ଏଇ ଭାରତରେ

ଶିକ୍ଷକ ଓ ପିଲାମାନେ ଚାଷ କରି ସ୍କୁଲର ଭିତ୍ତିଭୂମି ମଜଭୁତ କରିବା କଥା ଶୁଣିଥିଲେ, କିନ୍ତୁ ସ୍କୁଲରେ ବର୍ଷାଜଳ ସଂରକ୍ଷଣ କରି ଏହାର ବହୁବିଧ ଉପଯୋଗ କରାଯିବା କଥା କେବେ ଜାଣିଥିତ୍ଲେ କି। ଏମିତି କାର୍ଯ୍ୟ କରାଯାଉଛି ଗୁଜରାଟର ମରୁଡ଼ି ପ୍ରବଣ ଭଦୋଦରାରେ। ଭଦୋଦରା ଜିଲାପାଳ ଶାଲିନୀ ଅଗ୍ରଓ୍ବାଲ ଜିଲାର ସ୍କୁଲଗୁଡ଼ିକରେ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା କରି ସେ ଅଞ୍ଚଳରେ ଭୂତଳ ଜଳ ସ୍ତର ବୃଦ୍ଧି କରିବା ସହ ଜଳ ସଙ୍କଟ ଦୂର କରିବା ପାଇଁ ଜୋର୍‌ସୋର୍‌ରେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଆଗାମୀ କିଛି ବର୍ଷ ମଧ୍ୟରେ ଏହାକୁ ଫିଲଟର କରାଯାଇ ପାନୀୟ ଜଳ ଭାବେ ବ୍ୟବହାର କରାଯିବାର ଯୋଜନା ରଖିଛନ୍ତି ଶାଲିନୀ। ସ୍କୁଲ ଛାତରୁ ପାଣି ସଂଗ୍ରହ ହେଉଛି। ଏବେ ୮% ବର୍ଷାଜଳ ସଂରକ୍ଷଣ କରାଯାଉଛି ଓ ଆଗକୁ ପରିମାଣ ବୃଦ୍ଧି କରାଯିବା ଲକ୍ଷ୍ୟ ରଖାଯାଇଛି। ଏବେ ୧୦୭୧ଟି ସ୍କୁଲକୁ ଏଥିପାଇଁ ଚୟନ କରାଯାଇ ସେଥିତ୍ରୁ ୩୭ଟିରେ ବର୍ଷାଜଳ ସଂରକ୍ଷଣ ଭିତ୍ତିଭୂମି ପ୍ରତିଷ୍ଠା କରାଯାଇ ସାରିଲାଣି। ବର୍ଷାଜଳ ନିଧି ଯୋଜନା ମାଧ୍ୟମରେ ଏବେ ୯୬୩ ସ୍କୁଲରେ କାର୍ଯ୍ୟ ଜାରି ରହିଛି। ଏହାଦ୍ୱାରା ୧୦ କୋଟି ଲିଟର ପାଣି ସଂରକ୍ଷିତ ହେବା ସହ ୧.୮ ଲକ୍ଷ ପିଲା ଉପକୃତ ହୋଇପାରିବେ ବୋଲି କହନ୍ତି ଶାଲିନୀ। ପ୍ରତ୍ୟେକଟି ବର୍ଷାଜଳ ଅମଳ ପଦ୍ଧତି ପାଇଁ ୩.୫ ଲକ୍ଷ ଟଙ୍କା ବ୍ୟୟ ହେଉଛି।