ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା: ଆନ୍ଦୋଳନ ଚେତାବନୀ ଦେଲେ ପ୍ରଦୀପ ମାଝୀ

ନବରଙ୍ଗପୁର,୧୮।୯: ନବରଙ୍ଗପୁର କଣ୍ଟାଗାଁରେ ନାବାଳିକାଙ୍କୁ ହତ୍ୟା ଅଭିଯୋଗ ଘଟଣାରେ ଚାପା ଉତ୍ତେଜନା ଦେଖାଦେଇଛି। ଘଟଣାରେ ଜଡିତ ଦୋଷୀଙ୍କୁ ନ ଧରିବା ଯାଏ ମୃତଦେହ ଛାଡିବୁ ନାହିଁ ବୋଲି ପରିବାର ଲୋକେ ଓ ଗ୍ରାମବାସୀ ଜିଦ ଧରିଛନ୍ତି।

ଅପରପକ୍ଷରେ ଘଟଣାସ୍ଥଳରେ ପୂର୍ବତନ ନବରଙ୍ଗପୁର ଏମ୍‌ପି ପ୍ରଦୀପ ମାଝୀ, ପୂର୍ତତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀ, ପୂର୍ବତନ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ସମାଜସେବୀ କାଦମ୍ବିନୀ ତ୍ରିପାଠୀ ପହଞ୍ଚିଛନ୍ତି। ପରିବାର ଓ ପୋଲିସ ପ୍ରଶାସନ ସହିତ ଆଲୋଚନା ଜାରି ରହିଥିବାବେଳେ ଗ୍ରାମବାସୀଙ୍କ ତରଫରୁ କଣ୍ଟାଗାଁ – ତେନ୍ତୁଳିଖୁଣ୍ଟି ରାସ୍ତା ଅବରୋଧ କରାଯାଇଛି। ଏହାସହ ଏହା ପରିବାରର ନାର୍ଯ୍ୟ ଦାବି ପୋଲିସ ପ୍ରଥମେ ଦୋଷୀଙ୍କୁ ଧରିବା ପାଇଁ ବିଜେଡି ନେତା ପ୍ରଦୀପ ମାଝୀ ଦାବି କରିଛନ୍ତି।

ଗତକାଲି ପ୍ରଧାନମନ୍ତ୍ରୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ଅବସରରେ ଆଦିବାସୀ ଙ୍କ ଘରେ ଯାଇ ଭୋଜନ କରି ଆଦିବାସୀଙ୍କୁ ସମ୍ମାନ ଦେଉଥିବାର କଥା କହୁଥିବାର ୨୪ ଘଣ୍ଟା ନ ପୁରୁଣୁ ଗୋଟିଏ ୧୧ ବର୍ଷର ଆଦିବାସୀ ନାବାଳିକାଙ୍କୁ ଧର୍ଷଣ କରି ହତ୍ୟା କରିଥିବା ଘଟଣା ଭାଜପା ସରକାରଙ୍କ ପ୍ରତି ଅପରାଧୀଙ୍କ ଭୟ ନ ଥିବା ଦର୍ଶାଉଥିବା କହିଛନ୍ତି ପ୍ରଦୀପ ମାଝୀ। ଗତ କିଛି ଦିନ ପୂର୍ବେ ରେମୁଣାର ଗୋଟିଏ ଆଦିବାସୀ ନାବାଳିକାଙ୍କ ସହିତ ଧର୍ଷଣ ପରେ ହତ୍ୟା ଘଟଣା ହେଇଥିବା ବେଳେ ବର୍ତ୍ତମାନ ନବରଙ୍ଗପୁର ଜିଳାରେ ଏହି ଘଟଣା ଦେଖିବାକୁ ମିଳିଛି l ଭାଜପାର ସରକାର ବର୍ତ୍ତମାନ ଯାଏ ପୋଲିସ ଓ ସରକାରର ବିଫଳତା ଦର୍ଶାଉଥିବା ସେ କହିଛନ୍ତି।

୨୪ ଘଣ୍ଟା ମଧ୍ୟରେ ଦୋଷୀଙ୍କୁ ଗିରଫ କରା ନ ଗଲେ ଆନ୍ଦୋଳନକୁ ଜୋରଦାର କରାଯିବ ପ୍ରଦୀପ ମାଝୀ ଓ କଂଗ୍ରେସ ନେତା ଭୁଜବଳ ମାଝୀ ଚେତାବନୀ ଦେଇଛନ୍ତି l ଏସ୍‌ଡିପିଓ କୃଷ୍ଣ ଚନ୍ଦ୍ର ଭତରା ଏକ ହତ୍ୟା ଘଟଣା ନେଇ ଏକ ମାମଲା ରୁଜୁ କରାଯାଇଛି। ଆନ୍ଦୋଳନ କାରୀଙ୍କ ସହିତ ଆଲୋଚନା କରାଯାଉଛି। ଏଯାଏ ମୃତଦେହ ଘଟଣା ସ୍ଥଳରୁ ଉଠିନାହିଁ। ଅଭିଯୁକ୍ତ ଧରା ନ ପଡିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ ଓ ପରିବାର ଲୋକ ଜିଦ ଧରି ବସିଛନ୍ତି। ଏହାସହ କ୍ଷତି ପୁରଣ ବାବଦକୁ ୨୦ ଲକ୍ଷଟଙ୍କା ପ୍ରଦାନ ପାଇଁ ଦାବି ହୋଇଛି । ଗାଁରେ ଡିକଅଁ ବଜାର ଏବଂ ବିଦ୍ୟାଳୟ ମଧ୍ୟ ବନ୍ଦ ରହିଛି।

ସୂଚନାଯୋଗ୍ୟ,ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ସଦର ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ଏକ ମୋବାଇଲ ଟାୱାର ପାଖରେ ଥିବା ବୁଦା ମୂଳରୁ ଜଣେ ୧୧ ବର୍ଷୀୟା ନାବାଳିକାଙ୍କ ମୃତଦେହକୁ ପୋଲିସ ଜବତ କରିଥିଲା। ସେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିଲେ। ପାରିପାର୍ଶ୍ୱିକ ସ୍ଥିତିରୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ନାବାଳିକା ଜଣକ ମଧ୍ୟାହ୍ନରେ ଶୌଚ ପାଇଁ ଯାଉଛି କହି ଘରୁ ବାହାରିଥିଲେ। ବହୁ ସମୟ ଧରି ଝିଅ ଘରକୁ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଝିଅର ସମସ୍ତ ସାଙ୍ଗସାଥି ଏବଂ ପଡୋଶୀଙ୍କୁ ଯୋଗାଯୋଗ କରିବା ପରେ ମଧ୍ୟ କୌଣସି ସୂଚନା ମିଳି ନ ଥିଲା। ପରେ ବୋହୁ ଖୋଜଖୋଜି କରି ରାତି ପ୍ରାୟ ୮ଟାରେ ଗ୍ରାମରେ ଥିବା ମୋବାଇଲ ଟାୱାର ନିକଟରେ ଝିଅର ମୃତଶରୀର ପଡିଥିବା ଦେଖିବାକୁ ପାଇଥିଲେ। ଏ ନେଇ ସଙ୍ଗେସଙ୍ଗେ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?