ସ୍ବଳ୍ପ ସଞ୍ଚୟ ସ୍କିମ୍‌ର ସୁଧ ହାରରେ ବୃଦ୍ଧି

ନୂଆଦିଲ୍ଲୀ,୧।୪: ଚଳିତ ଆର୍ଥିକ ବର୍ଷ (୨୦୨୩-୨୪) ର ପ୍ରଥମ ତ୍ରୈମାସ ଶନିବାର ଠାରୁ ଆରମ୍ଭ ହେଉଛି। ଏହି ପରିପ୍ରେକ୍ଷୀରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ନୂଆ ତ୍ରୈମାସ ପାଇଁ ସ୍ବଳ୍ପ ସଞ୍ଚୟ ସ୍କିମ୍‌ର ସୁଧହାରରେ ବୃଦ୍ଧ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦେଶର ବିଭିନ୍ନ କ୍ଷେତ୍ରରେ ଜାରି ସ୍ବଳ୍ପ ସଞ୍ଚୟ ସ୍କିମ୍‌ ଅଧୀନରେ ଥିବା ବିଭିନ୍ନ ସ୍କିମ୍‌ ଉପରେ ସୁଧ ହାର ୦.୧% ରୁ ୦.୭୦% କୁ ବୃଦ୍ଧି କରାଯାଇଛି। ତେବେ ଏଥର ମଧ୍ୟ ସରକାର ପିପିଏଫ୍‌ର ସୁଧ ହାର ବୃଦ୍ଧି କରିନାହାନ୍ତି। ନୂଆ ସୁଧ ହାର ୨୦୨୩ ଏପ୍ରିଲ ୧ ରୁ ୨୦୨୩ ଜୁନ୍‌ ତ୍ରୈମାସ ପାଇଁ ଲାଗୁ ରହିବ। ଘୋଷିତ ଇ-ସୁଧ ହାରରେ ଜାତୀୟ ସଞ୍ଚୟ ପ୍ରମାଣପତ୍ର (ଏନ୍‌ଏସ୍‌ସି)ର ସୁଧ ହାର ସବୁଠାରୁ ଅଧିକ ବୃଦ୍ଧି କରାଯାଇଛି। ଏହା ଅଧୀନରେ ଏପ୍ରିଲ ପହିଲାରୁ ୭.୦% ପରିବର୍ତ୍ତେ ୭.୭% ସୁଧ ମିଳିବ। ଏହା ବ୍ୟତୀତ ଗୋଟିଏ ବର୍ଷ, ୨ବର୍ଷ, ୩ ବର୍ଷ ଓ ୫ ବର୍ଷିଆ ଜମା ଉପରେ ସୁଧ ହାର ୦.୧% ରୁ ୦.୫%କୁ ବୃଦ୍ଧି କରାଯାଇଛି। ସେହିପରି କିଷାନ ବିକାଶପତ୍ର ବର୍ତ୍ତମାନ ୧୨୦ ମାସ ପରିବର୍ତ୍ତେ ୧୧୫ ମାସରେ ପରିପକ୍ୱ ହେବ। ନୂଆ ସୁଧ ହାର ୭.୨%ରୁ ୭.୫%କୁ ବୃଦ୍ଧି କରାଯାଇଛି। ସେହିପରି ସୁକନ୍ୟା ସମୃଦ୍ଧି ସ୍କିମ୍‌ରେ ସୁଧହାର ୮% କୁ ବୃଦ୍ଧି କରାଯାଇଛି। ୫ବର୍ଷୀୟ ଡାକଘର ଜମା ପାଇଁ ସୁଧହାର ୭.୫%କୁ ବୃଦ୍ଧି ପାଇଛି। ଅର୍ଥ ମନ୍ତ୍ରଣାଳୟ ଏଥର ମଧ୍ୟ ସଞ୍ଚୟ ଆକାଉଣ୍ଟ ଏବଂ ପିପିଏଫ୍‌ ଉପରେ ସୁଧ ହାର ବୃଦ୍ଧି କରିନାହାନ୍ତି। ପିପିଏଫ୍‌ ଉପରେ ସୁଧ ହାର ୦.୦୫%କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏଥର ପିପିଏଫ୍‌ର ସୁଧ ହାର ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଥିଲା କିନ୍ତୁ ଏହାକୁ ୭.୧% ରେ ବଜାୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri