ବାଙ୍କି,୩।୯(ଶୁଭେନ୍ଦୁ ମହାପାତ୍ର): ମହାନଦୀରେ ଗାଧୋଉଥିବା ବେଳେ ଗୋଡ଼ ଖସି ମହିଳା ନିଖୋଜ ହେବାର ଘଟଣାରେ ରୋଚକ ମୋଡ଼। ପୁରୀରୁ ମହିଳାଙ୍କୁ ପ୍ରେମିକଙ୍କ ସହ ଧରିଛି ବାଙ୍କି ପୋଲିସ। ଏଭଳି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାନୁଯାୟୀ, ସୋମବାର ଭୋର ୪ଟା ମହାନଦୀ କୂଳରେ ବୋଇତ ବନ୍ଦାଣ କରିବା ସମୟରେ ଭାସି ଯାଇଥିଲେ ରତାଗଡ ଗୋବିନ୍ଦପୁର ପଞ୍ଚାୟତର ସୁରେଶ ସ୍ବାଇଁଙ୍କ ପତ୍ନୀ ପିଙ୍କି ସ୍ବାଇଁ। ଖବର ପାଇ ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ, ବାଙ୍କୀ ପୋଲିସ ଓ ଗାଁ ଲୋକଙ୍କ ଉଦ୍ୟମରେ ୨ ଦିନ ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ଅନ୍ୟପଟେ ପିଙ୍କିଙ୍କ ପତ୍ତା ମିଳୁ ନ ଥିବାରୁ ଶାଶୁଘର ସହ ବାପ ଘର କାନ୍ଦ ବୋବାଳିରେ ଫାଟି ପଡିଥିଲା। କିନ୍ତୁ ଏହି ଘଟଣା ପରେ ରୋଚକ ମୋଡ଼ ଦେଇଥିଲା। ଘଟଣାକୁ ନେଇ ବାଙ୍କୀ ପୋଲିସର ସନ୍ଦେହ ହୋଇଥଲା। ପରେ ପୋଲିସ ଷ୍ଟିଙ୍ଗ ଅପରେସନ କରି ପିଙ୍କିଙ୍କୁ ପୁରୀରୁ ଧରିବାରେ ସଫଳ ହୋଇଛି।
ତେବେ ପିଙ୍କିଙ୍କ ଏଭଳି ନାଟକ ପଛରେ ଏକ ଉଦ୍ଦେଶ୍ୟ ଲୁଚି ରହିଥିଲା। ସେ ପୁରୀ ଅଞ୍ଚଳର ଜଣେ ଯୁବକଙ୍କୁ ଆଜକୁ ପ୍ରାୟ ୪ ବର୍ଷ ଧରି ପ୍ରେମ କରୁଥିଲେ । ଏବେ ସେ ତାଙ୍କ ସହ ଜୀବନ ବିତାଇବା କୁ ନିଷ୍ପତ୍ତି ମଧ୍ୟ ନେଇଥିଲେ। ହେଲେ ପିଙ୍କିଙ୍କ ବିବାହରୁ ଦୁଇଟି ପିଲା ୧୨ ବର୍ଷର ଗୋଟେ ପୁଅ ଓ ୯ ବର୍ଷର ଏକ ଝିଅ ଅଛନ୍ତି। ସେ ଦୁଇ ପିଲା, ସ୍ବାମୀ, ଘର ସଂସାର ଛାଡ଼ି ପୁରୀରେ ତାଙ୍କ ପ୍ରେମିକଙ୍କ ସହ ଥିବା ଖବରପାଇଥିଲେ। ବାଙ୍କୀ ଥାନା ଏସ୍ଡିପିଓ ବାଳକୃଷ୍ଣ କହଁର ଓ ଆଇଆଇସି ଦିଲୀପ କୁମାର ମର୍ଦ୍ଦରାଜ ଭୂୟାଁ । ବୁଧବାର ଆଇଆଇସିଙ୍କ ନିର୍ଦ୍ଦେଶ କ୍ରମେ ସୁବର୍ଣ୍ଣପୁର ବିଟ୍ ହାଉସ ଅଧିକାରୀ ପ୍ରସନ୍ନ କୁମାର ମାହଳି ଓ ଜଣେ ମହିଳା ଏଏସଆଇ ପୁରୀ ଟାଉନ ଥାନାରୁ ତାଙ୍କୁ ଉଦ୍ଧାର କରି ଆଣିବା ପରେ ବୟାନ ରେକର୍ଡ କକରାଯାଇଥିଲା। ପରେ ପିଙ୍କିଙ୍କୁ ତାଙ୍କ ସାମୀ ସୁରେଶ ଚନ୍ଦ୍ର ସାଇଁଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।