ମ୍ୟୁଚୁଆଲ ଫଣ୍ଡରେ ବିନିଯୋଗ ବୃଦ୍ଧି

ଭୁବନେଶ୍ୱର,୧୦।୭(ଅନୁରାଧା ମହାରଣା): ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡରେ ବିନିଯୋଗ ଜୁନ୍‌ ମାସରେ ଏକ ନୂତନ ରେକର୍ଡରେ ପହଞ୍ଚିଛି। ଏହି ମାସରେ ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡରେ ବିନିଯୋଗ ୧୭% ବୃଦ୍ଧି ପାଇଛି। ମେ ମାସରେ ୩୪,୬୯୭ କୋଟି ଟଙ୍କା ବିନିଯୋଗ ହୋଇଥିବାବେଳେ ଜୁନ୍‌ରେ ପ୍ରବାହ ୪୦,୬୦୮.୧୯ କୋଟି ରହିଛି। ଆସୋସିଏଶନ ଅଫ୍‌ ମ୍ୟୁଚୁଆଲ ଫଣ୍ଡସ ଅଫ୍‌ ଇଣ୍ଡିଆ (ଏମ୍‌ଏଫ୍‌ଆଇ) ଏହି ପରିସଂଖ୍ୟାନ ପ୍ରକାଶ କରିଛି। ଏମ୍‌ଏଫ୍‌ଆଇ ଚେୟାରମ୍ୟାନ ନବନିତ ମୁନୋଟ କହିଛନ୍ତି, ଜୁନ୍‌ରେ ମୋଟ ଏସ୍‌ଆଇପି ପ୍ରବାହ ସର୍ବକାଳୀନ ରେକର୍ଡ ଛୁଇଁଛି। ମେ ମାସରେ ୨୦,୯୦୪ କୋଟି ଟଙ୍କା ଥିବାବେଳେ ଜୁନ୍‌ରେ ୨୧,୨୬୨ କୋଟି ଟଙ୍କା ରହିଛି। ଜୁନ୍‌ରେ ଏସ୍‌ଆଇପି ମାଧ୍ୟମରେ ୫୫.୧ ଲକ୍ଷ ନୂତନ ଫୋଲିଓ ଯୋଗ କରାଯାଇଛି। ସେହିପରି ଏସ୍‌ଆଇପି ଏୟୁଏମ୍‌ ୧୨.୪୩ ଲକ୍ଷ କୋଟି ଟଙ୍କା ହୋଇଛି। ତେବେ ଜୁନ୍‌ରେ ମ୍ୟୁଚୁଆଲ ଫଣ୍ଡରେ ୪୩,୬୩୬ କୋଟି ଟଙ୍କା ପ୍ରବାହ ହୋଇଛି ଯାହାକି, ମେ ମାସରେ ୧.୧ ଲକ୍ଷ କୋଟି ଟଙ୍କା ବିନିଯୋଗ ହୋଇଛି। ନିଟ୍‌ ଏୟୁମ୍‌ ଜୁନ୍‌ରେ ୬୧.୨ ଲକ୍ଷ କୋଟିରେ ପହଞ୍ଚିଥିଲା, ଯାହା ମେ ମାସରେ ୫୮.୯ ଲକ୍ଷ କୋଟି ଥିଲା।
ମେ ମାସରେ ୩୪,୬୯୭ କୋଟି ଟଙ୍କା ଆସିଥିବାବେଳେ ୪୦,୬୦୮ କୋଟି ଟଙ୍କାର ନିବେଶ ଇକ୍ୱିଟି ଫଣ୍ଡରେ ଆସିଥିଲା। ମିଡ୍‌କ୍ୟାପ୍‌ ପାଣ୍ଠିର ପ୍ରବାହ ମେ ମାସରେ (ଏମ୍‌ଓଏମ୍‌) ୨,୬୦୬ କୋଟି ଟଙ୍କା ଥିବାବେଳେ ଜୁନ୍‌ରେ ୨,୫୨୮ କୋଟି ଟଙ୍କା ରହିଛି। ମେ ମାସରେ (ଏମ୍‌ଓଏମ୍‌) ୨,୭୨୫ କୋଟି ତୁଳନାରେ ସ୍ମଲ୍‌ କ୍ୟାପ୍‌ ପାଣ୍ଠିର ପ୍ରବାହ ୨,୨୬୩ କୋଟି ଟଙ୍କା ରହିଛି। ସେହିପରି ୯୭୦ କୋଟି ଟଙ୍କା ବିନିଯୋଗ ଲାର୍ଜ କ୍ୟାପ ପାଣ୍ଠିରେ ବିନିଯୋଗ ହୋଇଛି ଯାହାକି, ମେ ମାସରେ ୬୬୩ କୋଟି ଟଙ୍କା ରହିଥିଲା। ଫ୍ଲେକ୍ସି କ୍ୟାପ୍‌ ଫଣ୍ଡରେ ୩,୦୫୯ କୋଟି ଟଙ୍କା ରହିଥିବାବେଳେ ମେ ମାସରେ ୩,୧୫୫ କୋଟି ଟଙ୍କା ବିନିଯୋଗ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri