ଏଇ ଭାରତରେ

ହିନ୍ଦୁଧର୍ମ ପରମ୍ପରାରେ ହୋଲି ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ। ପ୍ରତିବର୍ଷ ଦୋଳରେ ଏହାକୁ ଧୁମ୍‌ଧାମରେ ପାଳନ କରାଯାଉଥିବାବେଳେ ଅନେକ ଗାଁ ଅଜବ ବିଶ୍ୱାସକୁ ଆଧାରକରି ହୋଲି ପାଳନ ନ କରିବା ଦେଖାଯାଏ। ଏଭଳି ଦୁଇଟି ଗାଁ ରହିଛି ଛତିଶଗଡ଼ର କୋରବା ଜିଲାରେ। ପ୍ରଥମ ଗାଁଟି ହେଉଛି ଖରହରି। ଏଠାରେ ଦୀର୍ଘ ୧୫୦ ବର୍ଷ ହେଲା ହୋଲି ପାଳନ କରାଯାଇନାହିଁ। ଏହା ପଛରେ ବି ଏକ ଅନ୍ଧବିଶ୍ୱାସ ରହିଛି। କୁହାଯାଏ, ୧୫୦ ବର୍ଷ ପୂର୍ବେ ଗାଁରେ ଭୀଷଣ ନିଆଁ ଲାଗି ସ୍ଥିତି ପୂରା ଆୟତ୍ତ ବାହାରକୁ ଚାଲିଯାଇଥିଲା। ନିଆଁ ଲାଗିବା ପରେ ଗାଁରେ ମହାମାରୀ ମଧ୍ୟ ବ୍ୟାପିଥିଲା। ଏହି ମହାମାରୀରୁ ରକ୍ଷା ପାଇବା ଲାଗି ଦେବୀ ଜଣେ ବ୍ୟକ୍ତିଙ୍କୁ ସ୍ବପ୍ନାଦେଶ ଦେଇ କହିଥିଲେ ଯେ, ଗ୍ରାମବାସୀ ହୋଲି ପାଳନ ନ କଲେ ଗାଁକୁ ଶାନ୍ତି ଫେରିବ। ସ୍ବପ୍ନାଦେଶ ମାନି ସେବେଠାରୁ ଗାଁ ଲୋକେ ହୋଲି ପାଳନ କରୁନାହାନ୍ତି। କେବଳ ଏହି ଗାଁ ନୁହେଁ, ଛତିଶଗଡ଼ର ଧମନଗୁଡ଼ି ଗାଁରେ ମଧ୍ୟ ୨୦୦ ବର୍ଷ ହେଲା ହୋଲି ପାଳନ ହେଉନତ। ଉକ୍ତ ଗାଁରେ ଦେବୀଙ୍କ କୋପରୁ ସେବେଠାରୁ ହୋଲି ପାଳନ କରାଯାଉନାହିଁ। ଲୋକେ ଲାଲ୍‌ ରଙ୍ଗ ଓ ହୋଲିକା ଦହନରୁ ଦୂରେଇ ରୁହନ୍ତି। ଏପରି କି ହୋଲି ଦିନ ରଙ୍ଗକୁ ଏତେ ଡରନ୍ତି ଯେ ସେମାନେ ଘରୁ ବାହାରକୁ ବାହାରନ୍ତିନି।