ଏଇ ଭାରତରେ

ଛାତ୍ର ଜୀବନରେ ଭଲ ହକି ଖେଳୁଥିଲେ ବେନେଡିକ୍ଟ କୁଜୁର । ହକି ଥିଲା ତାଙ୍କ ନିଶା। ଦେଶ ପାଇଁ ଖେଳିବାକୁ ଆଶା ବାନ୍ଧିଥିଲେ, କିନ୍ତୁ ତାଙ୍କ ଆଶା ଆଶାରେ ହିଁ ରହିଗଲା। ହେଲେ ଅନ୍ତର୍ଜାତୀୟ ସ୍ତରର ହକି ଖେଳାଳି ସୃଷ୍ଟିି କରିବାରେ ସେ ସଫଳ ହୋଇପାରିଛନ୍ତି। ଝାଡ଼ଖଣ୍ଡ ସିମ୍‌ଡେଗା ଜିଲାର ଏକ ସରକାରୀ ସ୍କୁଲ୍‌ରେ ଶିକ୍ଷକ ଭାବେ ୨୦୦୩ରେ ନିଯୁକ୍ତି ପାଇବା ପରେ ସ୍କୁଲରେ ହକିକୁ ବାଧ୍ୟତାମୂଳକ ବିଷୟ ଭାବେ ରଖିବାର ବ୍ୟବସ୍ଥା କରିଥିଲେ। ସେବେଠାରୁତ୍ ହକି ଶିଖାଇବା ଲାଗି ପ୍ରତିଦିନ କ୍ଲାସ୍‌ ଆରମ୍ଭ ହେବା ପୂର୍ବରୁ ଓ ପରେ ଘଣ୍ଟାଏ ସମୟ ଦେଉଛନ୍ତି। ପ୍ରଥମେ ସ୍କୁଲ୍‌ ପଛରେ ଥିବା ଏକ ପଡ଼ିଆକୁ ସଫା କରି ପିଲାଙ୍କୁ ଖେଳାଇବା ଆରମ୍ଭ କରିଥିଲେ। ଗଛଡାଳରୁ ହକି ଷ୍ଟିକ୍‌ ତିଆରି କରି ସେମାନଙ୍କୁ ଦେଉଥିଲେ ଓ ଶୁଖିଲା ଫଳରେ ଖେଳାଉଥିଲେ। ପରେ ବାଉଁଶରେ ହକି ଷ୍ଟିକ୍‌ ତିଆରି କରି ଯୋଗାଇ ଦେଲେ। ତାଙ୍କଠାରୁ ଖେଳ ଶିଖୁଥିବା ପିଲାମାନଙ୍କ ମଧ୍ୟରୁ ଗତ ଦୁଇବର୍ଷ ମଧ୍ୟରେ ସଙ୍ଗୀତା କୁମାରୀ ଓ ବିୟୁଟି ଡୁଙ୍ଗଡୁଙ୍ଗଙ୍କ ସମେତ ୬ ଜଣ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିସାରିଛନ୍ତି। ରାଜ୍ୟସ୍ତରରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ପ୍ରତିନିଧିତ୍ୱ କରିସାରିଛନ୍ତି। ବେନେଡିକ୍ଟ ପିଲାମାନଙ୍କଠାରୁ ପ୍ରଶିକ୍ଷଣ ବାବଦରେ କୌଣସି ଦେୟ ନେଉନାହାନ୍ତି। ବରଂ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେଉଛନ୍ତି ଓ ଏଥିପାଇଁ ନିଜ ଦରମାରୁ ଖର୍ଚ୍ଚ କରୁଛନ୍ତି। ସେ କୋଚ୍‌ ପାଇଁ ବିଧିବଦ୍ଧ ଭାବେ କୌଣସି ଶିକ୍ଷା ଲାଭ କରି ନ ଥିଲେ ମଧ୍ୟ ଅନ୍ତର୍ଜାତୀୟ ସ୍ତରର କୋଚ୍‌ମାନଙ୍କ ଟେକ୍‌ନିକ୍‌ର ୟୁଟୁବ୍‌ ଓ ସେମାନଙ୍କ ସାକ୍ଷାତ୍‌କାରରୁ ବହୁ କୌଶଳ ଶିଖି ପିଲାମାନଙ୍କୁ ଶିଖାଉଛନ୍ତି। ଏବେ ସିମ୍‌ଡେଗା ହକି ଆସୋସିଏଶନ୍‌ ବେନେଡିକ୍ଟଙ୍କ ଆଗ୍ରହକୁ ଦେଖି ହକି ଷ୍ଟିକ୍‌ ଓ ବଲ୍‌ ଯୋଗାଇ ଦେବା ଆରମ୍ଭ କରିଛନ୍ତି। ଅନେକ ଘରୋଇ କମ୍ପାନୀ ଓ ଏନ୍‌ଜିଓ ମଧ୍ୟ ତାଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri