ଏଇ ଭାରତରେ

ବେଳେବେଳେ କୃଷକମାନେ ଯାହା ଆବିଷ୍କାର କରନ୍ତି ତାହାକୁ ବୈଜ୍ଞାନିକମାନେ ବି ଗ୍ରହଣ କରିଥାନ୍ତି। ଏଭଳି ଜଣେ କୃଷକ ହେଉଛନ୍ତି ତେଲଙ୍ଗାନାର ଚିନ୍ତଲା ଭେଙ୍କଟ ରେଡ୍ଡୀ। ସେ ବିକାଶ କରିଥିବା ନୂଆ କିସମର ଧାନ ଓ ଗହମରୁ ଭିଟାମିନ ‘ଡି’ ମିଳୁଛି। ସିକନ୍ଦରାବାଦର ୭୦ ବର୍ଷୀୟ ଚାଷୀ ଚିନ୍ତଲା ଆଜକୁ ବହୁବର୍ଷ ଧରି ଛାଷକରି ଆସୁଛନ୍ତି ଓ କୃଷି ସମ୍ପର୍କିିତ ସବୁ ବିବରଣୀ ଏକ ଡାଏରୀରେ ଉଲ୍ଲେଖ କରିଛନ୍ତିି। ତେବେ ଧାନ ଓ ଗହମରୁ ବିଭଳି ଭିଟାମିନ ଡି’ ମିିଳିପାରିବ ତା’ଉପରେ ସେ ତାଙ୍କ ଡାଏରୀର ସବୁ ତଥ୍ୟ ଉପରେ ଅନୁଧ୍ୟାନ କରିଥିଲେ। ଏ ସମ୍ପର୍କରେ ବି କୃଷି ବିଶେଷଜ୍ଞଙ୍କ ସହଯୋଗ ବି ଲୋଡିଥିଲେ। ସେ ଧାନ ଓ ଗହମ ଲାଗି ବେଡ୍‌ ବା ପଟାଳି ତିଆରି କରି ପ୍ରଥମ ବେଡ୍‌ରେ ଅତ୍ୟଧିକ ଘିଅ,ଛେନା, ଅଣ୍ଡା, ଦୁଗ୍ଧ ଏବଂ ଅନ୍ୟ ପ୍ରାଣୀ ଆଧାରିତ ଭିଟାମିନ ଡି’ ଉତ୍ସକୁ ସେଥିରେ ପ୍ରୟୋଗ କରିଥିତ୍ଲେ। ଦ୍ୱିତୀୟ ବେଡ୍‌ରେ ଭିଟାମିନ ଡି’ ଦ୍ରବଣ ଓ ତୃତୀୟ ବେଡ୍‌ରେ ଗାଜର, କନ୍ଦମୂଳ ଏବଂ ମକା ଅଟାର ପେଷ୍ଟ ପ୍ରୟୋଗ କରିଥିଲେ। ଦୁଇବର୍ଷ ଗବେଷଣା କରିବା ପରେ ତୃତୀୟ ବେଡ୍‌ରେ ଥିବା ଧାନ ଓ ଗହମ ଭିଟାମିନ ଏ’କୁ ଡି’ରେ ରୂପାନ୍ତିରିତ କରିବାକୁ ସକ୍ଷମ ହୋଇଥିତ୍ଲା। ଚିନ୍ତଲାଙ୍କ ଏହି କିସମର ଧାନ ଓ ଗହମକୁ ତେଲଙ୍ଗନା ଷ୍ଟେଟ୍‌ ଏଗ୍ରିକଲଚର ୟୁନିଭର୍ସିଟିର ପ୍ରାଧ୍ୟାପକ ଜୟଶଙ୍କର ଏବଂ ସରକାରୀ ଅଧିତ୍କାରୀମାନେ ପରୀକ୍ଷା କରି ଏଥିରେ ଭିଟାମିନ ଡି’ ରହିଥିବା ପ୍ରକାଶ କରିଛନ୍ତି।