ଆଳୁ, ପିଆଜ ପରେ ଖାଇବା ତେଲ ଦର ବୃଦ୍ଧି

ନୂଆଦିଲ୍ଲୀ: ଆଳୁ,ପିଆଜ ପରେ ବର୍ତ୍ତମାନ ଖାଇବା ତେଲ ଦର ବର୍ତ୍ତମାନ ମହଙ୍ଗା ହୋଇଛି। ବିଭିନ୍ନ ବର୍ଗର ଖାଇବା ତେଲ ଦର ବଢିଚାଲିଥିବା ବେଳେ ନିକଟ ଭବିଷ୍ୟତରେ ଏହାର ଦର କମିବା ନେଇ ଦେଖାଯାଉନାହିଁ। ମାଲେସିଆରେ ପାମ୍‌ ତେଲ ଉତ୍ପାଦନ କମିଛି। ଫଳରେ ଘରୋଇ ବଜାରରେ ଅଶୋଧିତ ପାମ୍‌ ତେଲ ଦର ୬ ମାସ ମଧ୍ୟରେ ୫୩% ବୃଦ୍ଧି ଘଟିଛି। ସେହିଭଳି ସୋୟାବିନ ଏବଂ ସୋରିଷ ତେଲ ଦର ମଧ୍ୟ ବଢିଛି। ଆମଦାନୀ ମହଙ୍ଗା ହେଉଥିବାରୁ ଦର ବଢିବାର ଆଶଙ୍କା କରାଯାଇଛି। ବର୍ତ୍ତମାନ ଶୋରିଷ, ସୋୟା ଏବଂ ପାମ୍‌ ତେଲ ଦର ସର୍ବୋଚ୍ଚ ସ୍ତରରେ ରହିଛି। ଗୁରୁବାର ପ୍ରତି ୧୦ ଲିଟର ପିଛା ସୋରିଷ ତେଲ ଦର ୧୧୫୫ ଟଙ୍କା ରହିଥିବା ବେଳେ ସୋୟାତେଳ ୧୧୧୦ ଟଙ୍କା ଏବଂ ପାମ୍‌ ୯୪୫ ଟଙ୍କା, ସୂର୍ଯ୍ୟମୁଖୀ ୧୧୮୦ରୁ ୧୨୨୦ ଟଙ୍କା ରହିଛି। ସୋରିଷ ଏବଂ ସୋୟାବିନ ତେଲ ଦର ଆହୁରି ବଢିବା ନେଇ ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri