ଭୁବନେଶ୍ୱର,୩୦।୮: ବଢ଼ିଲା ଇନ୍ସପେକ୍ଟର ଓ SIଙ୍କ କ୍ଷମତା। ଏଣିକି ସେମାନେ SC/ST ମାମଲାର ତଦନ୍ତ କରିପାରିବେ। ତଦନ୍ତ ସହ ଗିରଫ ଓ ସ୍ବତନ୍ତ୍ର ଅଦାଲତରେ ମାମଲା ମଧ୍ୟ କରିପାରିବେ। ପୂର୍ବରୁ DSP ପାହ୍ୟାର ଅଧିକାରୀଙ୍କୁ ଏହି କ୍ଷମତା ମିଳିଥିଲା ତେବେ ସରକାର ଇନ୍ସପେକ୍ଟର ଓ SIଙ୍କ କ୍ଷମତା ବଢ଼ାଇ ଏହି ଦାୟିତ୍ୱ ଦେଇଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ନେଇ ଏଚଆରପିସି ଏଡିଜି ଜତିନ୍ଦ୍ର କୋୟଲ ପ୍ରସ୍ତାବ ଦେଇଥିଲେ।