ଏଇ ଭାରତରେ

ନିଜସ୍ବ ଉଦ୍ୟମରେ ୨,୦୦୦ କୃଷକଙ୍କୁ ଜୈବିକ କୃଷି ପ୍ରତି ଆକୃଷ୍ଟ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ମଧ୍ୟପ୍ରଦେଶର ଚାଷୀ ତାରାଚାନ୍ଦ ବେଲ୍‌ଜି। ସେ ରହନ୍ତି କନାଇ ଗାଁରେ। ୬ ଏକର ଜମିରେ ସେ ଜୈବିକ ଚାଷ କରିବା ସହ ମଧ୍ୟପ୍ରଦେଶର ସାନାଇ ଅଞ୍ଚଳର ଅନେକ ଗାଁ ଓ ଉତ୍ତରପ୍ରଦେଶର କେତେକ ଗାଁରେ ଜୈବିକ ଚାଷକୁ ପ୍ରତ୍ୟକ୍ଷ ଭାବେ ଉତ୍ସାହିତ କରୁଛନ୍ତି। ଏହା ବାଦ୍‌ ସେ ‘ପ୍ରକୃତି କ୍ଷେତି ଶୋଧ ସଂସ୍ଥାନ’ ଗଠନ କରି ତା’ମାଧ୍ୟମରେ ୧୯ଟି ରାଜ୍ୟର କୃଷକମାନଙ୍କୁ ଜୈବିକ ଚାଷରେ ଯୋଡ଼ିବାରେ ଲାଗିଛନ୍ତି। କୃଷି ବିଶେଷଜ୍ଞଙ୍କ ପରାମର୍ଶ ନେଇ ସେ ଚାଷ କ୍ଷେତ୍ରରେ ବହୁ ଅଭିନବ ପଦ୍ଧତି ସାମ୍ନାକୁ ଆଣିଛନ୍ତି, ଯାହାକୁ ଉପଯୋଗ କରି ଚାଷୀମାନେ ଉପକୃତ ହେଉଛନ୍ତି। ସେ ତାଙ୍କ ୟୁଟ୍ୟୁବ ଚାନେଲ ମାଧ୍ୟମରେ କୃଷକମାନଙ୍କ ଚାଷ ସମ୍ପର୍କିତ ସନ୍ଦେହ ଦୂର କରୁଛନ୍ତି। ତାରାଚାନ୍ଦ ୭୧ ପ୍ରକାର ଜୈବିକ ଜିନିଷ ଯୋଗାଡ଼ କରି ତାହାକୁ ଗୋବର ସହ ମିଶାଇ ଜୈବିକ ଖତ ପ୍ରସ୍ତୁତ କରୁଛନ୍ତି। ରାସାୟନିକ ସାରରୁ ଦୂରେଇ ଯାଇ ଏବେ ଚାଷୀମାନେ ତାରାଚାନ୍ଦଙ୍କ ପଦ୍ଧତିରେ ଚାଷ କରି ୩୦% ଅଧିକ ଲାଭ ପାଇପାରୁଛନ୍ତି। ଜୈବିକ କୃଷକଙ୍କ ସଂଖ୍ୟା ୨୦୦୦ ଛୁଇଁବା ପରେ ସେ ୨୦୧୯ରେ ଏକ କୃଷକ ଉପତ୍ାଦନ ସଂଘ ଗଠନ କରି ତା’ ମାଧ୍ୟରେ ଦେଢ ବର୍ଷ ମଧ୍ୟରେ ୪୦ ଲକ୍ଷ ଟଙ୍କା କାରବାର କରିସାରିଲେଣି।