Posted inଜାତୀୟ

ସନ୍ତାନ ଜନ୍ମ ପାଇଁ ଅକ୍ଷମତା ଛାଡପତ୍ରର କାରଣ ହୋଇ ପାରିବ ନାହିଁ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟନା,୨୯।୭ : ଏକ ମାମଲାର ବିଚାର କରି ପାଟନା ହାଇକୋର୍ଟ କହିଛନ୍ତି ସନ୍ତାନ ଜନ୍ମ ପାଇଁ ଅକ୍ଷମତା ଛାଡପତ୍ରର କାରଣ ହୋଇ ପାରିବ ନାହିଁ। ଜଷ୍ଟିସ ଜିତେନ୍ଦ୍ର କୁମାର ଏବଂ ଜଷ୍ଟିସ ପି.ବି ବାଜରଥରିଙ୍କୁ ନେଇ ଗଠିତ ବେଞ୍ଚ ମୁଜାଫରପୁର ପରିବାର କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଶୁଣାଣି କରି ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ପରିବାର କୋର୍ଟ ଏହାକୁ କ୍ରୁରତା ଦର୍ଶାଇ ଛାଡପତ୍ର ଦେବାକୁ ମନା କରିଦେଇଥିଲେ। ଏହାପରେ ସ୍ବାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସ୍ବାମୀ କହିଥିଲେ ସେମାନେ ୨୦୧୫ ରେ ବିବାହ କରିଥିଲେ ଏବଂ ତାଙ୍କ ସ୍ତ୍ରୀ ତାଙ୍କ ସହ ରହିବାକୁ ମନା କରିଦେଇଥିଲେ ଏବଂ କହିଥିଲେ ସେ ପରିବାର ସୃଷ୍ଟି କରିବା ପାଇଁ ନୁହେଁ ବରଂ ନିଜର କୁମାରୀତ୍ୱ ହରାଇବା ଲାଗି ବିବାହ କରିଛନ୍ତି। ପତ୍ନୀଙ୍କ ଆଚରଣ ତାଙ୍କ ରହିବା ସମୟରେ ସ୍ବାମୀ ଏବଂ ତାଙ୍କ ପିତାମାତା ତଥା ପରିବାରର ଅନ୍ୟ ସଦସ୍ୟଙ୍କ ପ୍ରତି ଭଲ ନ ଥିଲା।

ସ୍ବାମୀ କହିଥିଲେ ଯେତେବେଳେ ସ୍ତ୍ରୀ ଅସୁସ୍ଥ ହେଲେ, ସେ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଗଲେ ଏବଂ ରିପୋର୍ଟରେ କୁହାଯାଇଥିଲା ତାଙ୍କ ଗର୍ଭାଶୟରେ ଏକ ସିଷ୍ଟ ଅଛି ଫଳରେ ସେ ଗର୍ଭବତୀ ହୋଇପାରୁନାହାଁନ୍ତି। ସ୍ବାମୀ ତାଙ୍କୁ ଛାଡପତ୍ର ଦେଇ ଏବଂ ଅନ୍ୟ ଜଣେ ମହିଳାଙ୍କୁ ପୁନର୍ବାର ବିବାହ କରିବାକୁ ଚାହୁଁଥିଲେ ଯାହା ଦ୍ୱାରା ସେ ଏକ ସନ୍ତାନ ପାଇ ପାରିବେ। ସ୍ବାମୀଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରି କହିଛନ୍ତି ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରୁ କେହି ଅସୁସ୍ଥ ହେବା ଉଭୟଙ୍କ ନିୟନ୍ତ୍ରଣରେ ନାହିଁ। ଏଭଳି ପରିସ୍ଥିତିରେ ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ କରିବା, ସହଯୋଗ କରିବା ଏବଂ ସହ୍ୟ କରିବା ଏହା ହେଉଛି ମିଳିତ ଦାମ୍ପତ୍ୟ କର୍ତ୍ତବ୍ୟ।

ସନ୍ତାନ ଜନ୍ମ କରିବାରେ ଅସମର୍ଥ ହେବାର ସମ୍ଭାବନା ବୈବାହିକ ଜୀବନର ଏକ ଅଂଶ ହୋଇପାରେ ଏବଂ ବିବାହର ପକ୍ଷମାନେ ସନ୍ତାନ ଜନ୍ମ କରିବା ପାଇଁ ପୋଷ୍ୟ ସନ୍ତାନ ଭଳି ଅନ୍ୟ ଉପାୟ ଅବଲମ୍ବନ କରିପାରନ୍ତି। ୍‌ ହାଇକୋର୍ଟ କହିଛନ୍ତି ହିନ୍ଦୁ ବିବାହ ଆଇନରେ ଏଭଳି ପରିସ୍ଥିତିରେ ଛାଡପତ୍ର ଅନୁମୋଦିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri