ସୋସିଆଲ ମିଡିଆ ବ୍ୟବହାର କଲେ ଏବେ ପିଲାଙ୍କୁ ବି ଦେବାକୁ ପଡିବ ଟ୍ୟାକ୍ସ, ରହିଛି ଏହି ନିୟମ

ନୂଆଦିଲ୍ଲୀ,୨।୧୨: ବର୍ତ୍ତମାନ ଏପରି ଏକ ସମୟ ଆସିଛି ଯେଉଁଥିରେ ଟଙ୍କା ରୋଜଗାର କରିବା ଚାକିରି ଆବଶ୍ୟକ ହେଉନାହିଁ। ଅନେକ ଗୁଡିଏ ଉତ୍ସ ରହିଛି। କେବଳ ଯୁବପିଢି ନୁହନ୍ତି ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଘରେ ବସି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଏବେ ତ କମ ବୟସର ପିଲାମାନେ ଘର ବସି ରୋଜଗାର କଲେଣି। ନିକଟରେ ମୟଙ୍କ ନାମକ ଜଣେ ପୁଅ ଲୋକପ୍ରିୟ ଶୋ କୌନ ବନେଗା କରୋଡପତିରେ ୧କୋଟି ଟଙ୍କା ପୁରସ୍କାର ରାଶି ଜିତିଛନ୍ତି। ତେବେ କଣ ଏତେ ଟଙ୍କା ରୋଜଗାର କଲେ ପିଲାଙ୍କୁ ଟ୍ୟାକ୍ସ ଦେବାକୁ ପଡିବ! ହଁ ଏବେ ଏଭଳି ସେମିତି ନିୟମ ଲାଗୁ ହୋଇଛି। ଯଦି ଆପଣଙ୍କର ପିଲା ଇନଷ୍ଟାଗ୍ରାମ, ୟୁଟ୍ୟୁବ, ଫେସବୁକ, ରିଲ୍ସ, ସଟର୍‌ସ, ସ୍ନାପ ଚାଟ କିମ୍ବା କୌଣସି ସୋସିଆଲ ମିଡିଆରୁ ଟଙ୍କା ରୋଜଗାର କରୁଛନ୍ତି ତେବେ ତେବେ ସେମାନଙ୍କୁ ଟ୍ୟାକ୍ସ ଦେବାକୁ ପଡିବ।

ପିଲାମାନଙ୍କ ସହ ଜଡିତ ଆୟର ନିୟମାବଳୀ ଆୟକର ଅଧିନିୟମର ଧାରା ୬୪(୧ଏ) ରେ ବର୍ଣ୍ଣନା କରାଯାଇଛି। ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଶିଶୁର ରୋଜଗାର କାହା ସହିତ ସଂଯୁକ୍ତ ହେବ। ଏହା ବ୍ୟତୀତ ଆୟକର ବ୍ୟବସ୍ଥା ଅନୁଯାୟୀ ପିଲାମାନଙ୍କ ରୋଜଗାର ଉପରେ ଛାଡ ମଧ୍ୟ ଉଲ୍ଲେଖ କରାଯାଇଛି।

ଟିକସ ସମ୍ବନ୍ଧୀୟ ବିଶେଷଜ୍ଞ ବଲୱନ୍ତ ଜୈନଙ୍କ ଅନୁଯାୟୀ ଯଦି ପିଲାଟିର ବୟସ ୧୮ ବର୍ଷରୁ କମ, ତା’ହେଲେ ତାଙ୍କର ରୋଜଗାର ସିଧାସଳଖ ତାଙ୍କ ପିତାମାତାଙ୍କ ସହ ଜଡିତ ହେବ। ଏହି ରୋଜଗାର ଦୁଇଟି ଉପାୟରେ ଦେଖାଯାଏ, ଆୟ ଏବଂ ବେଆଇନ ଆୟ। ଆୟକରର ଧାରା ୬୪(୧ଏ) ଅନୁଯାୟୀ, ଯଦି ପିଲା ସୋସିଆଲ ମିଡିଆ ପ୍ଲାଟଫର୍ମ କିମ୍ବା ଅନ୍ୟ କୌଣସି ଉପାୟ ମାଧ୍ୟମରେ ଟଙ୍କା ରୋଜଗାର କରିଛନ୍ତି ତେବେ ଏହା ଅର୍ଜିତ ଆୟରେ ଅନ୍ତର୍ଭୂକ୍ତ ହେବ। ସେହିଭଳି, ଯଦି ଶିଶୁର ନାମରେ କୌଣସି ନିବେଶ କରାଯାଇଥାଏ ଏବଂ ସୁଧ ହିସାବରେ ଟଙ୍କା ପ୍ରାପ୍ତ ହେଉଥାଏ ତେବେ ଏହା ବେଆଇନ ଆୟ ଭାବରେ ବିବେଚନା କରାଯାଏ।

ଯଦି ଆପଣଙ୍କର ପିଲା ଇଣ୍ଟରନେଟ, ଖେଳ କିମ୍ବା ଅନ୍ୟ କୌଣସି ଉପାୟ ମାଧ୍ୟମରେ ରୋଜଗାର କରୁଛନ୍ତି, ତେବେ ତାଙ୍କ ପାଇଁ ଛୋଟ ITR ଫାଇଲ କରିବା ମଧ୍ୟ ଆବଶ୍ୟକ ହେବ। ଅର୍ଥାତ୍‌ ଅଭିଭାବକ ପିଲାଙ୍କର ରିଟର୍ଣ୍ଣ ଦାଖଲ କରିବା ସମୟରେ ରୋଜଗାରର ବିବରଣୀ ପ୍ରଦାନ କରିବେ। ଏହି ଆୟ ଉପରେ ଟିକସ ବା ଟ୍ୟାକ୍ସ ସେହି ସ୍ଲାବରେ ଦେବାକୁ ପଡିବ ଯେଉଭଳି ଜଣେ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଦେବାକୁ ପଡେ।

ନାବାଳିକାଙ୍କୁ କିଛି ଟିକସ ଛାଡ ମଧ୍ୟ ଦିଆଯାଏ। ଧାରା ୧୦(୩୨) ଅନୁଯାୟୀ, ଯଦି ଶିଶୁର ବାର୍ଷିକ ଆୟ ୧୫୦୦ଟଙ୍କାରୁ କମ୍‌ ତେବେ ସେମାନଙ୍କ ପାଇଁ ଟ୍ୟାକ୍ସ ଦେବାକୁ ପଡିବ ନାହିଁ। ଯଦି ଏହା ଉପରେ କୌଣସି ଆୟ ରହିବ, ତେବେ ପିଲାଙ୍କ ରୋଜଗାର ପିତାମାତାଙ୍କ ଆୟରେ ଯୋଡି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?