ବୈଦେଶିକ ମୁଦ୍ରାଭଣ୍ଡାରରେ ବୃଦ୍ଧି

ନୂଆଦିଲ୍ଲୀ,୬।୧ (ଅଭୟ ଦାଶ): କ୍ରମାଗତ ଭାବେ ଭାରତର ଫରେକ୍ସ ରିଜର୍ଭ (ବୈଦେଶିକ ମୁଦ୍ରା ଭଣ୍ଡାର) ରେ ବୃଦ୍ଧି ଘଟି ଚାଲିଛି। ଏପରିକି ୨୦୨୩ ଡିସେମ୍ବର ୨୯ରେ ଶେଷ ହୋଇଥିବା ସପ୍ତାହରେ ଭାରତର ଫରେକ୍ସ ରିଜର୍ଭ ୨.୭୫୯ ବିଲିୟନ ଡଲାରକୁ ବୃଦ୍ଧି ପାଇ ମୋଟ ୬୨୩.୨ ବିଲିୟନ ଡଲାରରେ ପହଞ୍ଚତ୍ଛି। ଶୁକ୍ରବାର ଏ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଏକ ବିସ୍ତୃତ ରିର୍ପୋଟ ପ୍ରକାଶ ପାଇଛି। ଏପରିକି ପୂର୍ବ ସପ୍ତାହରେ ଆର୍‌ବିଆଇର ରିପୋର୍ଟ ଅନୁଯାୟୀ ସାମଗ୍ରିକ ସଂରକ୍ଷଣ ୪.୪୭୧ ବିଲିୟନ ଡଲାର ବୃଦ୍ଧି ହୋଇ ୬୨୦.୪୪୧ ବିଲିୟନ ଡଲାରରେ ରହିଥିଲା। ସେହିଭଳି ୨୦୨୧ ଅକ୍ଟୋବରରେ ଦେଶର ଫୋରେକ୍ସ କିଟି ସର୍ବକାଳୀନ ୬୪୫ ବିଲିୟନ ଡଲାରରେ ପହଞ୍ଚିଥିଲା। ଉକ୍ତ ସପ୍ତାହରେ ସୁନା ଭଣ୍ଡାର ୮୫୩ ନିୟୁତ ଡଲାରରୁ ୪୮.୩୨୮ ବିଲିୟନ ଡଲାରରେ ରହିଛି ବୋଲି ଆର୍‌ବିଆଇ ମତବ୍ୟକ୍ତ କରିଛି। ଅପରପକ୍ଷରେ ସ୍ପେଶିଆଲ ଡ୍ରଇଂ ରାଇଟ୍ସ୍‌ ୩୮ ମିଲିୟନ ଡଲାରରୁ ୧୮.୩୬୫ ବିଲିୟନ ଡଲାରରେ ପହଞ୍ଚତ୍ଛି ବୋଲି ସର୍ବୋଚ୍ଚ ବ୍ୟାଙ୍କ ବିସ୍ତୃତ ଭାବେ ଉଲ୍ଲେଖ କରିଛି। ବ୍ୟାଙ୍କର ରିପୋର୍ଟ ମୁତାବକ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ସହ ଭାରତର ରିଜର୍ଭ ସ୍ଥିତି ୨ ମିଲିୟନ ଡଲାରରୁ ୪.୮୯୨ ବିଲିୟନ ଡଲାରକୁ ହ୍ରାସ ପାଇଛି।
ସେହିପରି ୨୦୨୩ ଡିସେମ୍ବର ୨୯ରେ ଶେଷ ହୋଇଥିବା ସପ୍ତାହ ପାଇଁ ଆର୍‌ବିଆଇର ତଥ୍ୟ ଅନୁଯାୟୀ ସଂରକ୍ଷଣର ଏକ ପ୍ରମୁଖ ଉପାଦାନ ଥିବା ବିଦେଶୀ ମୁଦ୍ରା ସମ୍ପତ୍ତି ୧.୮୬୯ ବିଲିୟନ ଡଲାରରୁ ବୃଦ୍ଧି ଘଟି ୫୫୧.୬୧୫ ବିଲିୟନ ଡଲାରରେ ପହଞ୍ଚତ୍ଛି। ବିଶେଷକରି ଡଲାର ଶବ୍ଦରେ ପ୍ରକାଶିତ, ବୈଦେଶିକ ମୁଦ୍ରାଭଣ୍ଡାରରେ ରଖାଯାଇଥିବା ୟୁରୋ, ପାଉଣ୍ଡ ଏବଂ ୟେନ୍‌ ଭଳି ଅଣ ଆମେରିକୀୟ ୟୁନିଟ୍‌ର ମୂଲ୍ୟବୋଧ କିମ୍ବା ଅବନତିର ପ୍ରଭାବ ଅନ୍ତର୍ଭୁକ୍ତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri