ଆୟ କମାଇଛି ଆଖୁ

ଛେଣ୍ଡିପଦା,୨୧ା୨ : ଆଖୁ ହେଉଛି ଅର୍ଥକରୀ ଫସଲ। ସେଥିପାଇଁ ଧାନ ଅପେକ୍ଷା ଏହି ଚାଷକୁ ଅଧିକ ଗୁରୁତ୍ୱ ଦେଇଥା’ନ୍ତି ଚାଷୀ। କିନ୍ତୁ ଆଖୁଚାଷ ଓ ଚାଷୀଙ୍କ ପ୍ରତି ସରକାରୀ ଅବହେଳା ଦିନକୁ ଦିନ ବଢ଼ୁଛି। ଧାନ ପରି ଏହାକୁ ପ୍ରୋତ୍ସାହନ ଦିଆଯାଉ ନାହିଁ। ଏହାଛଡ଼ା ଆନୁଷଙ୍ଗିକ ଉପକରଣର ମୂଲ୍ୟବୃଦ୍ଧି, ପୁରୁଣା ବିହନ ଅଭାବ, ବଜାର ସୁବିଧା ଉପଲବ୍ଧ କରା ନ ଯିବା ଏବଂ ଜଙ୍ଗଲୀ ଜନ୍ତୁଙ୍କ ଉପଦ୍ରବ ବଢ଼ୁଥିବାରୁ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଆଖୁଚାଷ ହ୍ରାସ ପାଇବାରେ ଲାଗିଛି।
ପୂର୍ବରୁ ଛେଣ୍ଡିପଦାରେ ବହୁଳ ଭାବେ ଆଖୁଚାଷ କରାଯାଉଥିଲା। ଚାଷୀମାନେ ଆଖୁରସ ବା ଦୋରୁଅରୁ ଗୁଡ଼ ପ୍ରସ୍ତୁତ କରି ଗାଁ ଗାଁ ବୁଲି ବିକ୍ରି କରିବା ସହିତ ହାଟ ବଜାରକୁ ନେଉଥିଲେ। ଆଖୁଗୁଡ଼ର ଭଲ ଚାହିଦା ଥିବାରୁ ଅନେକ ଜିଲାକୁ ଅନୁଗୋଳରୁ ଗୁଡ଼ ଯୋଗାଯାଇଥାଏ। ୧୯୯୨ରେ ଢେଙ୍କାନାଳ ଶକ୍ତିସୁଗାର ପକ୍ଷରୁ ନୂଆଗାଁ ସମେତ କେତେକ ଅଞ୍ଚଳର ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯାଇ ଆଖୁଚାଷ କରାଯାଉଥିଲା। କିନ୍ତୁ ଚାଷୀ ଠିକ୍‌ ମୂଲ୍ୟ ନ ପାଇବାରୁ ତାହା ପରବର୍ତ୍ତୀ ସମୟରେ ବନ୍ଦ ହୋଇଗଲା। ସେହିପରି ଦୀର୍ଘବର୍ଷ ହେଲା ସରକାରଙ୍କ ପକ୍ଷରୁ ଆଖୁଚାଷୀଙ୍କୁ ସେପରି ପ୍ରୋତ୍ସାହନ ଦିଆଯାଉ ନାହିଁ। ବିହନ, ସାର, କୀଟନାଶକଠାରୁ ଆରମ୍ଭ କରି ଆଖୁ କିମ୍ବା ଗୁଡ଼ ବିକ୍ରି କରିବା ପାଇଁ ବଜାର ସୃଷ୍ଟି କରାଯାଉ ନାହିଁ। ସହଜରେ ଋଣ ଉପଲବ୍ଧ ସହ ମେଶିନରେ ଅଧିକ ସବ୍‌ସିଡି ଚାଷୀ ଚାହଁୁଥିଲେ ମଧ୍ୟ ସେ ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ଏହାଛଡ଼ା ଗୁଡ଼ ରଖାଯିବାକୁ ତିଆରି ହେଉଥିବା ମାଠିଆ ଆଉ ମିଳୁନାହିଁ। ଟିଣ ଅପେକ୍ଷା ମାଠିଆରେ ଗୁଡ଼ ଦୀର୍ଘଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହୁଥିଲେ ବି କୁମ୍ଭକାରମାନେ ଏହି ମାଟିପାତ୍ର ତିଆରିରୁ ମୁହଁ ଫେରାଇ ନେଇଛନ୍ତି। ଅନେକ ସମୟରେ ପ୍ରତିକୂଳ ପାଣିପାଗ, ଫସଲର ଉଚିତ ମୂଲ୍ୟ ନ ମିଳିବା, ଆଖୁଭେଳା ବାନ୍ଧିବା ପାଇଁ ପୋତା ଯାଉଥିବା ମେଢ଼ା ଅଭାବ, କୃଷି ବିଭାଗର ସହଯୋଗ ନ ରହିବା, ହାତୀ ଓ ଭାଲୁ ଉପଦ୍ରବ ଆଦି ବିଭିନ୍ନ ସମସ୍ୟା ଯୋଗୁ ଚାଷୀ ଆଖୁଚାଷ ପ୍ରତି ଆଗ୍ରହ ଦେଖାଉ ନାହାନ୍ତି। ତଥାପି କମ୍‌ ପରିମାଣର ହେଲେ ବି ବ୍ଲକର କୋରଡ଼ା, ନୂଆଗାଁ, ଡଙ୍ଗାପାଳ, ଜରିପାଳ, ଭଟପାଳ, ମାରୁଢିପ, କଣଲୋଇ, କର୍ଣ୍ଣପାଳ, ଟାଙ୍ଗିରୀ, ସରପାଳ, ବାରମଞ୍ଚା, ପାଟକୁମୁଣ୍ଡା, କମ୍ପସଲା ଆଦି ଗ୍ରାମଗୁଡ଼ିକରେ ଆଖୁଚାଷ ହେଉଥିବା ଚାଷୀମାନେ କହିଛନ୍ତି।
ଅଧିକ ପ୍ରୋତ୍ସାହନ ଆବଶ୍ୟକ
ଧାନ ପରି ଆଖୁଚାଷକୁ ପ୍ରୋତ୍ସାହନ ମିଳୁନାହିଁ। ଅଧିକ ଧାନ ଅମଳ ନିମନ୍ତେ ଯେପରି ଧାଡ଼ିରୁଆ ପାଇଁ ବିଭାଗ ପକ୍ଷରୁ ଚାଷୀଙ୍କୁ ୬୦୦ ଟଙ୍କା ଦିଆଯାଉଛି, ସେହିପରି ଆଖୁଚାଷୀଙ୍କୁ ସରକାର ପ୍ରୋତ୍ସାହନ ଯୋଗାଇ ଦେଲେ ଅଧିକ ସଂଖ୍ୟାରେ ଚାଷୀ ଏହି ଅର୍ଥକରୀ ଫସଲ ପ୍ରତି ଆଗ୍ରହ ପ୍ରକାଶ କରିବେ।
-ପ୍ରାଣବନ୍ଧୁ ମାଝି ,ଖମାର
କିସମ ପରିବର୍ତ୍ତନ ଜରୁରୀ
ଆଖୁଚାଷରେ ଯେତିକି ଅର୍ଥ ଖର୍ଚ୍ଚ ହେଉଛି, ତା’ଠାରୁ କମ୍‌ ଖର୍ଚ୍ଚରେ ଅନ୍ୟ ଫସଲ କରାଯାଇ ଅଧିକ ଅର୍ଥ ଉପାର୍ଜନ କରାଯାଇପାରୁଛି। ତେଣୁ ଆଖୁଚାଷରୁ ଧୀରେ ଧୀରେ ଚାଷୀ ମୁହଁ ଫେରାଇ ନେଉଛନ୍ତି। ଏହାଛଡ଼ା କିସମ ପରିବର୍ତ୍ତନ ମଧ୍ୟ ଜରୁରୀ ହୋଇପଡ଼ିଛି। ଏ ଦିଗରେ ସରକାର ଦୃଷ୍ଟି ଦେବା ଆବଶ୍ୟକ।
-ଡିଲେଶ୍ୱର ସ୍ବାଇଁ,ରାଇପାଳ

ରିହାତି ଦରରେ ଯୋଗାଯାଉ ଯନ୍ତ୍ରପାତି
ଆଖୁରୁ ଗୁଡ଼ ବାହାର କରିବା ବ୍ୟୟବହୁଳ ହୋଇଛି ଏବଂ ଠିକ୍‌ ସମୟରେ ବଜାରରେ ବିକ୍ରି ହୋଇ ପାରୁନାହିଁ। ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମଧ୍ୟ ମିଳିପାରୁ ନାହିଁ। ତେଣୁ ଆଖୁର ଚାହିଦା ଦିନକୁଦିନ କମୁଛି। ପାଣିପମ୍ପ୍‌, ଆଖୁପେଡ଼ା ଯନ୍ତ୍ର ରିହାତି ଦରରେ ଚାଷୀଙ୍କୁ ଯୋଗାଇ ଦେବା ସହ ଗୁଡ଼ ପ୍ରସ୍ତୁତି ଓ ବିକ୍ରି ପାଇଁ ପ୍ରୋତ୍ସାହନ ଏବଂ ଗୋଦାମ ବ୍ୟବସ୍ଥା ହେଲେ ଆଖୁଚାଷ ପୁଣି ଆଗେଇବ।
-ନରୋତ୍ତମ ନାଏକ, ଯୁବ ସଙ୍ଗଠକ
ପାଣି ଅଭାବ ବଡ଼ ସମସ୍ୟା
ସନ୍ତରାବନ୍ଧ ଅଞ୍ଚଳରେ ପୂର୍ବରୁ ବହୁଳ ଭାବେ ଆଖୁଚାଷ କରାଯାଉଥିଲା। କିନ୍ତୁ ଆଖୁଚାଷ ପାଇଁ ପାଣି ଅଭାବ, ହାତୀ ଦ୍ୱାରା ଫସଲ ନଷ୍ଟ, ଆନୁଷଙ୍ଗିକ ଯନ୍ତ୍ରପାତି ପାଇଁ ଅଧିକ ପ୍ରୋତ୍ସାହନ ନ ମିଳିବା ଆଦି କାରଣରୁ ଏହି ଚାଷ ହ୍ରାସ ପାଉଛି। ସରକାର ଅଧିକ ସହାୟତା ଯୋଗାଇ ଦେଲେ ଚାଷୀମାନେ ପୁଣି ଆଖୁଚାଷ ପ୍ରତି ଧ୍ୟାନ ଦିଅନ୍ତେ।
-ସୁଧାକର ବେହେରା, ସରପଞ୍ଚ
ପେଡ଼ିବାରେ ବ୍ୟୟ ଅଧିକ
ପୂର୍ବରୁ ବହୁଳ ଭାବେ ଆଖୁଚାଷ ହେଉଥିଲା। ସେତେବେଳେ ପୋଢ଼ ଦ୍ୱାରା ଆଖୁପେଡ଼ା ଯାଉଥିଲା। ଏବେ ପୋଢ଼ ପ୍ରାୟ ନ ଥିବାରୁ ଆଖୁ ପେଡ଼ିବାରେ ସମସ୍ୟା ହେଉଛି ା ଡିଜେଲଚାଳିତ ମେଶିନ ଆଣି ପେଡ଼ାଗଲେ ଆୟ ତୁଳନାରେ ବ୍ୟୟ ଅଧିକ ହେଉଛି ା
-ଦୁର୍ଯ୍ୟଧନ ବେହେରା, ଚାଷୀ
ବଢ଼ୁଛି ବନ୍ୟଜନ୍ତୁଙ୍କ ଉପଦ୍ରବ
ପୂର୍ବରୁ ଆମ ଅଞ୍ଚଳକୁ ହାତୀ ଆଦୌ ଆସୁ ନ ଥିଲେ। ଏବେ ହାତୀପଲ ଆସି ବହୁ ଫସଲ ନଷ୍ଟ କରୁଛନ୍ତି। ଭାଲୁ ଉପଦ୍ରବ ମଧ୍ୟ ବଢ଼ିଗଲାଣି। ରାତି ହେଲେ ଭାଲୁ ଆଖୁବାଡ଼ିରେ ପଶି ଫସଲ ଉଜାଡ଼ି ଦେଉଛନ୍ତି। ଅଧିକ ଖର୍ଚ୍ଚ କରୁଥିବା ଚାଷୀ ବଡ଼ କ୍ଷତିର ସମ୍ମୁଖୀନ ହେଉଛନ୍ତି।

-ଗୋବିନ୍ଦ ଚନ୍ଦ୍ର ସାହୁ, ନୂଆଗାଁ ପାଣି ପଞ୍ଚାୟତ ଅଧ୍ୟକ୍ଷ
୮ ବର୍ଷ ହେଲା ପ୍ରୋତ୍ସାହନ ଆସୁନି
ଦୀର୍ଘ ୮ ବର୍ଷରୁ ଅଧିକ ହେବ ଆଖୁଚାଷ ପାଇଁ କୌଣସି ସରକାରୀ ପ୍ରୋତ୍ସାହନ ଆସୁନାହିଁ। କେବଳ କେଉଁ ପ୍ରଣାଳୀରେ ଏହି ଚାଷ କଲେ ଅଧିକ ଅମଳ ମିଳିପାରିବ, ସେ ନେଇ କୃଷି ଅଧିକାରୀମାନେ ଚାଷୀମାନଙ୍କୁ ତାଲିମ ଦେଇପାରିବାର ବ୍ୟବସ୍ଥା ରହିଛି।
-ବିନୋଦ କୁମାର ସିଂ, ସହକାରୀ ଗ୍ରାମ୍ୟ କୃଷି ଅଧିକାରୀ, ଛେଣ୍ଡିପଦା
ଚାଷୀଙ୍କୁ ସୁହାଇଲା ଭଳି ଯୋଜନା ହେଉନି
ସରକାର କୃଷକମାନଙ୍କ କଥାକୁ କର୍ଣ୍ଣପାତ କରୁନାହାନ୍ତି। କୃଷକଙ୍କୁ ସୁହାଇଲା ପରି ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଉ ନାହିଁ। ଚାଷୀମାନଙ୍କ ବିକାଶ ହେଲେ ଦେଶର ବିକାଶ ହୋଇପାରିବ। ତେଣୁ ସରକାର ବିହନ, ସାର, ଔଷଧ ଆଦି ଯୋଗାଇ ଦେବା ସହିତ ଫସଲ ବିକ୍ରି କରିବା ପାଇଁ ବଜାର ବ୍ୟବସ୍ଥା କରାଗଲେ ଚାଷ ପ୍ରତି ଚାଷୀ ମନ ବଳାଇବେ।
-ପ୍ରତାପ କୁମାର ପ୍ରଧାନ, ଆତ୍ମା ସଭାପତି

 


Enter your email to get our daily news in your inbox.

All Right Reserved By Dharitri.Com

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri