ମୋହନା,୧୫ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ କର୍ଚ୍ଚବାଡ଼ି ଗାଁରେ ଥିବା ବହୁ ପୁରାତନ ମା’ ବ୍ରାହ୍ମଣୀଦେଇ ମନ୍ଦିରରେ ମଙ୍ଗଳବାର ସକାଳେ ମନ୍ଦିରର ପୂଜାରୀ ନରେନ୍ଦ୍ର ପାଇକ ମନ୍ଦିରକୁ ପୂଜା କରିବା ପାଇଁ ଯାଇଥିଲେ। ମନ୍ଦିର ପରିସରକୁ ସଫା କରିବା ସମୟରେ ମନ୍ଦିର ପରିସରରେ ଥିବା ସିଂହ ପାଖରେ ଏକ ବିରାଟକାୟ ହାଡ଼ ଥିବା ଦେଖିବାକୁ ପାଇଥିଲେ। ପରେ ପୂଜାରୀ ଜଣକ ଗାଁ ଲୋକଙ୍କୁ ଜଣାଇବା ପରେ ଗାଁ ଲୋକେ ମନ୍ଦିର ପରିସରରେ ପହଞ୍ଚି ପୋଲିସକୁ ଲିଖିତ ଅଭିଯୋଗ କରିଥିଲେ। ଖବର ପାଇ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଘଟଣାସ୍ଥଳରେ ପହଞ୍ଚି ହାଡ଼କୁ ଜବତ କରି ଏକ ମାମଲା ରୁଜୁ କରି କେଉଁ ପ୍ରକାର ହାଡ଼ ଜାଣିବା ପାଇଁ ପରୀକ୍ଷା ପାଇଁ ପଠାଇଛନ୍ତି।
ମୋହନା ଅଞ୍ଚଳରେ ଗୁଣି ଗାରେଡ଼ିକୁ ନେଇ ସନ୍ଦେହ କରି ବର୍ତ୍ତମାନ କୋକୁଆ ଭୟ ରହିଥିବା ବେଳେ ବୁଧବାର ଏସ୍ପି ଯତୀନ୍ଦ୍ର କୁମାର ପଣ୍ଡା, ଥାନାଧିକାରୀ ବସନ୍ତ କୁମାର ସେଠୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ମନ୍ଦିର କମିଟି, ଗ୍ରାମବାସୀ, ସରପଞ୍ଚ, ସମିତିସଭ୍ୟଙ୍କ ସହ ଆଲୋଚନା କରି ମନ୍ଦିର ଚାରିପାଖରେ ସିସି କ୍ୟାମେରା ଲଗାଯିବା ପାଇଁ ସରପଞ୍ଚ ଚାନ୍ଦିନୀ ମଲ୍ଲିକ, ସମିତିସଭ୍ୟ ଟୁନା ମଲ୍ଲିକ ପରାମର୍ଶ ଦେବା ସହ ଭୟଭୀତ ନ ହେବା ପାଇଁ କହିଥିଲେ ଏବଂ ତଦନ୍ତ ଚାଲିଥିବା କହିଛନ୍ତି।