Posted inଜାତୀୟ

ବଢ଼ିଲା ସତର୍କତା: ପାକ୍‌ ସୀମାରେ ରାତିରେ ଚାଲିବ ନାହିଁ ଟ୍ରେନ

ନୂଆଦିଲ୍ଲୀ,୧୦ା୫: ପହଲଗାମ୍‌ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ମେ’ ୭ରେ ‘ଅପରେଶନ୍‌ ସିନ୍ଦୂର’ ପରଠୁ ଭାରତ- ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମସୀମାରେ ପହଞ୍ଚିଛି। ଏଭଳିସ୍ଥତିରେ ଶନିବାର ରେଳବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଜମ୍ମୁ ଏବଂ ପଞ୍ଜାବର ପାକିସ୍ତାନ ସୀମା ସଂଲଗ୍ନ ଅଞ୍ଚଳରେ ରାତିରେ ଟ୍ରେନ ଚଳାଚଳ ଉପରେ ବଡ଼ ପଦକ୍ଷେପ ନିଆଯାଇଛି। ରାତିରେ ପାକିସ୍ତାନ ସହିତ ଜମ୍ମୁ ଏବଂ ପଞ୍ଜାବର ସୀମାବର୍ତ୍ତୀ ଅଞ୍ଚଳକୁ ଯାଉଥିବା ଟ୍ରେନଗୁଡ଼ିକୁ ବନ୍ଦ କରିବାକୁ ରେଳ ବିଭାଗ ନିଷ୍ପତ୍ତି ନେଇଛି।

ମିଳିଥିବା ସୂଚନା ଅନୁଯାୟୀ, ରାତିରେ ଅମୃତସର, ବଠିଣ୍ଡା, ଫିରୋଜପୁର, ଜମ୍ମୁ ଭଳି ସ୍ଥାନ ଦେଇ ଯାଉଥିବା ଟ୍ରେ ଗୁଡ଼ିକର ସମୟସୂଚୀ ଏବେ ପୁନଃନିର୍ଦ୍ଧାରିତ ହେବ। ଏହି ସ୍ଥାନଗୁଡ଼ିକ ଦେଇ ଯାଉଥିବା ଟ୍ରେନଗୁଡ଼ିକର ସମୟସୂଚୀ ପୁନଃର୍ନିଦ୍ଧାରଣ କରାଯିବ ଏବଂ ସକାଳେ ଚଳାଚଳ କରାଯିବ। ସେହି ସମୟରେ, କମ୍‌ ଦୂରତା ଟ୍ରେନଗୁଡ଼ିକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜୈସଲମେର ଅଞ୍ଚଳରେ ହାଇଆଲର୍ଟ ଯୋଗୁ ଜିଲା ପ୍ରଶାସନର ପରାମର୍ଶ ଅନୁଯାୟୀ ଜୈସଲମେର ଷ୍ଟେସନରେ ଟ୍ରେନ ଚଳାଚଳକୁ ସ୍ଥଗିତ ରଖାଯାଇଛି।

ସୂଚନା ଯୋଗ୍ୟ, ଯେଉଁ ଟ୍ରେନ୍‌ଗୁଡିକ ରାତିରେ ସୀମାବର୍ତ୍ତୀ ଅଞ୍ଚଳ, ଯେପରିକି ଅମୃତସର, ଜମ୍ମୁ ଏବଂ ଫିରୋଜପୁରରେ ପହଞ୍ଚୁ ଥିଲା ସେଗୁଡ଼ିକ ସକାଳେ ଗନ୍ତବ୍ୟସ୍ଥଳରେ ପହଞ୍ଚିବ। ଏହି ନିଷ୍ପତ୍ତି ଯୋଗୁ ୧୫ରୁ ଅଧିକ ଟ୍ରେନ ପ୍ରଭାବିତ ହେବ। ତଥାପି, ଯାତ୍ରୀମାନଙ୍କୁ ଆଣିବା ପାଇଁ, ରେଳ ବିଭାଗ ଦିନରେ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି। ଏପରିକି ଦିନରେ ଚାଲୁଥିବା ସମସ୍ତ ଟ୍ରେନ ଯଥାରୀତି ଚାଲିବ।

ସୀମାନ୍ତ ଅଞ୍ଚଳରେ ବଢ଼ିଲା ସତର୍କତା
ପହଲଗାମ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଏପରି ପରିସ୍ଥିତିରେ ଭାରତ ପାକିସ୍ତାନ ଉପରେ କଠୋର କଟକଣା ଲଗାଇଥିଲା। ହେଲେ ପାକିସ୍ତାନ ତାର କାର୍ଯ୍ୟକଳାପରୁ ନିବୃତ୍ତ ହେଉନାହିଁ ଏବଂ ବାରମ୍ବାର ସୀମା ଉଲ୍ଲଂଘନ କରୁଛି। ଏହା ଉପରେ ଭାରତୀୟ ସେନା ପାକିସ୍ତାନକୁ ଉଚିତ ଜବାବ ଦେଉଛି। ଏହି ସମୟରେ, ସୀମାରେ ସତର୍କତା ବୃଦ୍ଧି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି, ଭାରତୀୟ ରେଳ ବିଭାଗ ସୀମାନ୍ତ ଅଞ୍ଚଳକୁ ଯାଉଥିବା ଟ୍ରେନଗୁଡ଼ିକ ପାଇଁ କଟକଣା ଜାରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

WHOର ଭୟଙ୍କର ଭବିଷ୍ୟବାଣୀ: ୨୦୫୦ ସୁଦ୍ଧା ବିଶ୍ୱରେ…

ଓ୍ବାଶିଂଟନ୍‌,୧୪।୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(WHO)ର ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି। ପ୍ରଥମ ଓ୍ବାଲର୍‌ଡ ରିପୋର୍ଟ ଅନ୍‌ ହିଅରିଂ ଅନୁଯାୟୀ, ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରାୟ ୨.୫…

ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍‌ ରଖି…

ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…

ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଭିିତ୍ତିପ୍ରସ୍ତର କରି କହିଲେ…

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri