ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁଫୁଲ, ମିଳିବ ଏସବୁ ଫାଇଦା…

ଆପଣଙ୍କର ଦୃଷ୍ଟିଶକ୍ତିଜନିତ ସମସ୍ୟା ରହିଛି କି? ଯଦି ହଁ, ତେବେ ଏଥିରୁ ରକ୍ଷା ପାଇବାର ଏକ ସରଳ ତଥା ସହଜ ଉପାୟ ରହିଛି। ବାସ୍‌, ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ କଖାରୁଫୁଲ ସାମିଲ କରନ୍ତୁ। ଏଥିରେ ଥିବା ଭିଟାମିନ୍‌ ‘ଏ’ ଦୃଷ୍ଟି ଶକ୍ତିକୁ ଆହୁରି ପ୍ରଖର କରାଇବାରେ ସହାୟକ ହୋଇଥାଏ ବୋଲି ଲଣ୍ଡନ ବିଶ୍ୱବିଦ୍ୟାଳୟର ପୁଷ୍ଟିବିଜ୍ଞାନୀମାନେ ମତ ଦେଇଛନ୍ତି। କେବଳ ସେତିକି ନୁହେଁ, ଏଥିରେ ଭିଟାମିନ୍‌ ବି-୯ ଅଧିକ ଥିବାରୁ ଏହା ଆମ ଶରୀର ପାଇଁ ବେଶ୍‌ ଉପକାରୀ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। କଖାରୁଫୁଲରେ ଭିଟାମିନ୍‌ ‘ସି’ ମଧ୍ୟ ଭରି ରହିଛି। ଥଣ୍ଡା, କାଶ, କଫ ଆଦି କମାଇବାରେ ଏହା ମଧ୍ୟ ସାହାଯ୍ୟ କରେ। ଏହା ଅନ୍ଧାରକଣା ଆଶଙ୍କାକୁ କେତେକାଂଶରେ ଦୂର କରିଥାଏ। ବେଳେବେଳେ ଆମେ ଅନେକ ରୋଗର ଶିକାର ହୋଇଥାଉ। ବାହାର ଜୀବାଣୁ ଆମ ଶରୀରରେ ପଶି ବିଭିନ୍ନ ରୋଗ ସୃଷ୍ଟି କରନ୍ତି। ଆଉ ଏହି ଜୀବାଣୁଗୁଡ଼ିକୁ ପ୍ରତିହତ କରିବାର କ୍ଷମତା କଖାରୁଫୁଲରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

କେବେ ପିରିୟଡସ ବନ୍ଦ ହୁଏ ?

ଜାଣନ୍ତୁ ଋତୁସ୍ରାବ ଓ ସ୍ତ୍ରୀ ରୋଗ ଗର୍ଭ ଧାରଣକୁ ନେଇ ବିଶେଷଜ୍ଞ ଡାକ୍ତର ସୁଜାତା କରଙ୍କ ପରାମର୍ଶ ।

ପିଲାମାନଙ୍କୁ ସବୁକ୍ଷେତ୍ରରେ ସଫଳ କରିବାକୁ ଚାହୁଁଥିଲେ….

ପିଲାଙ୍କର ସବୁକ୍ଷେତ୍ରରେ ସଫଳତା ନିମନ୍ତେ ଶିଷ୍ଟାଚାର ଓ ଅନୁଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ପିଲାବେଳୁ ଅଭିଭାବକମାନେ ହିଁ ଏନେଇ ଧ୍ୟାନଦେବା ଦରକାର…. ପିଲାଙ୍କ...

ଚାଉଳରେ ପୋକ ଲାଗୁଛି କି? ଆପଣାନ୍ତୁ ଏହି ଟିପ୍ସ

ଚାଉଳରେ ପୋକ ନ ଲାଗିବା ପାଇଁ ସେଥିରେ ବିଭିନ୍ନ ପ୍ରକାର ରାସାୟନିକ ଔଷଧ ରଖାଯାଇଥାଏ। କିନ୍ତୁ ଏହା ବଦଳରେ ଆପଣ ଚାହିଁଲେ ଘରୋଇ ଉପାୟରେ ଚାଉଳକୁ...

ସୁସ୍ଥ ଜୀବନ ପାଇଁ ପ୍ରଦୂଷଣ ମୁକ୍ତ ପରିବେଶ ଜରୁରୀ

୧୯୮୪ ଡିସେମ୍ବର ୨ ତାରିଖ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସହରର ଏକ ଶୀତୁଆ ବିଲମ୍ବିତ ରାତ୍ରି। ଲୋକମାନେ ଶୋଇଥିଲେ ନିଘୋଡ଼ ନିଦରେ। କିଏ ଜାଣିଥିଲା ଏହା...

ଅଏଲ୍‌ ଥେରାପି

ଶୀତଦିନେ ତ୍ୱଚାର ଡ୍ରାଇନେସ୍‌ରୁ ମୁକ୍ତି ପାଇବା ପାଇଁ କିଏ ମାର୍କେଟରେ ମିଳୁଥିବା ନାମୀଦାମୀ ମଶ୍ଚରାଇଜର କ୍ରିମ୍‌ ଆଣି ଲଗାନ୍ତି ତ କିଏ ବଡି ଲୋଶନର ବ୍ୟବହାର...

ଘରେ ରଖୁଛନ୍ତି କି ମୟୂର ପ୍ରତିମା ? ତେବେ ଜାଣନ୍ତୁ….

ବାସ୍ତୁଶାସ୍ତ୍ର ଅନୁଯାୟୀ, ମୟୂର ପ୍ରତିମା ରଖିବା ଦ୍ୱାରା ଘରେ ସକାରାତ୍ମକ ଊର୍ଜାର ଆଗମନ ହୋଇଥାଏ। ବିଶେଷକରି ରୁପାର ମୟୂର ପ୍ରତିମା ଘର ପାଇଁ ଅଧିକ ଶୁଭଫଳ...

ଶୀତବସ୍ତ୍ର ଦୁର୍ଗନ୍ଧ ହେଉଥିଲେ..

ଶୀତଦିନରେ ଯେତେବେଳେ ଆମେ ଶୀତବସ୍ତ୍ର ଆଲମାରୀରୁ କାଢ଼ୁ ସେଥିରୁ ଅଜବ ପ୍ରକାର ଦୁର୍ଗନ୍ଧ ବାହାରିଥାଏ। କେତୋଟି ଟିପ୍ସ ଦିଆଯାଉଛି ଯାହାକୁ ଆପଣାଇ ଏହି ସମସ୍ୟାରୁ ରକ୍ଷା...

କେଶ ଝଡୁଥିଲେ ଆପଣାନ୍ତୁ ଏହି ଉପାୟ

କେଶ କୁଣ୍ଡାଇବା ସମୟରେ ଆମେ କେତୋଟି ଛୋଟମୋଟ ଭୁଲ୍‌ କରିଥାଉ,ଯାହା ଆମ କେଶ ଝଡ଼ିବାରେ ସମସ୍ୟା ହୋଇଥାଏ। ଆସନ୍ତୁ, ଜାଣିବା ଠିକ୍‌ ଉପାୟରେ କିପରି ମୁଣ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri