ଭୁବନେଶ୍ୱର,୧୦।୭(ଅନୁରାଧା ମହାରଣା): ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡରେ ବିନିଯୋଗ ଜୁନ୍ ମାସରେ ଏକ ନୂତନ ରେକର୍ଡରେ ପହଞ୍ଚିଛି। ଏହି ମାସରେ ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡରେ ବିନିଯୋଗ ୧୭% ବୃଦ୍ଧି ପାଇଛି। ମେ ମାସରେ ୩୪,୬୯୭ କୋଟି ଟଙ୍କା ବିନିଯୋଗ ହୋଇଥିବାବେଳେ ଜୁନ୍ରେ ପ୍ରବାହ ୪୦,୬୦୮.୧୯ କୋଟି ରହିଛି। ଆସୋସିଏଶନ ଅଫ୍ ମ୍ୟୁଚୁଆଲ ଫଣ୍ଡସ ଅଫ୍ ଇଣ୍ଡିଆ (ଏମ୍ଏଫ୍ଆଇ) ଏହି ପରିସଂଖ୍ୟାନ ପ୍ରକାଶ କରିଛି। ଏମ୍ଏଫ୍ଆଇ ଚେୟାରମ୍ୟାନ ନବନିତ ମୁନୋଟ କହିଛନ୍ତି, ଜୁନ୍ରେ ମୋଟ ଏସ୍ଆଇପି ପ୍ରବାହ ସର୍ବକାଳୀନ ରେକର୍ଡ ଛୁଇଁଛି। ମେ ମାସରେ ୨୦,୯୦୪ କୋଟି ଟଙ୍କା ଥିବାବେଳେ ଜୁନ୍ରେ ୨୧,୨୬୨ କୋଟି ଟଙ୍କା ରହିଛି। ଜୁନ୍ରେ ଏସ୍ଆଇପି ମାଧ୍ୟମରେ ୫୫.୧ ଲକ୍ଷ ନୂତନ ଫୋଲିଓ ଯୋଗ କରାଯାଇଛି। ସେହିପରି ଏସ୍ଆଇପି ଏୟୁଏମ୍ ୧୨.୪୩ ଲକ୍ଷ କୋଟି ଟଙ୍କା ହୋଇଛି। ତେବେ ଜୁନ୍ରେ ମ୍ୟୁଚୁଆଲ ଫଣ୍ଡରେ ୪୩,୬୩୬ କୋଟି ଟଙ୍କା ପ୍ରବାହ ହୋଇଛି ଯାହାକି, ମେ ମାସରେ ୧.୧ ଲକ୍ଷ କୋଟି ଟଙ୍କା ବିନିଯୋଗ ହୋଇଛି। ନିଟ୍ ଏୟୁମ୍ ଜୁନ୍ରେ ୬୧.୨ ଲକ୍ଷ କୋଟିରେ ପହଞ୍ଚିଥିଲା, ଯାହା ମେ ମାସରେ ୫୮.୯ ଲକ୍ଷ କୋଟି ଥିଲା।
ମେ ମାସରେ ୩୪,୬୯୭ କୋଟି ଟଙ୍କା ଆସିଥିବାବେଳେ ୪୦,୬୦୮ କୋଟି ଟଙ୍କାର ନିବେଶ ଇକ୍ୱିଟି ଫଣ୍ଡରେ ଆସିଥିଲା। ମିଡ୍କ୍ୟାପ୍ ପାଣ୍ଠିର ପ୍ରବାହ ମେ ମାସରେ (ଏମ୍ଓଏମ୍) ୨,୬୦୬ କୋଟି ଟଙ୍କା ଥିବାବେଳେ ଜୁନ୍ରେ ୨,୫୨୮ କୋଟି ଟଙ୍କା ରହିଛି। ମେ ମାସରେ (ଏମ୍ଓଏମ୍) ୨,୭୨୫ କୋଟି ତୁଳନାରେ ସ୍ମଲ୍ କ୍ୟାପ୍ ପାଣ୍ଠିର ପ୍ରବାହ ୨,୨୬୩ କୋଟି ଟଙ୍କା ରହିଛି। ସେହିପରି ୯୭୦ କୋଟି ଟଙ୍କା ବିନିଯୋଗ ଲାର୍ଜ କ୍ୟାପ ପାଣ୍ଠିରେ ବିନିଯୋଗ ହୋଇଛି ଯାହାକି, ମେ ମାସରେ ୬୬୩ କୋଟି ଟଙ୍କା ରହିଥିଲା। ଫ୍ଲେକ୍ସି କ୍ୟାପ୍ ଫଣ୍ଡରେ ୩,୦୫୯ କୋଟି ଟଙ୍କା ରହିଥିବାବେଳେ ମେ ମାସରେ ୩,୧୫୫ କୋଟି ଟଙ୍କା ବିନିଯୋଗ କରାଯାଇଥିଲା।
ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…
ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…
ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…
ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…
ବସ୍ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ
ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…
ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ
ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…
ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍, ମରାମତି ହେଲା ‘ମରଣଯନ୍ତା’
ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…
ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ
ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…
ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….
ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…
ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍, ଆଉ ତା’ପରେ…
କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…
Archives

