ଧାମରା ରେଳପଥରେ ଅଘଟଣ: ଟ୍ରେନରେ କଟିଗଲେ ଯୁବକ

ତିହିଡି଼,୮।୩(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥରେ ତିହିଡି଼ ଥାନା ଦୋଳସାହି ପଞ୍ଚାୟତ ଅଧୀନ ଗାଜିପୁର ନିକଟରେ ଶନିବାର ରାତିରେ ଏକ ଅଘଟଣ ଘଟିଛି। ରେଳପଥରେ ଟ୍ରେନରେ କଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନା ସନ୍ତୋଷ କୁମାର ବେହେରା (୩୧) ଏବଂ ତାଙ୍କ ଘର ତିହିଡି଼ ଥାନା ଅଧୀନ ଦୋଳସାହି ଗ୍ରାମରେ ବୋଲି ଜଣାଯାଇଛି । ସନ୍ତୋଷ ଶନିବାର ରାତି ପ୍ରାୟ ୯ଟା ସମୟରେ ରେଳପଥ ପାରି ହେଉଥିବା ବେଳେ ଭଦ୍ରକରୁ ଧାମରା ଅଭିମୁଖେ ଯାଉଥିବା ମାଲବାହୀ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ତିହିଡି଼ ଥାନା ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାଯାଇଛି।

Dharitri – Odisha’s No.1 Odia Daily

Share