ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା ପାଇଁ ବଢ଼ିଲା କଟକଣା: ଏଥର ବାଜାବାଲାଙ୍କୁ ମିଶାଇ ବିବାହରେ ଯୋଗଦେବେ ୨୫

ଭୁବନେଶ୍ୱର,୧୮।୫(ବ୍ୟୁରୋ): ରାଜ୍ୟରେ ଜୁନ ୧ ପର୍ଯ୍ୟନ୍ତ ସରକାର ଲକ୍‌ଡାଉନ ବଢ଼ାଇ ଥିବା ବେଳେ ବାହାଘର, ବ୍ରତଘର ଏବଂ ଶୁଦ୍ଧିକ୍ରିୟା ପାଇଁ ମଧ୍ୟ କଟକଣା ବଢ଼ିଛି। ପୂର୍ବରୁ ବାହାଘରରେ ୫୦ ଜଣଙ୍କୁ ଅନୁମତି ମିଳୁଥିବା ବେଳେ ସେଥିରେ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ବାହାଘରରେ ୨୫ ଜଣଙ୍କୁ ଅନୁମତି ମିଳିବ। ବର, କନ୍ୟା, ପୂଜକଙ୍କ ସହ ବାଜାବାଲାଙ୍କୁ ମିଶାଇ ମୋଟ ୨୫ ଜଣ ବିବାହରେ ଯୋଗ ଦେଇପାରିବେ। ସେହିପରି ବ୍ରତଘର ଓ ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି ମିଳିବ। ଏସବୁ କାର୍ଯ୍ୟକ୍ରମରେ ଭୋଜିଭାତ ବନ୍ଦ କରାଯାଇଛି। ଘରକୁ ଡାକି ଅତିଥିମାନଙ୍କୁ ଭୋଜିଭାତ ଦିଆଯାଇ ପାରିବ ନାହିଁ। କେବଳ ଅତିଥିମାନଙ୍କୁ ପ୍ୟାକେଟ ଜରିଆରେ ଖାଦ୍ୟ ଦିଆଯାଇପାରିବ।