ଏନ୍‌ବିସିସିର ପୂର୍ବତନ ଅଧିକାରୀଙ୍କ ଘରେ ଆୟକର ଚଢ଼ାଉ

ନୂଆଦିଲ୍ଲୀ,୧୦।୭: ଜାତୀୟ ବିଲ୍ଡିଂ ନିର୍ମାଣ କର୍ପୋରେଶନ (ଏନ୍‌ବିସିସି)ର ପୂର୍ବତନ ସିଜିଏମ୍‌ ଡି.କେ.ମିତ୍ତଲଙ୍କ ଘରେ ଶନିବାର ଆୟକର ବିଭାଗ ଚଢ଼ାଉ କରିଛି। ଏପରିକି ଚଢ଼ାଉ ସମୟରେ ତାଙ୍କ ଘରୁ ନଗଦ କୋଟି କୋଟି ଟଙ୍କା, ଅଳଙ୍କାର, ଏବଂ ଅନ୍ୟାନ୍ୟ ଦସ୍ତାବିଜ ମଧ୍ୟ ମିଳିଥିବା ସୂଚନା ମିଳିଛି। ମିତ୍ତଲଙ୍କ ଘରୁ ବିଭାଗ ଏତେ ପରିମାଣର ଟଙ୍କା ଜବତ କରିଛି ଯେ ଏହାକୁ ଗଣିବା ପାଇଁ ୨ଟି ଟଙ୍କା ଗଣିବା ମେଶିନ ମଗାଯାଇଛି। ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ମିତ୍ତଲଙ୍କ ଘରୁ ରାତି ୮ ଘଟିକା ମଧ୍ୟରେ ୨କୋଟିରୁ ଅଧିକ ଟଙ୍କା ମିଳିସାରିଲାଣି। ସେହିପରି ତାଙ୍କ ଘରୁ ଅଧିକ ପରିମାଣରେ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। କୁହାଯାଉଛି କି ପୂର୍ବତନ ସିଜିଏମ୍‌ଙ୍କ ଘରୁ ମିଳିଥିବା ଟଙ୍କା ଓ ଅଳଙ୍କାର ବାବଦରେ ସମ୍ପୂର୍ଣ୍ଣ ବିବରଣୀ ବିଭାଗ ପକ୍ଷରୁ ପ୍ରକାଶ କରାଯାଇନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri