ରହସ୍ୟରୁ ହଟୁନି ପରଦା

ଭେଡ଼େନ,୨୯।୪(ଡି.ଏନ.ଏ.): ବରଗଡ଼ ଜିଲା ଭେଡ଼େନ ଥାନା ଋଷୁଡ଼ା ଫାଣ୍ଡି ଅନ୍ତର୍ଗତ ଆଖିଫୁଟା ଗ୍ରାମରେ ଗତ ୧୭ ତାରିଖରେ ସଙ୍ଗଠିତ ଟ୍ରିପଲ ମର୍ଡର ଘଟଣାକୁ ୧୧ଦିନ ବିତିଥିଲେ ମଧ୍ୟ ପୋଲିସ ହାତ ଖାଲି ରହିଛି। ପୋଲିସର ତଦନ୍ତ ମୃତକମାନଙ୍କ ସମ୍ପର୍କୀୟଙ୍କୁ ଥାନାକୁ ଡକାଇ କେବଳ ପଚରାଉଚରା କରିବାରେ ସୀମିତ ରହିଛି। ହତ୍ୟାକୁ ନେଇ କୌଣସି ଠୋସ୍‌ ସୁରାକ୍‌ ପାଇବାରେ ପୋଲିସ ଏଯାଏ ସମର୍ଥ ହୋଇନାହିଁ। ଅନ୍ୟପକ୍ଷେ ବିଭିନ୍ନ ଦିଗରୁ ସନ୍ଦେହ ଘେରରେ ରହିଥିବା ଟଙ୍କଧରଙ୍କ ସମ୍ପର୍କୀୟ ଭଣଜାଙ୍କୁ ପୋଲିସ ଏଯାଏ ଠାବ କରିପାରିନାହିଁ। ସମ୍ପତି ଲୋଭରେ ଏଭଳି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ମୃତଦେହ ବ୍ୟବଚ୍ଛେଦ ରିର୍ପୋଟ ଆସିଲା ପରେ ଘଟଣାର ଅଧିକ ତଥ୍ୟ ଜଣାପଡ଼ିବ ଏବଂ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଥିବା ଏସ୍‌ଡିପିଓ ଅମ୍ରିତ କୁମାର ପଣ୍ଡା କହିଛନ୍ତି। ଏ ନେଇ ଭେଡ଼େନ ଥାନାରେ ଦଫା ୩୦୨ରେ ଏକ ମାମଲା (ନଂ.୧୨୯।୨୩) ରୁଜୁ କରି ପୋଲିସ ହାତ ବାନ୍ଧି ବସିଛି। ସେହିପରି ଦେହେରିପାଲି ଗ୍ରାମରୁ ଯୁବତୀ ଅପହରଣ ଘଟଣାର ପର୍ଦ୍ଦାଫାଶ କରିବାରେ ପୋଲିସ ଏଯାଏ ସକ୍ଷମ ହୋଇନାହିଁ।
ପ୍ରକାଶ ଯେ, ଗତ ୧୭ ତାରିଖ ସୋମବାର ବିଳମ୍ବିତ ରାତିରେ ଆଖିଫୁଟା ଗ୍ରାମରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା। ଏଥିରେ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକମାନେ ହେଲେ ପରିବାରର ମୁଖ୍ୟ ଟଙ୍କଧର ସାହୁ(୭୦) ଏବଂ ତାଙ୍କ ସ୍ତ୍ରୀ ଦ୍ରୈାପଦୀ (୬୫) ଓ ମାଧବୀ(୪୫)। ପରଦିନ ଖବର ପାଇ ପୋଲିସ ଅନୁସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଘଟଣାସ୍ଥଳରେ ଛାନ୍‌ଭିନ୍‌ କରିଥିଲା। ଟଙ୍କଧରଙ୍କ ପରିବାର ସହ କାହାର କଳିଗୋଳ କିମ୍ବା ମନୋମାଳିନ୍ୟ ନ ଥିବା ପଡ଼ୋଶୀ ଗଣ୍ଠିଆପାଲି ଗ୍ରାମର ସତ୍ୟନାରାୟଣ କୁଦେଇ କହିଛନ୍ତି। ଆଖିଫୁଟା ଟ୍ରିପଲ ମର୍ଡ଼ର ଘଟଣା ଲୋକଙ୍କ ମନରୁ ଲିଭି ନ ଥିବାବେଳେ ଗତ ୨୧ ତାରିଖରେ ଦେହେରିପାଲି ଗ୍ରାମରୁ ଯୁବତୀ ଅପହରଣ ଘଟଣା ପୋଲିସ ପାଇଁ ବଡ଼ ଚାଲେଞ୍ଜ ହୋଇଛି। ଏହି ଘଟଣାକୁ ମଧ୍ୟ ସାତ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି ରହିଛି। ମୋବାଇଲ ଫୋନ ଟ୍ରାକିଂ କରାଯାଉଥିବା ତଦନ୍ତ ଦାୟିତ୍ୱରେ ଥିବା ଏସ୍‌ଆଇ ଦୟାନିଧି ପାତ୍ର କହିଛନ୍ତି। ତେବେ ଭେଡ଼େନ ଥାନା ଅଞ୍ଚଳରେ ଘଟିଯାଉଥିବା ଗୋଟିଏ ପରେ ଗୋଟିଏ ଅପରାଧର ରହସ୍ୟ ଉନ୍ମୋଚନ ହୋଇପାରୁ ନ ଥିବା ବେଳେ ପୋଲିସ ଲୋକଙ୍କ ଆସ୍ଥା ହରାଇବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri