ନୂଆପଡ଼ା,୯।୧୧(ମକାରୁ ବେମାଲ): ବିଜେଡି ନେତାଙ୍କ ଘରେ ଆୟକର ଚଢାଉ। ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ରବିବାର ଆୟକର ଚଢାଉ ହୋଇଛି। କୋମନା ବାସଭବନରେ ଆୟକର ବିଭାଗର ଚଢାଉ ଜାରି ରହିଛି। କୋମନା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଥିଲେ ମନୋଜ ମିଶ୍ର। ଏବେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଅଛନ୍ତି ମନୋଜ। ପୂର୍ବରୁ ନୂଆପଡ଼ା ଜିଲା ବିଜେଡି ସଭାପତି ଥିଲେ ମନୋଜ ମିଶ୍ର।
ତେବେ ଅନ୍ୟପକ୍ଷେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ମହମ୍ମଦ ଜୁନେଦଙ୍କ ଘରେ ଶନିବାର IT ରେଡ ହୋଇଥିଲା। ନୂଆପଡ଼ା ଖରିଆର ରୋଡରେ ଥିବା ତାଙ୍କ ଘରେ ରେଡ ହୋଇଥିଲା।