ଲିଙ୍ଗରାଜ ମନ୍ଦିରରେ ଅଘଟଣ: ବଜ୍ରପାତରେ ଜଳିଗଲା ପତାକା, ଯାଞ୍ଚ ପାଇଁ ପହଞ୍ଚିଲା ASI ଟିମ୍‌

ଭୁବନେଶ୍ୱର,୯ା୧୦: ବୁଧବାର ବଜ୍ରପାତରେ ଲିଙ୍ଗରାଜ ମନ୍ଦିର ପତାକା ପୋଡ଼ିଯିବା ପରେ ଗୁରୁବାର ASI ଟିମ୍‌ ପହଞ୍ଚି ଯାଞ୍ଚ କରୁଛି। ତେବେ ପୋଡ଼ି ଯାଇଥିବା ପତାକାକୁ କାଢ଼ି ନୂଆ ପତାକା ଲଗାଯାଇଛି।

ବୁଧବାର ଭୁବନେଶ୍ୱରରେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ହୋଇଥିଲା ।  ଫଳରେ ଏହି ବଜ୍ରପାତ ଯୋଗୁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରର ପତାକା ପୋଡିଯାଇଥିଲା। ସେହିପରି  ମନ୍ଦିରରେ ଲାଗିଥିବା କିଛି ସିସିଟିଭି କ୍ଷତିଗ୍ରସ୍ତ ହୋଇଛି । ମନ୍ଦିରରେ ମୋଟ ୩୫ଟି ସିସିଟିଭି କ୍ୟାମେରା ଲାଗିଛି । ଏହି ବଜ୍ରପାତରେ କେତେ କ୍ୟାମେରା ନଷ୍ଟ ହୋଇଛି । ତାହା ଏବେ ଯାଏ ସ୍ପଷ୍ଟ ହୋଇନାହିଁ।

ସେହିପରି ବଜ୍ରପାତ ପ୍ରଭାବରେ ମନ୍ଦିରର ଗର୍ଭଗୃହରେ ଲାଗିଥିବା ବଲ୍‌ବ ମଧ୍ୟ ପୋଡ଼ିଯାଇଛି । ବାକି ଆଉ କିଛି କିଛି ସ୍ଥାନରେ ମଧ୍ୟ ବଲ୍‌ବ ପୋଡ଼ିଯାଇଛି । ଏହାସହିତ ମନ୍ଦିରର ଅନେକ ସ୍ଥାନରେ କ୍ଷୟକ୍ଷତିର ସୂଚନା ମିଳିଛି।

 

Dharitri – Odisha’s No.1, Most Trusted Odia Daily