ଏଇ ଭାରତରେ

ଉତ୍ତରପ୍ରଦେଶର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଫ୍ୟାଶନ ଟେକ୍‌ନୋଲୋଜିରୁ ଡିଗ୍ରୀ ହାସଲ କରିବା ପରେ ଏ କ୍ଷେତ୍ରରେ ଏକ ଅଭିନବତ୍ୱ ଆଣିଛନ୍ତି ଅଭିଷେକ ପାଠକ। ସେ ଖଦିର ବିକାଶ ଲାଗି ପ୍ରୟାସ କରୁଛନ୍ତି ଓ ସୋଲାର ଖଦି ଉପତ୍ାଦ ଉପରେ ଗୁରୁତ୍ୱ ଦେଉଛନ୍ତି। ସୋଲାର ତନ୍ତ ଓ ଚରଖା ମାଧ୍ୟମରେ ସେ ବସ୍ତ୍ର ପ୍ରସ୍ତୁତ କରୁଛନ୍ତି। ‘ସୋଲାର ବସ୍ତ୍ର’ ଷ୍ଟାର୍ଟଅପ୍‌ ଗଠନ କରି ତା’ ମାଧ୍ୟମରେ ଏହି କାର୍ଯ୍ୟ ଚାଲୁ ରଖି ଏଥିରେ ୫୦୦ରୁ ଊର୍ଦ୍ଧ୍ୱ ଗ୍ରାମୀଣ ମହିଳାଙ୍କୁ ନିଯୁକ୍ତି ଦେବାରେ ସକ୍ଷମ ହୋଇଛନ୍ତି। ସେ ମଧ୍ୟ ଫ୍ୟାଶନର ମୁଖ୍ୟଧାରାରେ ମହିଳାମାନଙ୍କୁ ସାମିଲ କରିବା ପାଇଁ ଚେଷ୍ଟା କରୁଛନ୍ତି। ସବୁକିଛି ସୋଲାର ଟେକ୍‌ନୋଲୋଜିରେ ହେଉଥିବାରୁ ଉପତ୍ାଦନ ୨୦ଗୁଣ ଅଧିକ ହୋଇପାରୁଛି। ଏହାଦ୍ୱାରା ମହିଳାମାନେ ପାରମ୍ପରିକ ଖଦିବସ୍ତ୍ର ତିଆରି କରି ଯେତିକି ରୋଜଗାର କରୁଥିଲେ, ତା’ଠାରୁ ଯଥେଷ୍ଟ ଅଧିକ ଆୟ କରୁଛନ୍ତି। ସୋଲାର ଖଦି ପ୍ରସ୍ତୁତ କରିବା ପାଇଁ ସେ ଏବେ ସୁଦ୍ଧା ୩,୫୦୦ ମହିଳାଙ୍କୁ ପ୍ରଶିକ୍ଷଣ ଦେଇ ସାରିଲେଣି। ତାଙ୍କର ଏହି ପଦ୍ଧତିରେ କାର୍ବନ ନିର୍ଗମନ ହ୍ରାସ କରାଯାଇପାରୁଛି। ୨୦୧୫ ସୁଦ୍ଧା ଅଭିଷେକ ୫,୦୦୦ ମହିଳାଙ୍କୁ ନିଯୁକ୍ତି ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି।