ଘନେଇଲା ବିପଦ, ଓମିକ୍ରନ୍‌ ସଂକ୍ରମଣକୁ ରୋକି ହେବ ନାହିଁ…

ନୂଆଦିଲ୍ଲୀ, ୨୫।୧୨: ଦେଶରେ କରୋନା ମହାମାରୀର ନୂଆ ସଂକ୍ରମଣକୁ ରୋକି ହେବ ନାହିଁ। ଏହା ପ୍ରତି ୨ ଦିନରେ ଦୁଇଗୁଣା ହେବାରେ ଲାଗିଛି। ଏନେଇ କେରଳର କୋଭିଡ-୧୯ ସଂକ୍ରମଣ ଉପରେ ଗଠିତ ବିଶେଷଜ୍ଞ କମିଟିର ଡାକ୍ତର ଏହା କହିଛନ୍ତି। କମିଟିର ସଦସ୍ୟ ଡାକ୍ତର ଡି.ଏସ୍‌. ଅନିସ ଏଭଳି ସୂଚନା ଦେଇଛନ୍ତି।

ଡାକ୍ତର ଅନିସ କହିଛନ୍ତି, ଗ୍ଲୋବାଲ ଟ୍ରେଣ୍ଡ ଦର୍ଶାଉଛି ଯେ ଓମିକ୍ରନ ମାମଲା ୨-୩ ସପ୍ତାହରେ ୧୦୦୦ରେ ପହଞ୍ଚୁଛି। ଏଭଳି ଧାରା ଜାରି ରହିଲେ ୨ ମାସ ମଧ୍ୟରେ ଏହା ଏକ ମିଲିୟନ୍‌ରେ ପହଞ୍ଚିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ଭାରତରେ ଏହି ସଂକ୍ରମଣର ବିସ୍ଫୋରଣକୁ ରୋକିବା ପାଇଁ ଆମ ପାଖରେ ଏକ ମାସରୁ ଅଧିକ ସମୟ ନାହିଁ। ଆମକୁ ଏହାକୁ ରୋକିବା ପାଇଁ ଯୋଜନାବଦ୍ଧ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ।

ତେବେ ଭାରତ ଭଳି ଦେଶରେ ଓମିକ୍ରନର ସଂକ୍ରମଣ ବୃଦ୍ଧିକୁ ରୋକିବାର ସମ୍ଭାବନା ବହୁତ କମ୍‌। ବହୁ ରାଜ୍ୟରେ ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ପ୍ରତିବନ୍ଧକ ମଧ୍ୟ ଫେରିବା ଆରମ୍ଭ କରିଛି। ଦେଶର ଲୋକଙ୍କୁ ବୁଷ୍ଟର ଡୋଜ ଦେବା ପାଇଁ କେନ୍ଦ୍ର ସରକାର ମଧ୍ୟ ଚିନ୍ତା କରୁଛନ୍ତି।

ବୁଷ୍ଟର୍‌ ଡୋଜ ଦେବା ଉପରେ ଏକ ଅଧ୍ୟୟନ କରିବା ପାଇଁ ଟ୍ରାନ୍ସଲେଶନାଲ ହେଲଥ୍‌ ସାଇନ୍ସ୍‌ ଆଣ୍ଡ ଟୋକ୍ନୋଲୋଜି ଇନଷ୍ଟିଚ୍ୟୁଟ୍‌କୁ ଦାୟିତ୍ୱ ଦିଆଯାଇଛି। ଏହା ଦେଶର ଲୋକମାନଙ୍କୁ ଅତିରିକ୍ତ ଟିକା ଦରକାର କି ନାହିଁ ତାହା ପ୍ରାୟ ୩୦୦୦ ଲୋକଙ୍କୁ ବୁଷ୍ଟର୍‌ ଡୋଜ ଦେଇ ଅନୁସନ୍ଧାନ କରିବ।

 


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ବିବାଦ ପରେ ମୁହଁ ଖୋଲିଲେ ପୂର୍ବତନ ସେନାମୁଖ୍ୟ: ”ଏହା ହିଁ ବହିର…”

ନୂଆଦିଲ୍ଲୀ,୧୦।୨: ନିଜର ଅପ୍ରକାଶିତ ବହିକୁ ନେଇ ବିବାଦ ଜୋର ଧରିବା ପରେ ମୁହଁ ଖୋଲିଛନ୍ତି ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍.ଏମ୍. ନରଭାଣେ। ତାଙ୍କର ଏହି ଆତ୍ମଜୀବନୀ…

ସୋସିଆଲ ମିଡିଆ କ୍ରିଏଟର୍ସଙ୍କ ପାଇଁ ବଡ଼ ସୁଯୋଗ: DD Newsରେ ଦେଖାଇପାରିବେ ଆପଣଙ୍କ କଣ୍ଟେଟ୍‌, ମିଳିବ ଟଙ୍କା…

ନୂଆଦିଲ୍ଲୀ,୧୦।୨: ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର, ତେବେ ଆପଣଙ୍କ ପାଇଁ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଟଙ୍କା ରୋଜଗାର କରିବାର ଏକ ମହାନ ସୁଯୋଗ ଆସିଛି।…

ଓଡ଼ିଶାରେ ୪,୧୦୦ କୋଟିର ପୁଞ୍ଜିନିବେଶକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦,୦୦୦ ନିଯୁକ୍ତି

ଭୁବନେଶ୍ୱର,୧୦।୨: ଓଡ଼ିଶା ଶିଳ୍ପାୟନ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ମଙ୍ଗଳବାର ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ରାଜ୍ୟ ସରକାର ୪,୧୧୧.୮୦ କୋଟି…

ବଡ ନିର୍ଦେଶ ଦେଲେ ଓଡିଶା ହାଇକୋର୍ଟ, ପେଣ୍ଡିଂ ଚାଲାଣ କାଟିବା ବାଧ୍ୟତାମୂଳକ

ଭୁବନେଶ୍ୱର,୧୦।୨: ଗାଡି ଚଳାଉଥିବା ଲୋକମାନଙ୍କ ପାଇଁ ଏକ ବଡ଼ ଖବର। ଏଣିକି ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ବା PUCC ପାଇବାକୁ ହେଲେ, ସମସ୍ତ ପେଣ୍ଡିଂ ଟ୍ରାଫିକ…

ଫେବୃଆରୀ ୧୨ରେ ଭାରତ ବନ୍ଦ, ଜାଣନ୍ତୁ ବ୍ୟାଙ୍କ ଖୋଲା ରହିବ ନା ବନ୍ଦ…

ନୂଆଦିଲ୍ଲୀ,୧୦।୨: ଯଦି ଆପଣଙ୍କର କୌଣସି ବ୍ୟାଙ୍କ କିମ୍ୱା ସରକାରୀ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କାମ ଅଛି ଏବଂ ଆପଣ ଏହାକୁ ଫେବୃଆରୀ 12 ତାରିଖରେ ସମାପ୍ତ କରିବାକୁ ଯୋଜନା…

ଅଷ୍ଟମ ବେତନ କମିଶନ: ଏହି କର୍ମଚାରୀଙ୍କୁ ମିଳିପାରେ ୩ ରୁ ୯ ଲକ୍ଷ ଟଙ୍କାର ବକେୟା

ନୂଆଦିଲ୍ଲୀ,୧୦।୨: ଆଗକୁ ଲାଗୁ ହେବାକୁ ଯାଉଛି ଅଷ୍ଟମ ବେତନ କମିଶନ। ଏହା ପିଛିଲା ଭାବେ ଲାଗୁ ହେବାକୁ ଥିବାରୁ କର୍ମଚାରୀମାନଙ୍କୁ ବକେୟା ଦରମା ମଧ୍ୟ ମିଳିବ। ଫଳରେ…

ଭାରତ ବନ୍ଦ ଡାକରା, ଓଡ଼ିଶାରେ ଏହି ୫ଟି ସେବାରେ ପଡିବ ବଡ ପ୍ରଭାବ!

ନୂଆଦିଲ୍ଲୀ,୧୦।୨: ବଡ ଖବର । ପୁଣି ଭାରତ ବନ୍ଦ ଡାକରା । ପୁଣି ଅଖ ଚକ ହେବ ଜାମ୍ । ଏ ନେଇ ବଡ ଖବର ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri