୍ ପ୍ରତ୍ୟାହାର କଲା ଏଚୟୁଏଲ, ‘ପୁଷ୍ଟିକର ପାନୀୟ’ ଭାବରେ କଲା ରିବ୍ରାଣ୍ଡିଂ

ନୂଆଦିଲ୍ଲୀ,୨୫।୪: ସ୍ୱାସ୍ଥ୍ୟ ପାନୀୟ ବର୍ଗରେ ସାମ୍ପ୍ରତିକ ନିୟାମକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରିବ୍ରାଣ୍ଡିଂ ପଦକ୍ଷେପ ନେଇଛି। କମ୍ପାନୀ...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri