ଏଇ ଭାରତରେ

ଦୁର୍ଗମ ଅଞ୍ଚଳରେ ଆଦିବାସୀ ସମ୍ପ୍ରଦାୟର ଶିଶୁମାନଙ୍କ ଶିକ୍ଷାରେ ଉନ୍ନତି ଆଣିବା ପାଇଁ ସନ୍ତୋଷ କୁମାର ପଣ୍ଡାଙ୍କ ଉଦ୍ୟମ ଏକ ଉଦାହରଣ ସୃଷ୍ଟି କରିଛି। ସନ୍ତୋଷଙ୍କ ବୟସ ୩୮ ଓ ସେ ରହନ୍ତି ଝାଡ଼ଖଣ୍ଡର ସିଂହଭୂମ ଜିଲାର ଦୁର୍ଗମ ଗଁା ଚାଇବସାରେ। ଏହି ଗଁାକୁ ସରଣ୍ଡା ଜଙ୍ଗଲ ଘେରି ରହିଛି। ଏଠାରେ ଅନେକ ଗରିବ ଆଦିବାସୀ ସମ୍ପ୍ରଦାୟ ପରିବାର ରହୁଛନ୍ତି। ଗଁାଠାରୁ ୨ କି.ମି ଦୂରରେ ସ୍କୁଲ ରହିଥିବାରୁ ଜଙ୍ଗଲ ରାସ୍ତା ଦେଇ ପିଲାମାନେ ପଢ଼ିବାକୁ ଯାଆନ୍ତି ନାହିଁ। ଏଣୁ ସନ୍ତୋଷ ନିଜସ୍ବ ପ୍ରୟାସରେ ୨୦୧୭ରେ ଚାଇବସାରେ ଏକ ଶିଶୁ ଶିକ୍ଷା ନର୍ସରୀ ସ୍କୁଲ୍‌ ଖୋଲି ୩୫ ଜଣ ପିଲାଙ୍କୁ ଇଂଲିଶ୍‌ ମାଧ୍ୟମରେ ମାଗଣାରେ ପଢ଼ାଉଛନ୍ତି। ଏହି ପ୍ରି ପ୍ରାଇମେରୀ ସ୍କୁଲ୍‌ରେ ମୁଖ୍ୟତଃ ଗଣିତ, ଇଂଲିଶ୍‌ ଓ ଅନ୍ୟ ବିଷୟ ପଢ଼ାଯାଉଛି। ସନ୍ତୋଷଙ୍କ ସ୍ତ୍ରୀଙ୍କ ସହ ଆଉ ଦୁଇଜଣ ମଧ୍ୟ ସ୍ବେଚ୍ଛାକୃତ ଭାବେ ଏହି ସ୍କୁଲ୍‌ରେ ପଢ଼ାଉଛନ୍ତି। ସକାଳ ୯ରୁ ୧୨ଟା ଯାଏ ସ୍କୁଲ୍‌ ଚାଲୁଛି। ଏଠାରେ କୌତୂହଳ ଶୈଳୀରେ ଫଳ, ଖେଳନା ଏବଂ ଅନ୍ୟାନ୍ୟ ଉପକରଣ ବ୍ୟବହାର କରି ପିଲାଙ୍କୁ ପଢ଼ାଯାଉଛି। ପିଲାମାନଙ୍କ ପାଇଁ ୟୁନିଫର୍ମ, ପେନ୍‌ସିଲ ଏବଂ ପାଠ୍ୟ ଉପକରଣ ଲୋକମାନଙ୍କଠାରୁ ଦାନ ଆକାରରେ ମିଳୁଛି। ସିଂହଭୂମ ଜିଲାର ୫୨ଟି ଗଁାରେ ଶିକ୍ଷା କ୍ଷେତ୍ରରେ ଆଦିବାସୀ ପରିବାରଗୁଡ଼ିକ ସମାନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଆଗକୁ ଏଭଳି ସ୍କୁଲ ସେଠାରେ ଖୋଲିବା ଲାଗି ଯୋଜନା ରଖିଛନ୍ତି ସନ୍ତୋଷ।