ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ ପାରୁଛନ୍ତି। ସେ ୧୯ ବର୍ଷ ବୟସରେ ବିବାହ କରିଥିଲେ। ପ୍ରଥମେ ଜଣେ ଶିକ୍ଷକ ଓ ପରେ ଏକ ସ୍କୁଲର ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୁଲାଇଥିଲେ। ବୃତ୍ତିଗତ ଜୀବନରେ ରହି ଏହି ସମୟରେ ସେ ଡ୍ରାଇଭିଂ ସ୍ବପ୍ନ ଦେଖିଥିଲେ । ୫୯ ବର୍ଷରେ ଏକ ଡ୍ରାଇଭିଂ ସ୍କୁଲରେ ପ୍ରଶିକ୍ଷଣ ନେବାକୁ ଯାଇଥିଲେ ବି ସେମାନେ ବୟସ ଦୃଷ୍ଟିରୁ ତାଙ୍କୁ ମନା କରିଦେଇଥିଲେ। ଫଳରେ ବିଦ୍ୟା ଏକ କାର୍ କିଣି ତାଙ୍କ ପଡ଼ୋଶୀଙ୍କୁ ଗାଡ଼ିଚାଳନା ଶିଖାଇବା ପାଇଁ ଅନୁରୋଧ କରିଥିଲେ ଏବଂ ସେ ତାଙ୍କ କଥା ରଖିଥିଲେ। ଗୋଟିଏ ମାସ ମଧ୍ୟରେ ବିଦ୍ୟା ଗାଡ଼ିଚଳାଇବା ଶିଖିଗଲେ। ସାହସର ସହିତ ରାସ୍ତାରେ ଚଳାଇବା ଆରମ୍ଭ କରିଦେଲେ। ଏବେ ୭୨ ବର୍ଷରେ ବି ଜମ୍ମୁର ଗହଳିପୂର୍ଣ୍ଣ ରାସ୍ତାରେ ଆତ୍ମବିଶ୍ୱାସର ସହ ଗାଡ଼ି ଚଳାଉଛନ୍ତି।

